ଭଦ୍ରକ ୦୧।୦୭ : ଚର୍ଚ୍ଚା-ଆଲୋଚନାରେ ପଡିଲା ପୂର୍ଣ୍ଣଚ୍ଛେଦ । ବୁଧବାର ଦିନ ବିଜେପିରେ ମିଶିବେ ମଣ୍ଡଳ ଦମ୍ପତି । ବିଜେଡି ଛାଡ଼ିବାର ବେଶ କିଛି ଦିନ ପରେ ବିଜେପିରେ ସାମିଲ ହେବେ ବିଜେଡିର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଧରିବେ ପଦ୍ମ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲାର ପୂର୍ବତନ ସାଂସଦ ହେଉଛନ୍ତି ମଞ୍ଜୁଲତା ମଣ୍ଡଳ । ମଞ୍ଜୁଲତା ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ପୂର୍ବତନ ଧାମନଗର ବିଧାୟକ ହେଉଛନ୍ତି ମୁକ୍ତିକାନ୍ତ ମଣ୍ଡଳ । ମୁକ୍ତିକାନ୍ତ ବିଜୁ ଜନତା ଦଳ ଟିକେଟରେ ୨୦୧୪ ମସିହାରେ ଧାମନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ବିଷ୍ଣୁ ଚରଣ ସେଠୀଙ୍କୁ ପରାସ୍ତ କରି ଓଡ଼ିଶା ବିଧାନସଭା ସଦସ୍ୟ ହୋଇଥିଲେ ।

 

Watch Video:-