ମୁମ୍ଵାଇ ୦୪।୦୪; ବଲିଉଡରେ ଅନେକ ଦମ୍ପତି ଅଛନ୍ତି। ଯେଉଁମାନେ ବର୍ଷ ବର୍ଷ ଧରି ସମ୍ପର୍କରେ ରହିବା ପରେ ବ୍ରେକଅପ୍ ହୋଇଛି। ହେଲେ ଇଣ୍ଡଷ୍ଟ୍ରିରେ ଏପରି ଜଣେ କପଲ ଅଛନ୍ତି ଯିଏ ବର୍ଷ ବର୍ଷ ଧରି ଲିଭ୍-ଇନରେ ଅଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି। ଏହି ଅଭିନେତ୍ରୀ ୧୨ ବର୍ଷ ଧରି ତାଙ୍କ ପ୍ରେମିକଙ୍କ ସହିତ ରହୁଛନ୍ତି ଏବଂ ବହୁତ ଖୁସି ଥିବା ନଜର ଆସିଛନ୍ତି। ସେ ହେଉଛନ୍ତି ମୁଗ୍ଧା ଗଡସେ ଏବଂ ରାହୁଲ ଦେବ । ଏହି କପଲ ଅକ୍ଟୋବର ୨୦୧ରେ ସେମାନଙ୍କର ସମ୍ପର୍କକୁ ଅଫିସିଆଲ କରିଥିଲେ। ସେବେଠାରୁ ସେମାନଙ୍କ ପ୍ରଶଂସକମାନେ ସେମାନଙ୍କ ବିବାହ ପାଇଁ ଅପେକ୍ଷା କରିଛନ୍ତି। କିନ୍ତୁ ମୁଗ୍ଧା ବର୍ଷ ବର୍ଷ ଧରି ରାହୁଲଙ୍କ ସହିତ ଲିଭ-ଇନରେ ରହୁଛନ୍ତି । ଏପର୍ଯ୍ୟନ୍ତ ବିବାହ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇନାହାଁନ୍ତି।

ରାହୁଲଙ୍କ ପତ୍ନୀ ରୀନା ଦେବଙ୍କ ମୃତ୍ୟୁ ପରେ, ସେ ମୁଗ୍ଧାଙ୍କ ସହିତ ତାଙ୍କ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି। ଉଭୟ ଖୋଲାଖୋଲି ଭାବରେ କହିଛନ୍ତି ଯେ ସେମାନଙ୍କର ବର୍ତ୍ତମାନ ବିବାହ କରିବାର କୌଣସି ଯୋଜନା ନାହିଁ, କାରଣ ସେମାନେ ବିଶ୍ୱାସ କରନ୍ତି ଯେ ସେମାନେ ପରସ୍ପର ପ୍ରତି ସମ୍ପୂର୍ଣ୍ଣ ଭାବରେ ସମର୍ପିତ। ସେମାନଙ୍କ ସମ୍ପର୍କକୁ ବର୍ତ୍ତମାନ ୧୨ ବର୍ଷ ବିତିଗଲାଣି। ରାହୁଲ ଏବଂ ମୁଗ୍ଧା ସେମାନଙ୍କର ୧୨ ବର୍ଷର ଯାତ୍ରା"କୁ ଏକ ସ୍ୱତନ୍ତ୍ର ଉପାୟରେ ପାଳନ କରିଛନ୍ତି। ସୋସିଆଲ ମିଡିଆରେ ଏକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେମାନେ ପରସ୍ପରର ଆଖିରେ ସମ୍ପୂର୍ଣ୍ଣ ହଜିଯାଇଥିବା ଦେଖାଯାଉଛନ୍ତି। ମୁଗ୍ଧା ଇନଷ୍ଟାଗ୍ରାମରେ ଏକ ରୋମାଣ୍ଟିକ ଫଟୋ ପୋଷ୍ଟ କରିଛନ୍ତି - ଯେଉଁଥିରେ କପଲ ଏକ ବେଞ୍ଚରେ ବସି ପରସ୍ପର ଆଖିକୁ ଚାହିଁ ରହିଛନ୍ତି - କ୍ୟାପସନ ସହିତ: "୧୨ ବର୍ଷ...ରାହୁଲ ଦେବ।"

​​​​​​​

ରାହୁଲ ଏବଂ ମୁଗ୍ଧା ପ୍ରାୟତଃ ସୋସିଆଲ ମିଡିଆରେ ସେମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଅପଡେଟ୍ ସେୟାର କରନ୍ତି। ରାହୁଲ କେବଳ ଜଣେ ମଡେଲ ନୁହଁନ୍ତି ବରଂ ଜଣେ ପ୍ରତିଭାବାନ ଅଭିନେତା ଯିଏକି ଚଳଚ୍ଚିତ୍ର ଏବଂ ଟେଲିଭିଜନ ଶୋ' ଉଭୟରେ କାମ କରିଛନ୍ତି। ସେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟଲମ ଏବଂ ପଞ୍ଜାବୀ ସମେତ ବିଭିନ୍ନ ଭାଷାର ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

Also Read-Salman Khan's Health: ସଲମାନ୍‌ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ କି ? ୨୯,୦୦ କୋଟିର ସଂପତ୍ତି ବାଣ୍ଟିବାକୁ କରୁଛନ୍ତି ଯୋଜନା