ମୁମ୍ବାଇ-; ସମୟ ଏମିତି ଥିଲା ନାନା ପାଟେକର ଅଭିନୀତ ସିନେମା ''ପରିନ୍ଦା '' ହଲିଉଡ଼ ଆଡାପ୍ଟ କରିବାକୁ ବାଧ୍ୟ ହୋଇଥିଲା ୧୯୮୯ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ଏଭଳି ପ୍ରସିଦ୍ଧି ଲାଭ କରିଥିଲା ଯେ କେବଳ ଦେଶ ନୁହେଁ ବିଦେଶର ଲୋକଙ୍କୁ ମଧ୍ୟ ସିନେମାଟି ଖୁବ ପସନ୍ଦ ଆସିଥିଲା l ବିଶେଷ କରି ଚଳଚ୍ଚିତ୍ରରେ ନାନା ପାଟେକରଙ୍କ ଗ୍ୟାଙ୍ଗଷ୍ଟାର ଭୂମିକାର କରିଥିବା ଅତି ନିଚ୍ଛକ ଅଭିନୟ ଭାରତୀୟ ସିନେ ପ୍ରେମୀଙ୍କ ମନ ମୋହିଥିଲା l ୨୦୧୫ ମସିହାରେ ''ଫରିନ୍ଦା '' ର ନୂଆ ରୂପ ହଲିଉଡରେ ଦେଖିବାକୁ ମିଳିଥିଲା l

୧୯୮୯ରେ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିଥିଲା ‘ପରିନ୍ଦା’। ଫିଲ୍ମରେ ଅନିଲ କପୁର ଓ ଜ୍ୟାକି ଶ୍ରଫ୍ ଭାଇଙ୍କ ଭୂମିକାରେ ଥିବା ବେଳେ ମାଧୁରୀ ଦୀକ୍ଷିତ ମଧ୍ୟ ଅଭିନୟ କରିଥିଲେ। ନାନା ପାଟେକର ଏଥିରେ ଗ୍ୟାଙ୍ଗଷ୍ଟର ‘ଆନ୍ନା’ ଭୂମିକାରେ ନଜର ଆସିଥିଲେ।ମୁମ୍ବାଇ ଅଣ୍ଡରୱାର୍ଲ୍ଡର ପୃଷ୍ଠଭୂମିରେ ତିଆରି ଏହି ଫିଲ୍ମକୁ ହିନ୍ଦୀ ସିନେମାରେ ଅଣ୍ଡରୱାର୍ଲ୍ଡ ଓ ଗ୍ୟାଙ୍ଗଷ୍ଟରଙ୍କୁ ଅପେକ୍ଷାକୃତ ବାସ୍ତବ ଢଙ୍ଗରେ ଦେଖାଇଥିବା ଭାବେ ଗଣାଯାଏ।

‘ପରିନ୍ଦା’ କେବଳ ବକ୍ସ ଅଫିସ୍ରେ ସଫଳ ହୋଇନଥିଲା, ସମାଲୋଚକଙ୍କଠାରୁ ମଧ୍ୟ ପ୍ରଶଂସା ପାଇଥିଲା। ଫିଲ୍ମଟି ଦୁଇଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ପାଞ୍ଚଟି ଫିଲ୍ମଫେୟାର ପୁରସ୍କାର ଜିତିଥିଲା। ୧୯୯୦ ଏକାଡେମୀ ପୁରସ୍କାରରେ ‘ବେଷ୍ଟ ଫରେନ୍ ଲାଙ୍ଗୁଏଜ୍ ଫିଲ୍ମ’ ବର୍ଗ ପାଇଁ ଏହା ଭାରତର ଅଫିସିଆଲ୍ ସିଲେକ୍ସନ୍ ମଧ୍ୟ ଥିଲା। ଏହି ଫିଲ୍ମ ପାଇଁ ନାନା ପାଟେକର ତାଙ୍କ ପ୍ରଥମ ଜାତୀୟ ପୁରସ୍କାର ହାସଲ କରିଥିଲେ।

‘ପରିନ୍ଦା’ର ପ୍ରଭାବ କେବଳ ହିନ୍ଦୀ ସିନେମା ମଧ୍ୟରେ ସୀମିତ ରହିନଥିଲା। ୧୯୯୮ରେ ଏହାର ତାମିଲ୍ ରିମେକ୍ ‘ଆସାଇ ଥମ୍ବି’ ଆସିଥିଲା। କିନ୍ତୁ ଏହାଠାରୁ ଅଧିକ ଚର୍ଚ୍ଚାର ବିଷୟ ହୋଇଥିଲା ଏହାର ହଲିଉଡ୍ ଆଡାପ୍ଟେସନ୍। ୨୦୧୨ରେ ନିର୍ମାତା-ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରା ‘ପରିନ୍ଦା’କୁ ଆମେରିକୀୟ ଦର୍ଶକଙ୍କ ପାଇଁ ନୂଆ ଢଙ୍ଗରେ ତିଆରି କରିବା ନେଇ ଘୋଷଣା କରିଥିଲେ।

ଏହି ଫିଲ୍ମର ନାଁ ରଖାଯାଇଥିଲା ‘Broken Horses’। ଏଥିରେ ଆଣ୍ଟନ୍ ୟେଲଚିନ୍ ଓ କ୍ରିସ୍ ମାର୍କେଟ୍ ଦୁଇ ମୁଖ୍ୟ ଚରିତ୍ରରେ ଥିଲେ। ନାନା ପାଟେକରଙ୍କ ‘ଆନ୍ନା’ ଚରିତ୍ରର ସମାନ୍ତରାଳ ଭୂମିକା ‘ଜୁଲିଅସ୍ ହେଞ୍ଚ’ରେ ଭିନ୍ସେଣ୍ଟ ଡି’ଅନୋଫ୍ରିଓ ଅଭିନୟ କରିଥିଲେ।

‘ପରିନ୍ଦା’ ଯେଉଁଠି ମୁମ୍ବାଇର ଅଣ୍ଡରୱାର୍ଲ୍ଡକୁ କାହାଣୀର କେନ୍ଦ୍ରରେ ରଖିଥିଲା, ‘Broken Horses’ର ପରିବେଶ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଆମେରିକାର ମିଡ୍ୱେଷ୍ଟ୍କୁ ପୃଷ୍ଠଭୂମି କରି ଫିଲ୍ମଟିକୁ ଏକ ଆମେରିକୀୟ ୱେଷ୍ଟର୍ନ୍ ଶୈଳୀରେ ପ୍ରସ୍ତୁତ କରାଯାଇଥିଲା। ଫିଲ୍ମର ସିନେମାଟୋଗ୍ରାଫି ପାଇଁ ଟମ୍ ଷ୍ଟର୍ନ୍ଙ୍କୁ ନିଆଯାଇଥିଲା। ସେ କ୍ଲିଣ୍ଟ ଇଷ୍ଟଉଡ୍ଙ୍କ ସହ ଦୀର୍ଘ ସମୟ କାମ କରିଥିବା ସିନେମାଟୋଗ୍ରାଫର୍। ଅନ୍ୟପଟେ ଅସ୍କାର୍ ନାମାଙ୍କିତ ସଙ୍ଗୀତକାର ଜନ୍ ଡେବ୍ନି ଫିଲ୍ମର ସ୍କୋର୍ ପ୍ରସ୍ତୁତ କରିଥିଲେ।

‘Broken Horses’ରେ ଅଭିନେତା ଓ ଟେକ୍ନିକାଲ୍ ଟିମ୍ର ଅଭିଜ୍ଞତା ଥିଲେ ମଧ୍ୟ ଫିଲ୍ମଟି ଦର୍ଶକଙ୍କ ମନ ଜିତିପାରିନଥିଲା। ୨୦୧୫ରେ ରିଲିଜ୍ ହୋଇଥିବା ଏହି ଫିଲ୍ମକୁ ସମାଲୋଚକମାନେ ମଧ୍ୟ ବେଶୀ ପସନ୍ଦ କରିନଥିଲେ। ରଟେନ୍ ଟମାଟୋଜ୍ରେ ଏହାର ଆପ୍ରୁଭାଲ୍ ରେଟିଂ ମାତ୍ର ୨୬ ପ୍ରତିଶତ ଥିଲା। ପ୍ରାୟ ୧୫ ମିଲିୟନ୍ ଡଲାର୍ର ବଜେଟ୍ରେ ତିଆରି ହୋଇଥିବା ଏହି ଫିଲ୍ମର ବ୍ୟବସାୟ ମଧ୍ୟ ନିରାଶାଜନକ ଥିଲା। ଭାରତରେ ଏହାର ଆୟ ୧ କୋଟି ଟଙ୍କାରୁ କମ୍ ଥିବାବେଳେ ଆମେରିକାରେ ପ୍ରାୟ ୬୫ ହଜାର ଡଲାର୍ ଆୟ କରିଥିଲା। ବିଶ୍ୱବ୍ୟାପୀ ଏହାର ଆୟ ୩ ଲକ୍ଷ ଡଲାର୍ରୁ ମଧ୍ୟ କମ୍ ରହିଥିଲା।

ହାରିଥିଲା ହଲିଉଡ୍ ସିନେମା ‘Broken Horses’ ସଫଳ ହୋଇଛି ‘ପରିନ୍ଦା’ l ଆଜି ବି ଏହି ଚଳଚ୍ଚିତ୍ର ଓ ନାନା ପାଟେକରଙ୍କ ଦମଦାର ଡାଇଲଗ ଭରା ଅଭିନୟ ସମସ୍ତଙ୍କ ମନରେ ସ୍ମୃତି ହୋଇ ରହିଛି l ବର୍ଷ ପରେ ବର୍ଷ ‘ପରିନ୍ଦା’କୁ ଭାରତୀୟ ସିନେମାର ଚର୍ଚ୍ଚିତ ଓ ପ୍ରଭାବଶାଳୀ ଫିଲ୍ମ ତାଲିକାରେ ସ୍ଥାନ ମିଳିଛି। ଅନୁରାଗ କଶ୍ୟପ, ନିଖିଲ ଆଡଭାଣୀ ଓ ଦିବାକର ବାନାର୍ଜୀଙ୍କ ଭଳି ଫିଲ୍ମ ନିର୍ମାତାମାନେ ମଧ୍ୟ ନିଜ ଫିଲ୍ମ ଯାତ୍ରାରେ ‘ପରିନ୍ଦା’ର ପ୍ରଭାବ ବିଷୟରେ କହିଛନ୍ତି। ବିଶେଷକରି ନାନା ପାଟେକରଙ୍କ ‘ଆନ୍ନା’ ଚରିତ୍ର ହିନ୍ଦୀ ସିନେମାରେ ଏକ ହିଂସ୍ର ଖଳନାୟକଙ୍କୁ ଅପେକ୍ଷାକୃତ ବାସ୍ତବ ଓ ଗଭୀର ଢଙ୍ଗରେ ଦେଖାଇବାର ଏକ ଉଲ୍ଲେଖନୀୟ ଉଦାହରଣ ହୋଇ ରହିଛି।