ସୁବର୍ଣ୍ଣପୁର ୨୬।୧୦: ମନ୍ଦିରରୁ ଲୁଟି ନେଲେ ଦାନ ବାକ୍ସ। ବୀରମହାରାଜପୁର ତ୍ରିବେଣୀ ଛକ ଦୁର୍ଗା ମନ୍ଦିରରୁ ଦାନ ବାକ୍ସ ଲୁଟି ନେଇଥିବା ଅଭିଯୋଗ । ପୋଲିସକୁ ଖବର ଦେବାପରେ ପୋଲିସର ଛାନଭିନ ଆରମ୍ଭ ।

ସୂଚନା ଅନୁସାରେ ରବିବାର ରାତିରେ ମନ୍ଦିର ତାଲା ପକାଇ ପୂଜକ ଯାଇଥିବା ବେଳେ କେହି ଦୁର୍ବୃତ୍ତ ନିକଟରେ ଥିବା ଏକ ଚାବି ଆଣି ତାଲା ଖୋଲିବା ସହିତ ଦାନ ବାକ୍ସ ନେଇ ପୁଣି ତାଲା ଦେଇ ଫେରାର ମାରିଛି ।

Also Read:- ଦୀର୍ଘ ଦିନ ଧରି ଲାଗି ରହିଥିଲେ ବିବାଦ, ଏକୁଟିଆ ପାଇଁ ଜଣଙ୍କୁ ପିଟିଲେ ୧୦ ଜଣ...

ସକାଳୁ ପୂଜକ ଆସି ମନ୍ଦିର ଖୋଲିବା ବେଳେ ଦାନ ବାକ୍ସ ନଦେଖି ମନ୍ଦିର କମିଟିକୁ ଖବର ଦେଇଥିଲେ । କମିଟି ସଦସ୍ୟ ଆସି ପୋଲିସକୁ ଖବର ଦେଇଥିବା ବେଳେ ପୋଲିସ ଏନେଇ ଛାନଭିନ ଆରମ୍ଭ କରିଛି ।

Watch Video: