ଗୋଟିଏ ପଟେ ପ୍ରଳୟଙ୍କାରୀ ବନ୍ୟାରେ ବାପା ମା ନିଖୋଜ l ଅନ୍ୟପଟେ ନିଟ୍-ପିଜି ପରୀକ୍ଷା ଦେଉଛି ଝିଅ l ଟିଭି ଖବର କାଗଜରେ ଘନ ଘନ ସୂଚନା ଆସୁଛି l ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ବଢୁଛି l ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ କିପରି ପରୀକ୍ଷା ଦେବ ଝିଅ ତାନଭି l ବେଳେ ବେଳେ ଜୀବନ ମଧ୍ୟ ପରୀକ୍ଷା ନେଇଥାଏଠିକ ସେହି ପରି ଆଖିରେ ଲୁହ ଧରି ନିଟ୍-ପିଜି ପରୀକ୍ଷା ଦେଲେ ମେଡିକାଲ୍ ଆସ୍ପିରାଣ୍ଟ ତାନଭି l ଆଉ କହିଲେ “ମୋତେ ମୋ ବାପା-ମା'ଙ୍କ ପାଇଁ ଏହା କରିବାକୁ ହିଁ ପଡ଼ିବ” l ନେପାଳରେ ଆସିଥିବା ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ (Flash Floods) ଯୋଗୁଁ ହଜାର ହଜାର ଲୋକ ନିଖୋଜ ଥିବାବେଳେ, ଜଣେ ଯୁବ ମେଡିକାଲ୍ ଆସ୍ପିରାଣ୍ଟଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ମର୍ମନ୍ତୁଦ ଓ ହୃଦୟବିଦାରକ ପାଲଟିଛି। ବାପା-ମା' ନିଖୋଜ ଥିବାର ଗଭୀର ଚିନ୍ତା ଓ ମାନସିକ ଆଘାତ ସତ୍ତ୍ବେ, ସେ ଲୁହଭରା ଆଖିରେ ଦେଶର ସବୁଠାରୁ ପ୍ରତିଯୋଗିତାମୂଳକ ପରୀକ୍ଷା 'ନିଟ୍-ପିଜି' ଦେଇଛନ୍ତି। ତାଙ୍କର ଏହି ସାହସ ଏବଂ ଭାବବିହ୍ୱଳ କାହାଣୀ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ସମସ୍ତଙ୍କୁ ଭାବୁକ କରିଦେଇଛି।

ପରୀକ୍ଷା ହଲ୍ରେ ଭୋ ଭୋ ହୋଇ କାନ୍ଦିଲେ ତାନଭି l ୩ ଘଣ୍ଟା ଭିତରୁ ଦେଢ଼ ଘଣ୍ଟା କେବଳ କାନ୍ଦିବାରେ ବିତିଲା ମେଡିକାଲ୍ ପାଠ୍ୟକ୍ରମର ସ୍ନାତକୋତ୍ତର (PG) ନିମନ୍ତେ ଅଗଷ୍ଟ ୩୦ ତାରିଖରେ 'ନିଟ୍-ପିଜି' ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତାନଭି ନାମକ ଏହି ମେଡିକାଲ୍ ଆସ୍ପିରାଣ୍ଟ ପରୀକ୍ଷା ପରେ ଏକ ଭାବପୂର୍ଣ୍ଣ ଭିଡିଓ ସେୟାର କରି କହିଛନ୍ତି ତାଙ୍କ ପାଇଁ ଏହି ୩ ଘଣ୍ଟାର ପରୀକ୍ଷା ଜୀବନର ସବୁଠାରୁ କଠିନ ସମୟ ଥିଲା l ପରୀକ୍ଷାର ୩ ଘଣ୍ଟା ମଧ୍ୟରୁ ପ୍ରାୟ ଦେଢ଼ ଘଣ୍ଟା ସେ କେବଳ କାନ୍ଦିବାରେ ବିତାଇଥିଲେ। ଆଖିର ଲୁହ ଯୋଗୁଁ କମ୍ପ୍ୟୁଟର ସ୍କ୍ରିନ୍ରେ ପ୍ରଶ୍ନଗୁଡ଼ିକୁ ପଢ଼ିବା ମଧ୍ୟ ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଥିଲା। ପରୀକ୍ଷା ହଲ୍ରେ କମ୍ପ୍ୟୁଟର ସ୍କ୍ରିନ୍ରେ ଦେଖାଯାଉଥିବା ଆଡମିଟ୍ କାର୍ଡର ଫଟୋଟି ତାଙ୍କ ବାପା ନିଜ ହାତରେ ଉଠାଇଥିଲେ। ଏହି ଦୃଶ୍ୟ ତାଙ୍କୁ ଆହୁରି ଭାବୁକ କରିଦେଇଥିଲା।ହଜିଯାଇଥିବା ମା'ଙ୍କ ହାତର ଦହି-ଚିନି ବହୁତ ମନେପଡ଼ୁଥିଲା l ପରୀକ୍ଷାକୁ ଯିବା ପୂର୍ବରୁ ପ୍ରତିଥର ମା' ନିଜ ହାତରେ 'ଦହି-ଚିନି' ଖୁଆଇ ଦେଉଥିଲେ ଏବଂ ବାପା 'ବେଷ୍ଟ ଅଫ୍ ଲକ୍' ଶୁଭେଚ୍ଛା ଦେଉଥିଲେ ଏଥର କିନ୍ତୁ ସେସବୁ କିଛି ମିଳିପାରି ନଥିଲା।କୈଳାଶ ଯାତ୍ରା ସମୟରେ ନେପାଳ ବନ୍ୟାରେ ଫସିଗଲେ ତାନଭିଙ୍କ ପିତାମାତା (ଭେଙ୍କଟରାମ ଅନ୍ନମଦେଭରା ଏବଂ ଅଘା ଅନ୍ନମଦେଭରା) l ଏକ ୬୭ ଜଣିଆ ଗ୍ରୁପ୍ ସହିତ 'କୈଳାଶ ଯାତ୍ରା'ରେ ନେପାଳ ଯାଇଥିଲେ ଉଭୟ ।

ଗତ ଅଗଷ୍ଟ ୨୬ ତାରିଖରେ ନେପାଳ ଏବଂ ତିବ୍ଦତ ସୀମାନ୍ତରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ବିଧ୍ୱଂସ ହୋଇଯାଇଛି l ବନ୍ୟା ପରଠାରୁ ଏହି ଗ୍ରୁପର କୌଣସି ସଦସ୍ୟଙ୍କ ସହ ଯୋଗାଯୋଗ ହୋଇପାରିନାହିଁ। ଶେଷ ଥର ପାଇଁ ଜାଣିବାକୁ ମିଳିଥିଲା ସେମାନେ 'ଫ୍ରେଣ୍ଡସିପ୍ ବ୍ରିଜ୍' ଏବଂ ଇମିଗ୍ରେସନ୍ ସେଣ୍ଟର ନିକଟରେ ଥିଲେ ବୋଲି , ଯାହା ବନ୍ୟା ସ୍ରୋତରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି।ଏହି ପ୍ରାକୃତିକ ବିପର୍ଯ୍ୟୟରେ ନେପାଳରେ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ହଜାର ହଜାର ଲୋକ ଏବେବି ନିଖୋଜ ଅଛନ୍ତି। ଏକଥା ମନେପଡିଗଲେ ତାନଭି ଆଖିରୁ ଆପେ ଆପେ ଲୁହ ଚାଲିଆସୁଛିପରୀକ୍ଷା ହଲ୍ରେ ଏତେ ବଡ଼ ମାନସିକ ଚାପ ସତ୍ତ୍ବେ ମଧ୍ୟ ତାନଭି ପରୀକ୍ଷା ଅଧାରୁ ଛାଡ଼ି ନଥିଲେ। ନିଜ ବାପାଙ୍କ ପ୍ରତି ଥିବା ସମ୍ମାନ ଏବଂ ସେମାନଙ୍କ ସ୍ୱପ୍ନକୁ ଆଖି ଆଗରେ ରଖି ସେ ପରୀକ୍ଷା ଶେଷ କରିଥିଲେ। ଭିଡିଓରେ ଭାବବିହ୍ୱଳ ହୋଇ ସେ କହିଛନ୍ତି “ମୁଁ ଜାଣିଥିଲି ଯେ ମୋ ବାପା ଚାହାଁନ୍ତି ମୁଁ ଏହି ପରୀକ୍ଷା ଦିଏ। ମୁଁ ଚାହେଁ, ମୋତେ ମୋ ବାପାଙ୍କ ପାଇଁ ଏହା କରିବାକୁ ପଡ଼ିବ, ।”ତାନଭି ଭାରତୀୟ ଦୂତାବାସ, ବୈଦେଶିକ ବନ୍ତ୍ରଣାଳୟ (MEA) ଏବଂ ନେପାଳ-ଚୀନ୍ ପ୍ରଶାସନ ସହ ଯୋଗାଯୋଗ କରି ତାଙ୍କ ପିତାମାତାଙ୍କ ସନ୍ଧାନ ପାଇଁ ନିବେଦନ କରିଛନ୍ତି। ସବୁରି ଅଜାଣତରେ ଏକ ଦୁଃଖଦ ପରିସ୍ଥିତି ଭିତରେ ମଧ୍ୟ ସେ ନିଜର ଦୃଢ଼ ମନୋବଳ ପ୍ରଦର୍ଶନ କରିଛନ୍ତି ଏବଂ ତାଙ୍କ ପିତାମାତା ସୁରକ୍ଷିତ ଭାବେ ଫେରିବେ ବୋଲି ଦୃଢ଼ ଆଶା ରଖିଛନ୍ତି।