ରାଉରକେଲା: ଉଦଘାଟନ ପରଠାରୁ ବିବାଦ ଘେରରେ ରହିଛି ରାଉରକେଲା ସର୍କିଟ୍ ହାଉସ | ଏବେ ପୁଣି ଏକ ସଙ୍ଗୀନ ଅଭିଯୋଗ ଆସିଛି। ପୂର୍ବରୁ ଏଠାରୁ ୯ ଜଣ ଅପରାଧୀଙ୍କୁ ମାଉଜର ଓ ଗୁଳି ସହ ଗିରଫ କରାଯାଇଥିଲା । ଆଉ ଏବେ ଏଠାରେ ୯ ମାସ ତଳେ ଜଣେ ପର୍ଣ୍ଣ ଷ୍ଟାର ଆସି ରହିବା ଘଟଣା ସାମ୍ନାକୁ ଆସିବା ପରେ ବିବାଦ ସୃଷ୍ଟି ହୋଇଛି । ରାଉରକେଲା ସର୍କିଟ୍ ହାଉସ୍ ଅସାମାଜିକଙ୍କ ଅଡ୍ଡା ପାଲଟି ଥିବା କୁହାଗଲାଣି । ସରକାରୀ ବ୍ୟବସ୍ଥାର ଖୋଲା ଖୋଲି ଅପବ୍ୟବହାର କରାଯାଉଥିବା ଅଭିଯୋଗ ଉଠିଛି । ଆସାମାଜିକ ବ୍ୟକ୍ତି ଓ Porn star ଙ୍କ ରହଣିକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ।

ପୁଣି ବିବାଦ ଘେରରେ ରାଉରକେଲା ସର୍କିଟ୍ ହାଉସ୍ । ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଅଡ୍ଡା ସହ ପର୍ଣ୍ଣ ଷ୍ଟାରଙ୍କ ରହଣି ସ୍ଥଳ! ଅଗଷ୍ଟ ୧୪ ବିଳମ୍ବିତ ରାତିରେ ଏଠାରୁ ୯ ଅଭିଯୁକ୍ତଙ୍କୁ ଗିରଫ ସହ ମାଉଜର ଓ ଗୁଳି ଜବତ କରାଯାଇଥିବା ବେଳେ ଏବେ ଏଠାରେ ଜଣେ ପର୍ଣ୍ଣ ଷ୍ଟାର ଆସି କିଛି ଦିନ ତଳେ ରହି ଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ସର୍କିଟ୍ ହାଉସରେ ପଶ୍ଚିମବଙ୍ଗର ଚଳଚ୍ଚିତ୍ର ଅଭିନେତ୍ରୀ ଟିନା ନନ୍ଦୀଙ୍କ ରହଣିକୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ। ପ୍ରାୟ ବର୍ଷକ ପୂର୍ବେ ଅଭିନେତ୍ରୀ ଖୋଦ୍ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଏହାକୁ ଅପଲୋଡ୍ କରିଥିଲେ । ଏବେ ସେହି ଭିଡିଓ ପ୍ରବଳ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି।

Also Read: ସୈତାନ ସାଜିଲା ବାପା, ନିଜ ହାତରେ ନେଇଗଲା ତିନି ଝିଅଙ୍କ ଜୀବନ

ଭିଡିଓରେ ଅଭିନେତ୍ରୀ ଟିନା ନନ୍ଦୀ ୨୦୨୫ ଡିସେମ୍ବର ୧ରେ ରାଉରକେଲା ଆସି ସର୍କିଟ୍ ହାଉସରେ ରହିଥିବା କଥା କହୁଛନ୍ତି । ସେ ଏକ ଭିଡିଓ ସୁଟିଂ ପାଇଁ ଆସି ଝାରସୁଗୁଡ଼ାରେ ବିମାନରୁ ଓହ୍ଲାଇବା ପରେ ଏକ ଅଡି କାର ଯୋଗେ ରାଉରକେଲା ସର୍କିଟ ହାଉସରେ ପହଞ୍ଚିବା ପରେ ଫେସ୍ ବୁକ୍ ଲାଇଭ୍ କରିଥିଲେ । ଫେସ୍ ବୁକ୍ ଲାଇଭ କରିବା ପରେ ବିବାଦ ସହ ବିଭିନ୍ନ ମହଲରୁ ଅସନ୍ତୋଷ ଜାହିର ହୋଇଥିଲା । ତେଣୁ ତାଙ୍କୁ ସର୍କିଟ ହାଉସ ଛାଡିବା ପାଇଁ କୁହାଯାଇଥିଲା । ଶେଷରେ ସର୍କିଟ ହାଉସ ଛାଡିଥିଲେ ପର୍ଣ୍ଣ ଷ୍ଟାର ଟିନା ନନ୍ଦୀ । ଯାଇ ଆଉ ଏକ ହୋଟେଲରେ ରହିଥିଲେ ।

ସେହି ଭିଡିଓ ଏବେ ଭାଇରାଲ ହେବା ପରେ ତାଙ୍କୁ ଆଣିଥିବା ପୂର୍ବତନ ଭିଜିଲାନ୍ସ SP ଙ୍କ ପୁଅ ଆଶିଷ ମହାନ୍ତି ମୁହଁ ଖୋଲିଛନ୍ତି । ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତାଙ୍କ ବନ୍ଧୁ ମାର୍ଟିନ କହିଥିଲେ ରାଉରକେଲାରେ ଉଦଘଟାନ ହେବାକୁ ଥିବା ଗହ ଅଳଙ୍କାରକୁ ଆସିବେ ଜଣେ ଅଭିନେତ୍ରୀ। ତେଣୁ ତାଙ୍କ ରହିବା ପାଇଁ ସେ ସର୍କିଟ୍ ହାଉସ୍ ବୁକ୍ କରିଥିଲେ । ପରେ ପାନପୋଷ ଉପ ଜିଲାପାଳଙ୍କ ଅଫିସରୁ ଅଭିଯୋଗ ଆସିବାପରେ porn star Tina ନନ୍ଦୀ ସର୍କିଟ ହାଉସ ଛାଡିଥିଲେ ।

Also Read: ୬ ଲକ୍ଷର ସୁପାରୀ, ୩ଟି ପ୍ଲାନ୍; କୋଟିପତି ଶ୍ୱଶୁରଙ୍କୁ ହତ୍ୟା ପାଇଁ ବୋହୂର ଭୟାନକ ଚକ୍ରାନ୍ତ !

ଏଠି ପ୍ରଶ୍ନ ଉଠୁଛି ପ୍ରଶ୍ନ ଆଶିଷ ମହାନ୍ତି ରାଉରକେଲା ସର୍କିଟ୍ ହାଉସ୍ କାହା ନାଁରେ ବୁକ୍ କରିଥିଲେ ? କେଉଁ ବ୍ୟବସ୍ଥା ଅନୁସାରେ ସର୍କିଟ ହାଉସ ଦିଆଯାଇଥିଲା ? ବିଚାରପତି, ମନ୍ତ୍ରୀ, ବିଧାୟକ , ସରକାରୀ ଉଚ୍ଚ ପଦବୀ ଅଧିକାରୀଙ୍କ ଭଳି VIPଙ୍କ ପାଇଁ ଉଦ୍ଦିଷ୍ଟ ଥିବା ରାଉରକେଲା ସର୍କିଟ ହାଉସ ଏବେ ଅସାମାଜିକ ଏବଂ PORN ଷ୍ଟାର୍ ରହଣି ସ୍ଥାନ ପାଲଟିଛି କି ? ଏମାନଙ୍କ ପାଇଁ କିଏ କରୁଛି ରୁମ୍ ବୁକ୍ ? କାହା ନିର୍ଦ୍ଦେଶରେ ଏମାନଙ୍କୁ ମିଳୁଛି ଅନୁମତି ? ସରକାରୀ ବ୍ୟବସ୍ଥାର ଖୋଲା ଖୋଲି ଅପବ୍ୟବହାର କରାଯାଉଛି କି ? ରାଉରକେଲା ପୋଲିସ ଆଶିଷ ମହାନ୍ତି ଓ ଅଡି କାର ମାଲିକଙ୍କୁ ଥାନାକୁ ଡକାଇ ପଚରା ଉଚରା କରୁଛି । ଘଟଣାର ତଦନ୍ତ ଚାଲିଥିବା ବେଳେ କ୍ୟାମେରା ସମ୍ମୁଖରେ କିନ୍ତୁ ମୁହଁ ଖୋଲିନାହିଁ ପୋଲିସ ।