ଭଦ୍ରକ: ବନ୍ୟା ପରେ ଧାମନଗର ବ୍ଲକର ବିଭିନ୍ନ ଗ୍ରାମରେ ସ୍ୱାସ୍ଥ୍ୟ ସେବାର ସ୍ଥିତି ପରଖିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଧାମନଗରରେ ପହଞ୍ଚି ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ। ବନ୍ୟା ପାଣି ଛାଡ଼ିବା ପରେ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା, ପାନୀୟ ଜଳର ଗୁଣବତ୍ତା ଏବଂ ସଂକ୍ରାମକ ରୋଗ ନିୟନ୍ତ୍ରଣ ବ୍ୟବସ୍ଥାର ସମୀକ୍ଷା କରିଥିଲେ ।

ଗସ୍ତ ସମୟରେ ସେ ବିଭିନ୍ନ ଗ୍ରାମରେ ଟ୍ୟୁବୱେଲ ଓ ପାନୀୟ ଜଳର ନମୁନା ସଂଗ୍ରହ କରି ଜଳ ପରୀକ୍ଷା କାର୍ଯ୍ୟକ୍ରମର ତଦାରଖ କରିବା ସହ ବନ୍ୟାରେ ପ୍ରଭାବିତ ଟ୍ୟୁବ୍ ୱେଲ ପାଣି ନିଜେ ପିଇଛନ୍ତି। ବନ୍ୟା ପରବର୍ତ୍ତୀ ପରିସ୍ଥିତିରେ ଡାଇରିଆ, ଜଣ୍ଡିସ୍ ଓ ଅନ୍ୟାନ୍ୟ ଜଳବାହିତ ରୋଗକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ସତର୍କ ରହିବା ସହ ପ୍ରଭାବିତ ଅଞ୍ଚଳରେ ନିୟମିତ ସ୍ୱାସ୍ଥ୍ୟ ଶିବିର, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ଔଷଧର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର ବନ୍ୟା ପ୍ରଭାବିତ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରୁଥିବା କଥା ମନ୍ତ୍ରୀ କହିଛନ୍ତି ।

Also Read: ଆୟୁଷ୍ମାନରେ ମିଶିବ କି ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ? ପ୍ରକ୍ରିୟା ଆରମ୍ଭ, ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ- ସରକାର କରିବେ ତର୍ଜମା