ନୂଆଦିଲ୍ଲୀ: ନେପାଳ ଜଳପ୍ରଳୟରେ ବନ୍ୟା ଯୋଗୁ ମୃତ୍ୟୁ ସଂଖ୍ୟା ୯୫୫କୁ ବୃଦ୍ଧି ପାଇଛି । ଏବେବି ୪ ହଜାର ୨୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ ଯୁଦ୍ଧକାଳୀନ ଭିଭିରେ ଜାରି ରହିଛି। ଯେଉଁଠାରୁ ଖୋଜିଲେ ସେଠାରୁ ମୃତଦେହ ମିଳୁଛି।

ମୃତକ ଓ ନିଖୋଜ ଲୋକଙ୍କ ସଠିକ୍ ସମ୍ପର୍କୀୟଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ଦ୍ୱାରା ଡିଏନଏ ନମୁନା ସଂଗ୍ରହ କରାଯାଉଛି। ଭାରତର ଉତ୍ତର ପ୍ରଦେଶସ୍ଥିତ ଗଣ୍ଡକ ନଦୀରୁ ୧୭ଟି ମୃତଦେହ ଉଦ୍ଧାର କରାଯାଇଛି, ଯେଉଁଥିରେ ୩ ଜଣ ମହିଳା ଅଛନ୍ତି। ସେହିପରି ମହାରାଜଗଞ୍ଜ ଓ ଅନ୍ୟାନ୍ୟ ଅଞ୍ଚଳରୁ ମୋଟ ୪ଟି ମୃତଦେହ ଉଦ୍ଧାର କରାଯାଇ ନେପାଳ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି।

also read- ନେପାଳ ପ୍ରଳୟର ଅସଲ କାରଣ କ’ଣ? GLOF ନୁହେଁ, ଏବେ ନୂଆ ସିଦ୍ଧାନ୍ତ ବଢାଇଲା ବୈଜ୍ଞାନିକଙ୍କ ଚିନ୍ତା

ରସୁଆ ଜିଲ୍ଲାସ୍ଥିତ ରସୁଆଗଢ଼ି ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲ ଭିତରେ ୩୦ ଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଥିଲା। ତେବେ ସେଠାରେ ନେପାଳ ସେନା, ବିଶେଷଜ୍ଞ ଇଞ୍ଜିନିୟର ଓ ଥର୍ମାଲ୍ ଡ୍ରୋନ୍ ସାହାଯ୍ୟରେ ଅପରେସନ କରାଯାଇଥିଲେ ବି କୌଣସି ଜୀବିତ ଶ୍ରମିକଙ୍କ ସନ୍ଧାନ ମିଳିନାହିଁ। ଏହାପରେ ସେଠାରେ ସର୍ଚ୍ଚ ଅପରେସନକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।

ସେପଟେ ନେପାଳର ଅଭିଯୋଗକୁ ଚୀନ୍ ଖଣ୍ଡନ କରିଛି। ଚୀନ୍ ଗ୍ନେସିୟରର ଗତିବିଧି ଏବଂ ଜଳସ୍ତର ବାବଦ ତଥ୍ୟ ଦେଇ ନଥିବା ନେପାଳ କହିଥିଲା । ଠିକ୍ ସମୟରେ ତଥ୍ୟ ମିଳିଥିଲେ ଏତେ ଲୋକ ପ୍ରାଣ ହରାଇ ନଥାନ୍ତେ ବୋଲି ଅଭିଯୋଗ କହିଥିଲା। ରିପୋର୍ଟ ମୁତାବକ, ଚଳିତବର୍ଷ ମେ ୨୭ରେ କାଠମାଣ୍ଡୁରେ ନେପାଳ ଓ ଚୀନର ଅଧିକାରୀଙ୍କ ମଧ୍ୟରେ ବୈଠକ ବସିଥିଲା। ଏଥିରେ ବନ୍ୟା, ପାଣିପାଗ ଏବଂ ଗ୍ଲାସିୟର ସହ ଜଡ଼ିତ ବିପଦ ନେଇ ଚର୍ଚ୍ଚା ହୋଇଥିଲା।