ନ୍ୟୁୟର୍କ,|୦୬:ଟାଇମ୍ସ ସ୍କୋୟାରରେ ଗୁଳିକାଣ୍ଡ । ଆମେରିକାର ନ୍ୟୁୟର୍କରେ ଥିବା ପ୍ରସିଦ୍ଧ ତଥା ବ୍ୟସ୍ତବହୁଳ ଟାଇମ୍ସ ସ୍କୋୟାରରେ ଗୁଳିକାଣ୍ଡର ଘଟଣା ସାମ୍ୱାକୁ ଆସିଛି । ଗୁରୁବାର ଅପରାହ୍ନରେ ଏହି ଘଟଣା ଘଟିଛି । ଯାହାର ଅନେକ ଭିଡିଓ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଭିଡିଓରେ ଲୋକେ ଭୟରେ ଏଣେତେଣେ ଦୌଡୁଥିବା ନଜର ଆସିଛନ୍ତି ।

ରିପୋର୍ଟ ଅନୁସାରେ, ଗୁରୁବାର ଅପରାହ୍ନ ୩ଟା ୪୦ରେ ଏହି ଘଟଣା ଘଟିଥିଲା । ଟାଇମ୍ସ ସ୍କୋୟାରରେ ଅନେକ ଲୋକେ ଏନବିଏ ଚାମ୍ପିଅନସିପ୍ ସେଲିବ୍ରେସନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଏକାଠି ହୋଇଥିଲେ । ପ୍ରାୟ ୧୦ ହଜାରରୁ ଅଧିକ ପୋଲିସ କର୍ମୀ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ କାର୍ଯ୍ୟକ୍ରମର କିଛି ସମୟ ପରେ ଗୁଳିକାଣ୍ଡ ଖବର ମିଳିଥିଲା ।

ଆହୁରି ମଧ୍ୟ ଏହି ଅଞ୍ଚଳ ଅଧିକ ଜନଗହଳିପୂର୍ଣ୍ଣ ଅଟେ । ଫିଫା ବିଶ୍ୱକପ୍ ପାଇଁ ଏଠାରେ ହଜାର ହଜାର ଲୋକଙ୍କ ଗହଳି ଚହଳି ଲାଗି ରହିଛି । ଦେଶ ତଥା ଦେଶ ବାହାରୁ ମଧ୍ୟ ଅନେକ ପର୍ଯ୍ୟଚକ ଏଠାକୁ ଆସିଥାନ୍ତି । ଯାହାର ଫାଇଦା ନେଇ କେହି ଦୁର୍ବୃତ୍ତ ଗୁଳିମାଡ କରିଥିଲେ । ଏକାଧିକ ରାଉଣ୍ଡ ଗୁଳିମାଡ ହୋଇଥିଲା । ଯାହା ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଲୋକେ ଭୟରେ ଧାଉଁଛନ୍ତି । ଗୁଳିମାଡ କରିଥିବା ସନ୍ଦିଗ୍ଧ ମଧ୍ୟ ବାହାରକୁ ଫେରାର ହୋଇଯାଉଛି । ଯାହାର ପିଛା କିଛି ପୋଲିସ କର୍ମୀ କରୁଛନ୍ତି । ତେବେ ନାବାଳକ ଦୁର୍ବୃତ୍ତକୁ ଧରିବାରେ ପୋଲିସ ସଫଳ ହୋଇଛି । କିନ୍ତୁ କେଉଁ କାରଣରୁ ସେ ଗୁଳି ଚଳାଇଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ଏହାର ତଦନ୍ତ ଜାରି ରହିଛି ।

Also Read :-ଜି-୭ ସମ୍ମିଳନୀରେ ମେଲୋନୀଙ୍କ ଝିଅ : ହାତ ଧରି ଚାଲୁଥିଲେ, କ୍ୟାମେରା ଦେଖି ଲୁଚିଗଲେ...ଭାଇରାଲ ହେଉଛି ଭିଡିଓ

ସୂଚନାଯୋଗ୍ୟ, ଜୁନ ୧୬ ତାରିଖରେ ମଧ୍ୟ ଟାଇମ୍ସ ସ୍କୋୟାରରେ ଗୁଳିକାଣ୍ଡ ହୋଇଥିଲା । ଯାହା ଏନବିଏ ଟୁର୍ଣ୍ଣାମେଣ୍ଟ ସମୟରେ ଫ୍ୟାନ୍ସଙ୍କ ମନରେ ଭୟର ବାତାବରଣ ଖେଳାଇ ଦେଇଥିଲା ।