ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷରେ ନନ୍ଦକନାନରେ ରେକଡ ସଂଖ୍ୟକ ପର୍ଯ୍ୟଟକ । ୨୦୨୫-୨୬ ଆର୍ଥିକ ବର୍ଷରେ ନନ୍ଦନକାନନ ବୁଲିଲେ ରେକଡ଼ ସଂଖ୍ୟକ ପର୍ଯ୍ୟଟକ । ୩୯ ଲକ୍ଷ ୭୬ ହଜାର ୬୧୫ ଜଣ ପର୍ଯ୍ୟଟକ ବୁଲି ଥିବା ବେଳେ ମୋଟ ୨୬ କୋଟି ୩୧ ଲକ୍ଷ ରାଜସ୍ବ ଆଦାୟ ହୋଇଛି । ନନ୍ଦନକାନନର ଉଭୟ ଉଦ୍ୟାନକୁ ଚଳିତ ୨୫-୨୬ ଆର୍ଥିକ ବର୍ଷରେ ରେକଡ଼ ସଂଖ୍ୟକ ପର୍ଯ୍ୟଟକ ବୁଲିଛନ୍ତି। ଯାହା ନନ୍ଦନକାନନ ଇତିହାସରେ ପ୍ରଥମ।

ଗତ ଆର୍ଥିକ ବର୍ଷରେ ନନ୍ଦନକାନନର ଉଭୟ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନରେ ୩୯ ଲକ୍ଷ ୭୬ ହଜାର ୬୧୫ ଜଣ ପର୍ଯ୍ୟଟକ ବୁଲିଛନ୍ତି। ସେଥିମଧ୍ୟରୁ ପ୍ରାଣୀ ଉଦ୍ୟାନରେ ୩୭ ଲକ୍ଷ ୯୬ ହଜାର ୩୪୧ ଜଣ ଓ ଉଦ୍ଭିଦ ଉଦ୍ୟାନରେ ଏକ ଲକ୍ଷ ୮୦ ହଜାର ୨୭୪ ଜଣ ପର୍ଯ୍ୟଟକ ବୁଲିଛନ୍ତି । ସେଥି ମଧ୍ୟରେ ୩୩ ଲକ୍ଷ ୪୮ ହଜାର ୯୩୩ ଜଣ ବଡ଼, ୬ ଲକ୍ଷ ୨୬ ହଜାର ୬୪୬ ଜଣ ଶିଶୁ ଓ ଏକ ହଜାର ୩୬ ଜଣ ବିଦେଶୀ ନାଗରିକ ଅଛନ୍ତି। ମୋଟ ୨୬ କୋଟି ୩୧ ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହୋଇଛି ।

Also Read...ହିତାଧିକାରୀଙ୍କ ପାଇଁ ଖୁସି ଖବର, ଆଜିଠୁ ସୁଭଦ୍ରା ଯୋଜନାରେ ଆବେଦନ

ଟିକେଟ, ପାର୍କିଂ ଓ କ୍ୟାମେରା ରୁ ୧୬ କୋଟି ୨୭ ଲକ୍ଷ ଟଙ୍କା ଓ ଅନ୍ୟ ସଂସ୍ଥା ଯେପରି ବେଟ୍ରି ଗାଡ଼ି, ସଫାରୀ, ଶିଶୁ ରେଳଗାଡି, ନୌକାବିହାର, ରୋପ ୱେ ପ୍ରଭୂତିରୁ ୯ କୋଟି ୮୧ ଲକ୍ଷ ଓ ଜୀବଜନ୍ତୁ ପୋଷ୍ୟ ଗ୍ରହଣ କରିବାରେ ୨୩ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୋଇଛି। ଯାହା ନନ୍ଦନକାନନ ଇତିହାସ ରେ ସବୁଠାରୁ ଅଧିକ ରାଜସ୍ବ ରହିଛି ।