ନୂଆଦିଲ୍ଲୀ: ଚୀନ୍-ନେପାଳ ସୀମାରୁ ବାହାରିଥିବା ଭୀଷଣ ବନ୍ୟାକୁ ନେଇ ଏବେ ନୂଆ ସୂଚନା ସାମ୍ନାକୁ ଆସୁଛି। ଆରମ୍ଭରେ ଆକଳନ କରାଯାଉଥିଲା ଏହି ବନ୍ୟା ହୀମନଦୀ ହ୍ରଦ ଫାଟିବା ଅର୍ଥାତ ଗ୍ଲାସିଆଲ ଲେକ୍ ଆଉଟ ବ୍ରଷ୍ଟ ଫ୍ଲୋଡ(ଜିଏଲଓଏଫ) କାରଣରୁ ହୋଇଛି। ହେଲେ ଏବେ ସ୍ପଷ୍ଟ ହୋଇଛି ଯେ ଯେଉଁ ଅଞ୍ଚଳରେ ବନ୍ୟା ଆସିଛି ଏହା ଆଖପାଖରେ ତୀବ୍ବତ ଆଡକୁ କୌଣସି ହୀମ ନଦୀ ହ୍ରଦ ଭାଙ୍ଗି ନାହିଁ। ଏହା ପରେ ଜିଏଲଓଏଫ କାରଣକୁ ଖାରଜ କରିଦିଆଯାଇଛି। ନେପାଳ ବିପର୍ଯ୍ୟୟ ପ୍ରବନ୍ଧନ କେନ୍ଦ୍ର ଅଧ୍ୟକ୍ଷ ବିଶାଲ ନାଥ ଉପ୍ରେତୀ କହିଛନ୍ତି ଯେ ଘଟଣା ପ୍ରାରମ୍ଭରେ ବନ୍ୟାର ବିଭିନ୍ନ କାରଣ ସାମ୍ନାକୁ ଆସିଥିଲା। ପ୍ରଥମେ ଏହା ବି ମନେ କରାଯାଉଥିଲା ଯେ ଭୂମିକମ୍ପ ଯୋଗୁ ବହୁ ପରିମାଣରେ ବରଫ ଓ ପଥର ତଳକୁ ଖସିଥିଲା ଓ ଏଥି ପାଇଁ ବନ୍ୟା ଆସିଛି।

ଭୂମିକମ୍ପକୁନେଇବଦଳିଲାଛବି
ଉପ୍ରେତୀଙ୍କ ଅନୁସାରେ ପ୍ରଥମେ ଭୂମିକମ୍ପର ତୀବ୍ରତା ୪.୨ ବୋଲି କୁହାଯାଇଥିଲା। ଏହାକୁ ପରେ ବଢେଇ ୫.୨ କରାଗଲା। କିନ୍ତୁ ଆମେରିକୀୟ ଭୂ ବୈଜ୍ଞାନିକ ସର୍ଭେକ୍ଷଣ (ୟୁଏସଏସଜିଏସ୍) ବିଶ୍ଲେଷଣରୁ ଜଣାପଡିଛି ଯେ ଘଟଣାକ୍ରମ ହୁଏତ ବିପରୀତ ଥିଲା। ଅର୍ଥାତ ପ୍ରଥମେ ବରଫ ଓ ପଥର ଖସିଥିଲା ଓ ତା ପରେ ଭୂମିକମ୍ପ ଆସିଥିଲା। ଏଣୁ ଭୂମିକମ୍ପକୁ ବନ୍ୟାର ମୁଖ୍ୟ କାରଣ ବୋଲି କୁହାଯାଇ ପାରିବନି।

୩ ଘଣ୍ଟା ପରେ ହୋଇଥିଲା ଆଉ ଏକ ଭୂ-ସ୍ଖଳନ
ଏହି ପ୍ରାକୃତିକ ବିପର୍ଯ୍ୟୟ କେତେ ଭୟଙ୍କର ଥିଲା ତାହା ମୃତକଙ୍କ ସଂଖ୍ୟାରୁ ଅନୁମାନ କରାଯାଇ ପାରେ। ଏହି ବନ୍ୟାରେ ୫ ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଥିବା ଅଥବା ନିଖୋଜ ହୋଇଥିବାର ଅନୁମାନ କରାଯାଉଛି, ଯାହା ଆଗକୁ ୭ ହଜାର ବା ୧୦ ହଜାରକୁ ବି ପହଞ୍ଚି ପାରେ। ଉପ୍ରେତୀ କହିଛନ୍ତି ଯେ ପ୍ରଥମ ଭୂ-ସ୍ଖଳନର ୩ ଘଣ୍ଟା ପରେ ଆଉ ଏକ ଭୂ-ସ୍ଖଳନ ହୋଇଥିଲା। ଏହା ଦ୍ୱାରା ପ୍ରକୃତି ରଚିତ ବନ୍ଧ ଭାଙ୍ଗି ଯାଇଥିଲା ଓ ଏକ ଛୋଟ ବନ୍ୟା ଆସିଥିଲା। ଏହା ଦ୍ୱାରା ଏତେ କ୍ଷୟକ୍ଷତି ହୋଇ ନାହିଁ।

ତେବେ ବନ୍ୟାର ଅସଲ କାରଣ କ’ଣ?
ନେପାଳ ବନ୍ୟାର ଅସଲ କାରଣ କଣ ବୈଜ୍ଞାନିକ ଏବେବି ଏହି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି। ପ୍ରଭାବିତ ଅଞ୍ଚଳକୁ ପହଞ୍ଚିବା ଏବେ କଷ୍ଚକର, ଏଣୁ ସାଟେଲାଇଟ୍ ଛବିରୁ ଯାଞ୍ଚ କରାଯାଉଛି। ସାମ୍ନାକୁ ଏକ ନୂଆ ସମ୍ଭାବନା ଆସୁଛି ଯେ ଏହି ବିପର୍ଯ୍ୟୟ ହୀମ ନଦୀ ହ୍ରଦ ଫାଟିବା ଯୋଗୁ ନୁହେଁ ବରଂ ବଡ଼ ଧରଣର ଭୂ-ସ୍ଖଳନ କାରଣରୁ ହୋଇଛି। ମନେ କରାଯାଉଛି ବହୁମାତ୍ରାରେ ବରଫ ଓ ପଥର ଏକ ସଙ୍ଗରେ ତଳ ଆଡକୁ ଖସିବା ଯୋଗୁ ଅଚାନକ ପଙ୍କ କାଦୁଅ ସୁଅ ଫିଟିଥିଲା। ତେବେ ଉପ୍ରେତୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏହା କେବଳ ଏକ ଅନୁମାନ । ବୈଜ୍ଞାନିକ ଏହାଉପରେ ଏବେ ଅଧିକ ଯାଞ୍ଚ କରୁଛନ୍ତି, ଏଣୁ ବିପର୍ଯ୍ୟୟର କାରଣ ଖୁବ୍ ଶୀଘ୍ର ଜଣାପଡିଯିବ।