ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି କୋର୍ଟ ପରିସରରୁ ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାକୁ ୨୪ ଘଣ୍ଟା ବିତିଛି। ତଥାପି ଅଭିଯୁକ୍ତର ଟେର ପାଉନି ପୋଲିସ। ଅଭିଯୁକ୍ତକୁ ଧରିବାକୁ ସ୍ୱତନ୍ତ୍ର ପୋଲିସ ଟିମ ଗଠନ ହୋଇଛି। ଏନେଇ ଭଦ୍ରକ ଜିଲ୍ଲା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି। ଅଭିଯୁକ୍ତ ନାମରେ ଆଉ ଏକ ମାମଲା ଚାନ୍ଦବାଲି ଥାନାରେ ଦାୟର ହେବା ସହିତ ପୋଲିସ ଅଭିଯୁକ୍ତକୁ ଖୋଜିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଅନ୍ୟପଟେ ଘଟଣାର ସଂପୂର୍ଣ୍ଣ ରିପୋର୍ଟ ଆସିବା ପରେ ଦାୟିତ୍ବରେ ଥିବା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଗୁରୁବାର ଚାନ୍ଦବାଲି ବ୍ଲକ ବାଂଶଡା ଥାନା ପୁରୁଣା ୱାରେଣ୍ଟ ବଳରେ ଅଭିଯୁକ୍ତ ଦେବବ୍ରତ ଦାସକୁ ଗିରଫ କରିବା ସହ କୋର୍ଟରେ ହାଜର ପାଇଁ ଚାନ୍ଦବାଲି କୋର୍ଟକୁ ନେଇଥିଲା। ମାତ୍ର କୋର୍ଟରେ ହାଜର ପୂର୍ବରୁ ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ।

also read- 'ରିଲ୍‌ରେ ଦେଖୁଥିଲୁ, ରିଅଲରେ ଦେଖୁଛୁ...': ବାଲିଅନ୍ତା ବର୍ବରତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି

ବାଂଶଡା ପୋଲିସର ଖାମଖିଆଲି କାର୍ଯ୍ୟ ପାଇଁ ଅଭିଯୁକ୍ତ ଜଣଙ୍କ ଖସି ଯାଇଥିବା ଅଭଯୋଗ ହୋଇଛି। ତେବେ ଫେରାର ପରେ ଚାନ୍ଦବାଲି ଥାନାରେ ଏକ ମାମଲା ରୁଜୁ ହୋଇଛି । ସ୍ୱତନ୍ତ୍ର ଟିମ୍ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।