ଇସ୍ଲାମାବାଦ: FATF ସମୀକ୍ଷା ପୂର୍ବରୁ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନର ଏକ ବଡ଼ ପଦକ୍ଷେପ ସାମ୍ନାକୁ ଆସିଛି। ଜୈଶ-ଇ-ମହମ୍ମଦ ମୁଖ୍ୟ ମସୁଦ ଅଜହରଙ୍କୁ ଦେଶର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ତାଲିକାରେ ସାମିଲ କରିବା ସହ ତାଙ୍କୁ ଧରାଇଦେବା ପାଇଁ ପୁରସ୍କାର ରାଶି ୭୦ ଲକ୍ଷ ପାକିସ୍ତାନୀ ଟଙ୍କାକୁ ବଢ଼ାଇଥିବା ଖବର ମିଳିଛି।

ମସୁଦ ଅଜହର ଭାରତରେ ଘଟିଥିବା ଅନେକ ଆତଙ୍କବାଦୀ ଆକ୍ରମଣ ସହ ଜଡ଼ିତ ଅଭିଯୋଗରେ ଦୀର୍ଘଦିନ ଧରି ଭାରତର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ରହିଛି। ଜୈଶ-ଇ-ମହମ୍ମଦ ଏକ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଏବଂ ମସୁଦ ଅଜହରକୁ ଜାତିସଂଘ ମଧ୍ୟ ଆନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷଣା କରିଛି।

read also - ଇରାନରେ ଆମେରିକୀୟ ଅଧିକାରୀଙ୍କ ଚମତ୍କାର ବଞ୍ଚିବା କାହାଣୀ l ଶତ୍ରୁ ଦେଶରୁ ଜୀବନ ବଞ୍ଚାଇ ଫେରିଲେ ଆମେରିକୀୟ ଅଧିକାରୀ !

ପାକିସ୍ତାନର ଏହି ପଦକ୍ଷେପକୁ ବିଶେଷ ଭାବେ Financial Action Task Force (FATF) ସମୀକ୍ଷା ସହ ଯୋଡ଼ି ଦେଖାଯାଉଛି। ଆତଙ୍କବାଦୀ ସଂଗଠନ ଓ ଆତଙ୍କବାଦୀଙ୍କ ବିରୋଧରେ ଆର୍ଥିକ ଏବଂ ଆଇନଗତ ପଦକ୍ଷେପ ନେବାରେ ପାକିସ୍ତାନ କେତେଦୂର ଗମ୍ଭୀର, ତାହା ଏହି ପ୍ରକ୍ରିୟାରେ ନଜରକୁ ଆସିଛି ।

ତେବେ ମସୁଦ ଅଜହରଙ୍କ ମାମଲାରେ ପାକିସ୍ତାନର ପଦକ୍ଷେପ ନେଇ ପ୍ରଶ୍ନ ମଧ୍ୟ ଉଠୁଛି। ଭାରତ ଦୀର୍ଘଦିନ ଧରି ଅଜହର ଓ ଜୈଶ-ଇ-ମହମ୍ମଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଆସିଛି। ଏବେ ପୁରସ୍କାର ରାଶି ବୃଦ୍ଧି ଏବଂ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ତାଙ୍କ ନାମ ରଖିବା ପରେ ଏହା FATF ସମ୍ମୁଖରେ ପାକିସ୍ତାନର ଆତଙ୍କବାଦ ବିରୋଧୀ ପଦକ୍ଷେପର ଏକ ଅଂଶ କି ନାହିଁ, ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି।