ନୂଆଦିଲ୍ଲୀ ୭।୧ : ନବୋଦୟ ବିଦ୍ୟାଳୟ ସମିତି (ଏନଭିଏସ) ନବମ ଶ୍ରେଣୀ ଲେଟରାଲ ଏଣ୍ଟ୍ରି ସିଲେକ୍ସନ ଟେଷ୍ଟ (ଏଲଇଏସଟି) ୨୦୨୬ର ଆଡମିଟ କାର୍ଡ ଜାରି କରିଛି। ନବମ ଶ୍ରେଣୀ ଏଲଇଏସଟିରେ ସାମିଲ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ଅଧିକାରୀ ୱେବସାଇଟ୍ ନବୋଦୟ ଡଟ୍ ଜିଓଭି ଡଟ୍ ଇନ୍ ରେଆଡମିଟ୍ କାର୍ଡର ଲିଂକ ପାଇ ପାରିବେ। ମନୋନୟନ ପରୀକ୍ଷା ୭ ଫେବୃଆରୀ ୨୦୨୬ରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ଅବଧି ୨ଘଣ୍ଟା ୩୦ ମିନିଟ୍। ତେବେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସକ୍ଷମ ଅଧିକାରୀଙ୍କ ପ୍ରମାଣପତ୍ର ଉପସ୍ଥାପନ କଲେ ଅଧିକ ୫୦ ମିନିଟ୍ ସମୟ ପାଇ ପାରିବେ।

ପରୀକ୍ଷା କେନ୍ଦ୍ର ସମ୍ବଦ୍ଧିତ ଜିଲ୍ଲାର ଜାବାହାର ନବୋଦୟ ବିଦ୍ୟାଳୟ ଦ୍ୱାରା ଆବଣ୍ଟିତ ହେବ ଓ ପରୀକ୍ଷାର ଭାଷା ଇଂରାଜୀ ଏବଂ ହିନ୍ଦୀ ହେବ। ମନୋନୟନ ପରୀକ୍ଷାରେ ଗଣିତ, ସାଧାରଣ ବିଜ୍ଞାନ, ଇଂରାଜୀ ଓ ହିନ୍ଦୀ ବିଷୟରେ ପ୍ରଶ୍ନ ପଚରା ଯିବ। ମୋଟ ୧୦୦ ନମ୍ବରର ପରୀକ୍ଷା ହେବ ଏଥି ଲାଗି ୧୦୦ ନମ୍ବର ନିର୍ଦ୍ଧାରିତ ରହିବ। ତେବେ ପରୀକ୍ଷା ଆଡମିଟ କାର୍ଡ ଡାଉନଲୋଡ କିପରି କରିବେ ଆସନ୍ତୁ ଜାଣିବା।

ଆଡମିଟ କାର୍ଡ ଡାଉନଲୋଡ କରିବା ପାଇଁ ଛାତ୍ରଛାତ୍ରୀ ନିମ୍ନ ପ୍ରଦତ୍ତ ପ୍ରକ୍ରିୟା ପାଳନ କରିପାରନ୍ତି। ଏଥି ପାଇଁ ଛାତ୍ରଛାତ୍ରୀଙ୍କୁ ନବୋଦୟ ଡଟ୍ ଜିଓଭି ଡଟ୍ ଇନରେ ଏନଭିଏସର ଅଧିକାରୀ ୱେବସାଇଟ କୁ ଯିବାକୁ ପଡିବ। ହୋମପେଜରେ ଉପଲବ୍ଧ ଏନଭିଏସ କ୍ଲାସ-୯ଏଲଇଏସଟି ଆଡମିଟ୍ କାର୍ଡ ୨୦୨୬ ଲିଂକରେ କ୍ଲିକ୍ କରନ୍ତୁ। ଏକ ନୂଆ ପେଜ ଖୋଲିବ ଓ ଏଥିରେ ଛାତ୍ରଛାତ୍ରୀଙ୍କୁ ଲଗଇନ୍ ବିବରଣୀ ଦେବାକୁ ପଡିବ।

ସବମିଟ୍ ରେ କ୍ଲିକ କରନ୍ତୁ ଆପଣଙ୍କ ଆଡମିଟ କାର୍ଡ ପ୍ରଦର୍ଶିତ ହେବ। ଆଡମିଟ୍ କାର୍ଡକୁ ଭଲ ରୂପେ ଯାଞ୍ଚ କରନ୍ତୁ ଓ ଏହାକୁ ଡାଉନଲୋଡ କରନ୍ତୁ। ଭବିଷ୍ୟତର ଆବଶ୍ୟକତା ପାଇଁ ଏହାର ଏକ ହାର୍ଡ କପି ନିଜ ପାଖରେ ରଖନ୍ତୁ। ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀ ଏନଭିଏସର ଅଧିକାରୀକ ୱେବସାଇଟ ଭିଜିଟ କରିପାରନ୍ତି।