ହାଇଦ୍ରାବାଦ: ତେଲେଙ୍ଗାନା ‘ଗିଗ୍ ୱାର୍କର୍ସ ସୋସିଆଲ ସିକ୍ୟୁରିଟି ଆଣ୍ଡ ୱେଲଫେୟାର ସ୍କିମ୍’ ଶୁଭାରମ୍ଭ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାର ହାଇଦ୍ରାବାଦରେ ଅନୁଷ୍ଠିତ ଗିଗ୍ ୱାର୍କର୍ସ ବାଇକ୍ ରାଲିରେ ଯୋଗ ଦେଇଛନ୍ତି। ଗିଗ୍ ୱାର୍କରଙ୍କ ଏହି ରାଲିରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ.ରେବନ୍ତ ରେଡ୍ଡୀ ଓ ଅନ୍ୟ କଂଗ୍ରେସ ନେତା ମଧ୍ୟ ରାହୁଲଙ୍କ ଗାନ୍ଧିଙ୍କ ସହ ଦେଖାଯାଇଛନ୍ତି। ଏହି ରାଲି ସହରର ଆଇଟି କରିଡରସ୍ଥିତ ଶିଳ୍ପରାମମ ଅଡିଟରିୟମରୁ ଆରମ୍ଭ ହୋଇ ମାଧାପୁରର ଜୟାଭେରି ଗ୍ରାଉଣ୍ଡରେ ସମାପ୍ତ ହୋଇଛି।

ଗିଗ୍ ୱାର୍କର ସୋସିଆଲ ସିକ୍ୟୁରିଟି ଆଣ୍ଡ ୱେଲଫେୟାର ସ୍କିମ ଉନ୍ମୋଚନ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଗିଗ୍ ୱାର୍କର୍ସଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ କଂଗ୍ରେସ ସରକାର ସେମାନଙ୍କ ଚିନ୍ତା ଦୂର କରିବା ପାଇଁ ପଦକ୍ଷେପ ନେବା ଲାଗି ନିଜ ପ୍ରତିଶ୍ରୁତି ପୂରଣ କରିଛି। ରାହୁଲ ଗାନ୍ଧି କହିଛନ୍ତି ଯେ ତେଲେଙ୍ଗାନର ଗିଗ୍ ୱାର୍କର୍ସଙ୍କ ସହ ମୋର ଏକ ବୈଠକ ହୋଇଥିଲା। ଆପଣାମାନେ ମୋ ସହ ଆପଙ୍କ ଦୁଃଖ ବାଣ୍ଟିଥିଲେ। ସେ ସମୟରେ ଆମ ମୁଖ୍ୟମନ୍ତ୍ରୀ ଓ ମୁଁ ଆପଣ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲୁ ଯେ ଆପଣମାନଙ୍କ ଦାବି ପୂରଣ ଲାଗି ପଦକ୍ଷେପ ନେବୁ ଓ ଆପଣଙ୍କ ସହାୟତା ଏବଂ ସୁରକ୍ଷା ନିମନ୍ତେ ଯଥାସମ୍ଭବ ଉଦ୍ୟମ କରିବୁ। ଆଜି ଆମେ ସେହି ପ୍ରତିଶ୍ରୁତି ପୂରଣ କରୁଛୁ।

ତେଲେଙ୍ଗାନା ସରକାର ଗତ ମାର୍ଚ୍ଚ ମାସରେ ତେଲେଙ୍ଗାନା ପ୍ଲାଟଫର୍ମ ବେସଡ୍ ଗିଗ୍ ୱାର୍କର୍ସ (ରେଜିଷ୍ଟ୍ରେସନ, ସୋସିଆଲ ସିକ୍ୟୁରିଟି ଆଣ୍ଡ ୱେଲଫେଆର) ବିଲ୍ ୨୦୨୬ ଉପସ୍ଥାପନ କରିଥିଲେ। ଏହି ଆଇନ ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡୋ ଯାତ୍ରା’ କାଳରେ ଗିଗ୍ ୱାର୍କର ସେମାନଙ୍କ ଭବିଷ୍ୟତ ଚିନ୍ତା ବ୍ୟକ୍ତ କରିବାରୁ ପ୍ରଣୟନ କରିବେ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁସାରେ ତେଲେଙ୍ଗାନାରେ ଆଜିଠାରୁ ଅର୍ଥାତ ୧୪ ନଭେମ୍ବର ଶନିବାର ଗିଗ୍ ୱାର୍କର୍ସ ସୋସିଆଲ ସିକ୍ୟୁରିଟି ଆଣ୍ଡ ୱେଲଫେୟାର ସ୍କିମ୍’ଲାଗୁ ହୋଇଛି।