ଭୁବନେଶ୍ଵର: ନନ୍ଦନକାନନରେ ଥିବା ୫ ଓରାଙ୍ଗଉଟାନଙ୍କ ମଧ୍ୟରୁ ଗୋଟିଏ ଓରାଙ୍ଗଉଟାନ ବାରମ୍ବାର ଜ୍ବର ହେଉଛି । ଜ୍ବରରେ ପଡ଼ିଥିବା ଓରାଙ୍ଗଉଟାନ୍ ଛୁଆଟି ପ୍ରତି ଆଲର୍ଟ ଅଛନ୍ତି ଡାକ୍ତରୀ ଟିମ୍ । ତା’ର ସ୍ବତନ୍ତ୍ର ଚିକିତ୍ସା କରାଯାଉଛି । ଅସୁସ୍ଥ ଓରାଙ୍ଗଉଟାନର ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଥିବା କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ସଂଗରୋଧ ଘରକୁ ମଶା ନପଶିବା ଲାଗି ନେଟ୍ ଲଗାଯାଇଛି । ପ୍ରତ୍ୟେକ ଓରାଙ୍ଗଉଟାରନ୍ ଛୁଆମାନଙ୍କୁ ଔଷଧ ଠାରୁ ଆରମ୍ଭ କରି ଖାଦ୍ୟ, ପୋଷଣ ଓ ପରିବେଶ ପ୍ରତ୍ୟେକ କ୍ଷେତ୍ରରେ ସ୍ବତନ୍ତ୍ର ଯତ୍ନ ନିଆଯାଉଛି । ସେପଟେ କୁଆଡ଼େ ଗଲେ ଓରାଙ୍ଗଉଟାନ୍ ସ୍ମଗ୍ଲର ଜୟନ୍ତ ମାଇତି ଓ ତାଙ୍କ ପୁଅ ସୌମ୍ୟଦୀପ ମାଇତି, ତାକୁ ନେଇ ଉଠିଛି ପ୍ରଶ୍ନ ।

ପୁଣି ଜ୍ବରରେ ପଡ଼ିଛି ଗୋଟିଏ ଓରାଙ୍ଗଉଟାନ । ୫ ଓରାଙ୍ଗଉଟାନ ଛୁଆ ଭିତରୁ ଗୋଟିଏ ଛୁଆକୁ ବାରମ୍ବାର ଜ୍ବର ହେଉଛି । ଜ୍ବରରେ ପଡ଼ିଥିବା ଓରାଙ୍ଗଉଟାନ୍ ଛୁଆଟି ପ୍ରତି ଆଲର୍ଟ ଅଛନ୍ତି ଡାକ୍ତରୀ ଟିମ୍ । ତା’ର ସ୍ବତନ୍ତ୍ର ଚିକିତ୍ସା କରାଯାଉଛି । ଅସୁସ୍ଥ ଓରାଙ୍ଗଉଟାନର ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଥିବା କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ସଂଗରୋଧ ଘରକୁ ମଶା ନପଶିବା ଲାଗି ନେଟ୍ ଲଗାଯାଇଛି ।

Also Read: Orangutan case: ଦୀଘା ହୋଟେଲ୍ର CCTV ହାର୍ଡ ଡିସ୍କ ଉପରେ STFର ନଜର, ମିଳିପାରେ ବଡ଼ ସୁରାକ

ନନ୍ଦନକାନନ ପକ୍ଷରୁ ଓରାଙ୍ଗଉଟାନମାନଙ୍କ ସ୍ବାସ୍ଥ୍ୟ ବୁଲେଟିନ୍ ଜାରି କରାଯାଇଛି । ସମସ୍ତଙ୍କର ଶରୀର ତାପମାତ୍ରା ଥର୍ମାଲ କ୍ୟାମେରା ମାଧ୍ୟମରେ ମପାଯାଇଛି । ପ୍ରଥମ ଅଣ୍ଡିରା ଓରାଙ୍ଗଉଟାନ୍ ଶରୀରର ତାପମାତ୍ର ୯୭.୨ ଡିଗ୍ରୀ ରହିଥିବା ବେଳେ ତା’ର ଓଜର ରହିଛି ୪ କିଲୋ ୭୮୦ଗ୍ରାମ । ଦ୍ବିତୀୟ ଅଣ୍ଡିରା ଓରାଙ୍ଗଉଟାନ ଶରୀରର ତାପମାତ୍ରା ୯୯.୫ ଡିଗ୍ରୀ ରହିଥିବା ବେଳେ ତା’ର ଓଜନ ୩କିଲୋ ୪୪୦ଗ୍ରାମ ରହିଛି ।ସେହିଭଳି ତୃତୀୟ ଓରାଙ୍ଗଉଟାନ ଶରୀରର ତାପମାତ୍ରା ୯୯.୩ ଡିଗ୍ରୀ ଏବଂ ଓଜନ ୨ କିଲୋ ୮୪୦ ଗ୍ରାମ୍ ରହିଛି । ବାକି ଦୁଇଟି ମାଇ ଓରାଙ୍ଗଉଟାନ୍ ଛୁଆ ମଧ୍ୟରୁ ଜ୍ବରରେ ପଡ଼ିଥିବା ଛୁଆଟିର ଶରୀରର ତାପମାତ୍ରା ୧୦୧ ଡିଗ୍ରୀ ରହିଛି । ଦ୍ବିତୀୟ ମାଇ ଛୁଆଟିର ଶରୀରର ତାପମାତ୍ରା ୯୮.୨ ଡିଗ୍ରୀ ଓ ଓଜନ ୨କିଲୋ ୬୦ଗ୍ରାମ ରହିଛି ।

ତେବେ ଓରାଙ୍ଗଉଟାନ୍ ଛୁଆମାନଙ୍କର ଖାଦ୍ୟପେୟ ପରିବର୍ତ୍ତନ ଯୋଗୁଁ ସେମାନଙ୍କର ଗ୍ୟାସ୍, ବଦ ହଜମି ଭଳି ସମସ୍ୟା ଦେଖାଦେଇଥିଲା । ଫଳରେ ସେମାଙ୍କ ଖାଦ୍ୟ ଖାଇବା କମିବା ସହ ଖେଳାଖେଳି ଓ ଫୁର୍ତ୍ତି ମଧ୍ୟ କମିଥିଲା । ସେଥିପାଇଁ ଏବେ ସେମାନଙ୍କୁ ୨ଘଣ୍ଟା ବଦଳରେ ୩ଘଣ୍ଟାକୁ ଥରେ ଖାଇବାକୁ ଦିଆଯାଉଛି । ଏଥି ସହ ଖାଦ୍ୟ ହଜମ ପାଇଁ ମଧ୍ୟ ଔଷଧ ଦିଆଯାଉଛି । ପ୍ରତ୍ୟେକ ଓରାଙ୍ଗଉଟାରନ୍ ଛୁଆମାନଙ୍କୁ ଔଷଧ ଠାରୁ ଆରମ୍ଭ କରି ଖାଦ୍ୟ, ପୋଷଣ ଓ ପରିବେଶ ପ୍ରତ୍ୟେକ କ୍ଷେତ୍ରରେ ସ୍ବତନ୍ତ୍ର ଯତ୍ନ ନିଆଯାଉଛି ବୋଲି କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ମାଆ ଠାରୁ ଅଲଗା ହୋଇଯାଇଥିବା ଏହି ଛୋଟ ଛୋଟ ଓରାଙ୍ଗଉଟାନଙ୍କୁ କିଭଳି ବଞ୍ଚାଇ ରଖିହେବ ସେନେଇ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି ।

Also Read: ପୁଣି ବିବାଦ ଘେରରେ ରାଉରକେଲା ସର୍କିଟ୍ ହାଉସ୍, ପାଲଟିଲା ପର୍ଣ୍ଣ ଷ୍ଟାରଙ୍କ ରହଣୀ ସ୍ଥଳ !

ସେପଟେ କୁଆଡ଼େ ଗଲେ ଓରାଙ୍ଗଉଟାନ ସ୍ମଗ୍ଲର ଜୟନ୍ତ ମାଇତି ଓ ତାଙ୍କ ପୁଅ ସୌମ୍ୟଦୀପ ମାଇତି, ତାକୁ ନେଇ ଉଠିଛି ପ୍ରଶ୍ନ । ଏହି ଦୁଇ ବାପା-ପୁଅ ଧରାପଡ଼ିଗଲେ ଓରାଙ୍ଗଉଟାନ୍ ସ୍ମଗଲିଂର ପୂରା ପର୍ଦ୍ଦାଫାସ ହୋଇଯିବ । ତେବେ ଏମାନଙ୍କୁ କେତେ ଶୀଘ୍ର ଗିରଫ କରୁଛି STF ତା’ ଉପରେ ରହିଛି ନଜର।