ଭୁବନେଶ୍ୱର ୧।୭: ଦୀର୍ଘ ଦିନର ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ । ପଦ୍ମ ଧରିଲେ ମଣ୍ଡଳ ଦମ୍ପତି । ନିକଟରେ ବିଜେଡି ଛାଡ଼ିଥିଲେ ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ । ବୁଧବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ମୁକ୍ତିକାନ୍ତ ଏବଂ ମଞ୍ଜୁଲତା । ସୁବାସିନୀ ସାହୁ ଏବଂ ଶଶୀ ସାହୁ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସିମୁଳିଆରୁ ବିଜେଡି ବିଧାୟିକା ପ୍ରାର୍ଥୀ ଥିଲେ ସୁବାସିନୀ  ଚଳିତ ବର୍ଷ ଅପ୍ରେଲ ମାସରେ ଉଭୟ ବିଜେଡିରୁ ନିଲମ୍ବିତ ହୋଇଥିଲେ । ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ବିଜେଡିରୁ ସସ୍‌ପେଣ୍ଡ ହୋଇଥିବା ବେଳେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଦଳରୁ ନିଲମ୍ବିତ ହୋଇଥିଲେ । ଉଭୟ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ନିଲମ୍ବିତ ହୋଇଥିବା ପ୍ରେସ ରିଲିଜ୍ ଜରିଆରେ ସ୍ପଷ୍ଟ କରିଥିଲା ପାର୍ଟି ।

Also Read:- କାଉଣ୍ଟଡାଉନ୍ ଆରମ୍ଭ, ଭଦ୍ରକ ରାଜନୀତିରେ ଦେଖାଯିବ ନୂଆ ଗୋଟି ଚାଳନା

ଭଦ୍ରକ ଜିଲ୍ଲାର ପୂର୍ବତନ ସାଂସଦ ହେଉଛନ୍ତି ମଞ୍ଜୁଲତା ମଣ୍ଡଳ । ମଞ୍ଜୁଲତା ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ପୂର୍ବତନ ଧାମନଗର ବିଧାୟକ ହେଉଛନ୍ତି ମୁକ୍ତିକାନ୍ତ ମଣ୍ଡଳ । ମୁକ୍ତିକାନ୍ତ ବିଜୁ ଜନତା ଦଳ ଟିକେଟରେ ୨୦୧୪ ମସିହାରେ ଧାମନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ବିଷ୍ଣୁ ଚରଣ ସେଠୀଙ୍କୁ ପରାସ୍ତ କରି ଓଡ଼ିଶା ବିଧାନସଭା ସଦସ୍ୟ ହୋଇଥିଲେ । ଆଉ ବିଜେଡିରୁ ନିଲମ୍ବିତ ହେବା ପରେ ନିଜ କର୍ମୀଙ୍କ ସହ ଇସ୍ତଫା ଦେଇଥିଲେ ମଣ୍ଡଳ ଦମ୍ପତି । ଆଉ ଏବେ ୪ ମାସ ପରେ ରାଜ୍ୟର ଆଉ ଏକ ପ୍ରମୁଖ ରାଜନୈତିକ ଦଳରେ ମିଶିଛନ୍ତି ମଣ୍ଡଳ ଦମ୍ପତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ମଣ୍ଡ ।