ବଲାଙ୍ଗିର ୨୨।୬: ନ୍ୟୁଜ୍ ସେଭେନ୍‌ର ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପ୍ରତିନିଧି ଅଶୋକ ନାରାୟଣ ଭୋଇଙ୍କ ଅକାଳ ବିୟୋଗ । ବ୍ରେନ୍ ହାମରେଜର ଶିକାର ହୋଇ ଜୀବନ ହାରିଲେ ଅଶୋକ । ଗତ ଦୁଇ ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଖରିଆର ମେଡିକାଲ ଓ ପରେ ରାଏପୁର ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ନିଆଯାଇଥିଲା । ରବିବାର ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସମୟରେ ତାଙ୍କ ପରିବାର ଲୋକ ତାଙ୍କ ସାଙ୍ଗରେ ଥିଲେ । ତାଙ୍କ ମରଶରୀର ବଲାଙ୍ଗିର ଆସିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯିବା ନେଇ ସୂଚନା ରହିଛି ।

 

ଅଶୋକ ୨୦୦୯ ମସିହାରୁ ସାମ୍ବାଦିକତା କ୍ୟାରିୟର ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ବାଦିକ ଭାବେ କାର୍ଯ୍ୟରତ ଥିଲେ । ସେ ଦୀର୍ଘ ଦିନ ଧରି ନ୍ୟୁଜ୍ ସେଭେନରେ କାମ କରୁଥିଲେ । ସେ ନିଜ କାର୍ଯ୍ୟ ଦକ୍ଷତା ଦେଖାଇବା ସହ ଏକ ନିରପେକ୍ଷ ସମ୍ବାଦିକ ଭାବରେ ବେଶ ଲୋକପ୍ରିୟ ଥିଲେ ।