ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ ନିଜର ଫିଟନେସ୍‌ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି । ତାଙ୍କ ଚାଲିଠୁ ଚୁଟି ଷ୍ଟାଇଲ୍‌, ସବୁକିଛି ତାଙ୍କ ଫ୍ୟାନ୍ସ ଫଲୋ କରନ୍ତି । ହେଲେ ବଲିଉଡର ଭାଇଜାନ୍‌ ବିରଳ ରୋଗ କବଳରେ ପଡ଼ିଥିଲେ । ସ୍ନାୟୁ ଜନିତ ରୋଗ ସଲମାନଙ୍କ ଜୀବନକୁ ଦୁର୍ବିସହ କରି ପକାଇଥିଲା । ଅତୀତରେ ଏମିତ ଏକ ସମୟ ଆସିଥିଲା, ଏହି ରୋଗ ପାଇଁ ସେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ । ସଲମାନ ଖାନ ବିରଳ ସ୍ନାୟୁ ଜନିତ ରୋଗରେ ପୀଡ଼ିତ ଥିଲେ  । ଏହି ରୋଗର ଯନ୍ତ୍ରଣା ଏତେ ଅଧିକ ଥିଲା ଯେ, ଯାହାକୁ ସହ୍ୟ କରିବା ବେଳେ ବେଳେ ଅଭିନେତାଙ୍କ ପାଇଁ  ଅସମ୍ଭବ ହୋଇପଡ଼ୁଥିଲା ।

ରୋଗଗ୍ରସ୍ତ ସଲମାନ୍‌ !

ପୂର୍ବରୁ ଏକ ସାକ୍ଷାତକାରରେ ସଲମାନ ଖୁଲାସା କରିଥିଲେ ଯେ, ସେ ଟ୍ରାଇଜେମିନାଲ୍ ନ୍ୟୁରାଲଜିଆ ନାମକ ଏକ ରୋଗରେ ପୀଡିତ। ଏହି ରୋଗ ଯୋଗୁଁ ମୁହଁର ସ୍ନାୟୁରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୁଏ । ଏହି ରୋଗ ଏତେ ମାରାତ୍ମକ ଯେ, ସ୍ନାୟୁରେ ବିଦ୍ୟୁତ ଆଘାତ ଭଳି ଯନ୍ତ୍ରଣା ହୁଏ ।  ଏଭଳି ଯନ୍ତ୍ରଣା ସହ୍ୟ କରିବା ପ୍ରାୟ ଅଭିନେତାଙ୍କ ପକ୍ଷରେ ଅସମ୍ଭବ ହୋଇପଡ଼େ । 

Also Read: ରିୟଲ ଇଷ୍ଟେଟ ବଜାରରେ ପାଦ ଥାପିଲେ ସଲମାନ ଖାନ, ଥରକରେ କଲେ ୧୦ ହଜାର କୋଟିର ନିବେଶ

ଏବେ କେମିତି ଅଛନ୍ତି ସଲମାନ୍‌ ?

ଅଗଷ୍ଟ, ୨୦୧୧ରେ ଆମେରିକାରେ ସଲମାନଙ୍କ ସର୍ଜରୀ ହୋଇଥିଲା । ତାଙ୍କୁ ଚିତ୍କାର କରିବା କିମ୍ବା ରାଗିବା ପାଇଁ ମନା କରିଥିଲେ ଡାକ୍ତର । ଏହା ଦ୍ବାରା ସଲମାନଙ୍କ ମସ୍ତିଷ୍କର ରକ୍ତ ନଳୀ ଫାଟିବାର ବିପଦ ରହିଛି ବୋଲି ଡାକ୍ତର କହିଥିଲେ । ଏଭଳି ରୋଗରେ ଏତେ ଯନ୍ତ୍ରଣା ହୁଏ ଯେ, ଏହାକୁ ‘ଆତ୍ମହତ୍ୟା ରୋଗ’ ବୋଲି ମଧ୍ୟ କୁହାଯାଏ । ଯନ୍ତ୍ରଣା ସହ୍ୟ କରିବା ଅପେକ୍ଷା ଜୀବନ ହାରିଦେବା ଭଲ ବୋଲି ଚିନ୍ତା କରନ୍ତି ରୋଗୀ । ଆମେରିକାରେ ସଲମାନ ଖାନଙ୍କ ସର୍ଜରୀ ହୋଇଥିଲା ଏବଂ ଏବେ ସେ ସୁସ୍ଥ ଅଛନ୍ତି । 

ସଲମାନ୍‌ ବାଣ୍ଟିଦେବେ କି ସଂପତ୍ତି ?

ବଲିଉଡ୍‌ର ଆଗଧାଡ଼ିର ନାୟକ ଏବଂ ବହୁ ହିଟ୍‌ ଫିଲ୍ମର ଅଭିନେତା ସଲମାନ ଖୁବ ଧନୀ । କେତେକ ରିପୋର୍ଟ ଅନୁସାରେ, ସଲମାନଙ୍କ ପାଖରେ ୨୯୦୦ କୋଟି ଟଙ୍କାର ସଂପତ୍ତି ରହିଛି।  ଏପରିକି ଏହି ସଂପତ୍ତି ସେ, ନିଜ ଭାଇଭଉଣୀଙ୍କ ମଧ୍ୟରେ ୪ ଭାଗରେ ଭାଗ କରିଦେ​‌ବେ ବୋଲି କୁହାଯାଉଛି । ସଲମାନ ନିଜର ଭାଇ ଅରବାଜ ଖାନ, ଶୋହେଲ ଖାନ, ଭଉଣୀ ଅର୍ପିତା ଏବଂ ଅଲବୀରାଙ୍କୁ ସଂପତ୍ତି ବାଣ୍ଟିବାକୁ ଯୋଜନା କରୁଛନ୍ତି । ନିଜ ନାଁରେ ଥିବା ଘର ମଧ୍ୟ ସେ ନିଜ ଭାଇ-ଭଉଣୀଙ୍କୁ ଦେଇଦେବେ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।