କୋରାପୁଟ ୨୩।୧୨: ଜାତୀୟ ସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ପରବ-୨୦୨୫ ଉଦଯାପିତ ହୋଇଯାଇଛି । ହାଡ଼ଭଙ୍ଗା ଶୀତରେ ୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମରେ ଉଦଯାପିତ ହୋଇଯାଇଛି ପରବ ୨୦୨୫ । ୫ ଦିନିଆ ଜାତୀୟ ସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ କୋରାପୁଟ ପରବ ଚଳିତବର୍ଷ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଅନ୍ୟାନ୍ୟ ମନ୍ତ୍ରୀ ଉପସ୍ଥିତ ରହିଥିଲେ । ବେଶ୍ମନୋରଞ୍ଜନ ଭରା ରହିଥିଲା ପ୍ରତ୍ୟେକ ସନ୍ଧ୍ୟା । ସ୍ଥାନୀୟ କଳାକାର ସହ ରାଜ୍ୟ ଓ ରାଜ୍ୟ ବାହାରୁ ସୁନାମଧନ୍ୟ କଳାକାର ନିଜ କଳା ପରିବେଷଣ କରିଥିଲେ ।

ଉଦଯାପନୀ ସନ୍ଧ୍ୟାରେ ବିଶେଷ ଆକର୍ଷଣ ଥିଲେ ବଲିଉଡ୍କଣ୍ଠଶିଳ୍ପୀ ସଚେତ ଓ ପରମ୍ପରା । ଶୀତ ବଢୁଥିବା ସହ ପରବ ପଡ଼ିଆରେ ଲୋକଙ୍କ ସମାଗମ ମଧ୍ୟ ବଢୁଥିଲା ୫ ଲକ୍ଷରୁ ଉର୍ଦ୍ଧ୍ବ ସମାଗମରେ ଆରମ୍ଭ ହୋଇଥିଲା ନାଚଗୀତ । ବଲିଉଡ୍ କଣ୍ଠଶିଳ୍ପୀ ସଚେତ ଓ ପରମ୍ପରା ଜଗନ୍ନାଥ ଭଜନରୁ ଆରମ୍ଭ କରି ରାମଙ୍କ ଭଜନରେ ଶେଷ କରିଥିଲେ । ସେ ମଧ୍ୟରେ ବଲିଉଡ୍ ହିଟ୍ ଗୀତ ସହ ରଙ୍ଗବତୀ ଗୀତର ତାଳେତାଳେ ନାଚିଥିଲେ ଯାହାକୁ ଦେଖି ଆସିଥିବା କଣ୍ଠଶିଳ୍ପୀ ମଧ୍ୟ ବେସ ଉତ୍ସାହିତ ହୋଇ ପଡିଥିଲେ । ରାତି ୧୨ଟା ପର୍ଯ୍ୟନ୍ତ ଚାଲିଥିଲା ହାଉସ ଫୁଲ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ।