ଝାରସୁଗୁଡ଼ା ୧୦।୭:୨୮ ବର୍ଷ ପରେ ଗିରଫ ହେଲା ହତ୍ୟା ଅଭିଯୁକ୍ତ। ୧୯୯୮ ମସିହାରୁ ହତ୍ୟା କରି ଫେରାର ହୋଇ ଯାଇଥିବା ଅଭିଯୁକ୍ତକୁ ଛତିଶଗଡ଼ରୁ ଗିରଫ କରିଛି ଝାରସୁଗୁଡାର ପୋଲିସ l ଗିରଫ ଅଭିଯୁକ୍ତ ହେଲେ ରେଙ୍ଗାଲି ଥାନା ଭୂନ୍ଦୁପାଲି ଗାଁର ନୀଳମଣି ମହାନନ୍ଦ l ଦୀର୍ଘ ବର୍ଷ ଧରି ସେ ନିଜ ପ୍ରକୃତ ପରିଚୟ ଗୋପନ ରଖି ଛଦ୍ମନାମରେ ଛତିଶଗଡ଼ରେ ରହୁଥିଲା । ଗୁଇନ୍ଦା ସୂଚନା ଆଧାରରେ ରେଙ୍ଗାଲି ପୋଲିସ ଗିରଫ କରିଛି ।

Also Read:- ସୁସ୍ଥ ହେଉଛନ୍ତି ମହାବାହୁ, ଜ୍ବରରେ ପୀଡ଼ିତ ଶ୍ରୀବିଗ୍ରହଙ୍କୁ ଲାଗି ହେବ ରାଜବୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ ଦଶମୂଳ ମୋଦକ‌

୧୯୯୮ ଅକ୍ଟୋବର ୬ ତାରିଖ ରାତିରେ ଭୂନ୍ଦୁପାଲି ଗାଁରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ l ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁର୍ଯୋଧନ ଦୀପଙ୍କୁ ହତ୍ୟା କରାଯାଇଥିଲା l ଦୁର୍ଯୋଧନଙ୍କ ପୁଅ ଦେବଲାଲ ଦୀପ ରେଙ୍ଗାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା l ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣା ପରଠାରୁ ଅଭିଯୁକ୍ତ ନୀଳମଣି ମହାନନ୍ଦ ଫେରାର ହୋଇ ଯାଇଥିଲା । ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ସେ ପୋଲିସ ହାତରେ ଧରା ପଡ଼ିନଥିଲା l ପଡ଼ୋଶୀ ଛତିଶଗଡ଼ର ରାଜୁ ଗୋଣ୍ଡ ନାଁରେ ଆଧାର କାର୍ଡ, ପ୍ୟାନ୍ କାର୍ଡ ତିଆରି କରି ଲୁଚିଥିଲା l ଗୁଇନ୍ଦା ସୂଚନା ଆଧାରରେ ରେଙ୍ଗାଲି ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଅଭିଯୁକ୍ତକୁ ଗିରଫ କରିଛି ।