ଖୋର୍ଦ୍ଧା ୧୪।୧୧: ଶିଶୁ ଦିବସରେ ଅଘଟଣ । ପ୍ରୋଜେକ୍ଟ କରୁ କରୁ ହଠାତ୍ ଲାଗିଗଲା ନିଆଁ । ପେଟ୍ରୋଲ ନିଆଁରେ ପୋଡି ହୋଇ ଛାତ୍ର ଗୁରୁତର । ଶିଶୁ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ମାଣିକଗଡା ଗଦାଧର ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଅଘଟଣ ଘଟିଛି ।

ସୂଚନା ଅନୁସାରେ, ସ୍କୁଲରେ ଶିଶୁ ଦିବସ ଉପଲକ୍ଷେ ଫୁଡ୍ କାର୍ଡ ପ୍ରୋଜେକ୍ଟ ପ୍ରଦର୍ଶନ ଚାଲିଥିଲା । ଏହି ସମୟରେ ହଠାତ୍ ପେଟ୍ରୋଲରେ ନିଆଁ ଲାଗିଯାଇଥିଲା । ନିଆଁରେ ଜଣେ ଛାତ୍ରର ମୁହଁ, ବେକ ଓ ଛାତି ପୋଡ଼ି ଯାଇଛି । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ତୁରନ୍ତ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

Also Read:- ବିଶ୍ବ ମଧୁମେହ ଦିବସରେ ସଚେତନତା ବାର୍ତ୍ତା, ଶୀତଳାପଲ୍ଲୀ ସମ୍ ହସ୍ପିଟାଲ ପକ୍ଷରୁ ପଦଯାତ୍ରା

ଘଟଣା ପରେ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ଦେଇଛନ୍ତି ।