ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ (CSK) ର ପୂର୍ବତନ ଅଧିନାୟକ ତଥା କ୍ରିକେଟ୍ ଜଗତର ଅନ୍ୟତମ ସଫଳ ଖେଳାଳି ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଗାମୀ ଆଇପିଏଲ୍ ସଂସ୍କରଣରେ ଧୋନି ଆଉ ‘ଇମ୍ପାକ୍ଟ ପ୍ଲେୟାର’ ଭାବେ ମଇଦାନକୁ ଓହ୍ଲାଇବେ ନାହିଁ। CSK ର ପୂର୍ବତନ ବ୍ୟାଟର ସୁବ୍ରମଣ୍ୟମ ବଦ୍ରିନାଥ ଏକ ସାକ୍ଷାତକାରରେ ଏହି ବଡ଼ ଦାବି କରିଛନ୍ତି।

ସୁବ୍ରମଣ୍ୟମ ବଦ୍ରିନାଥଙ୍କ କହିବା ଅନୁଯାୟୀ, ଧୋନି ଜଣେ ଏଭଳି ଖେଳାଳି ଯିଏ ସମ୍ପୂର୍ଣ୍ଣ ମ୍ୟାଚରେ ଦଳ ପାଇଁ ଯୋଗଦାନ ଦେବାକୁ ପସନ୍ଦ କରନ୍ତି। କେବଳ ଇମ୍ପାକ୍ଟ ପ୍ଲେୟାର ଭାବେ ମାତ୍ର କିଛି ଓଭର କିମ୍ବା ଶେଷ ପର୍ଯ୍ୟାୟରେ ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇବା ତାଙ୍କ ନୀତି ବିରୋଧୀ। ସେ ଯଦି ଖେଳିବେ, ତେବେ ୱିକେଟକିପିଂ ସହ ପୂରା ୨୦ ଓଭର ପଡ଼ିଆରେ ରହି ଦଳର ନେତୃତ୍ୱ ଓ ନିଷ୍ପତ୍ତି ନେବାରେ ସହଯୋଗ କରିବେ।

Also Read:ରୋହିତ ଶର୍ମା ନେବେ କି ଅବସର? ଶେଷ ୧୦ଟି ଇନିଂସର ରେକର୍ଡ ଦେଖି ନିଜେ କରନ୍ତୁ ବିଚାର

ଗତ କିଛି ସଂସ୍କରଣରେ ଧୋନିଙ୍କ ଆଣ୍ଠୁ ସମସ୍ୟା ଯୋଗୁଁ ସେ ନିମ୍ନ କ୍ରମରେ ବ୍ୟାଟିଂ କରିବାକୁ ଆସୁଥିଲେ ଏବଂ ଅନେକ ସମୟରେ ଇମ୍ପାକ୍ଟ ପ୍ଲେୟାର ନିୟମର ସୁବିଧା ନେଉଥିବା ଦେଖାଯାଇଥିଲା। ତେବେ ବଦ୍ରିନାଥ ସ୍ପଷ୍ଟ କରିଛନ୍ତି ଯେ, ଧୋନି ନିଜର ଫିଟନେସ୍ ଉପରେ କ୍ରମାଗତ କାମ କରୁଛନ୍ତି। ସେ ଯଦି ସମ୍ପୂର୍ଣ୍ଣ ଫିଟ୍ ରୁହନ୍ତି, ତେବେ ଜଣେ ନିୟମିତ ଖେଳାଳି ଭାବେ ହିଁ ଦଳର ଏକାଦଶ (Playing XI) ରେ ସାମିଲ ହେବେ, ନଚେତ୍ ଅଧାପନ୍ତରିଆ ଭାବେ ଖେଳିବାକୁ ପସନ୍ଦ କରିବେ ନାହିଁ। ଧୋନିଙ୍କର ଏହି ସମ୍ଭାବ୍ୟ ନିଷ୍ପତ୍ତିକୁ ନେଇ ସିଏସକେ ପ୍ରଶଂସକଙ୍କ ମଧ୍ୟରେ ଜୋରଦାର ଉତ୍ସାହ ପ୍ରକାଶ ପାଇଛି। ପୂର୍ଣ୍ଣାଙ୍ଗ ଖେଳାଳି ଭାବେ ମାହିଙ୍କୁ ପୁଣି ଥରେ ପଡ଼ିଆରେ ୱିକେଟ୍ ପଛରେ ଗ୍ଲୋବ୍ସ ପିନ୍ଧି ଗେମ୍ ପ୍ଲାନ୍ କରୁଥିବାର ଦେଖିବାକୁ ଫ୍ୟାନ୍ସ ବ୍ୟାକୁଳତାର ସହ ଅପେକ୍ଷା କରିଛନ୍ତି।

ତେବେ ୨୦୨୭ରେ କେମିତି ଖେଳିବେ ଧୋନି ?

ଏହି ନିଷ୍ପତ୍ତି ପରେ ଏବେ ଧୋନିଙ୍କ ୨୦୨୭ ଆଇପିଏଲ୍ ଖେଳିବା ନେଇ ପ୍ରଶ୍ନ ଉଠିଛି। ଯଦି ମାହି ଇମ୍ପାକ୍ଟ ପ୍ଲେୟାର ହେବାକୁ ଚାହାନ୍ତି ନାହିଁ ତେବେ ତାଙ୍କୁ ଖେଳିବାକୁ ହେଲେ ତାଙ୍କର ଫିଟନେସ୍ ସବୁଠୁ ବଡ଼ ଗୁରୁତ୍ଵପୂର୍ଣ୍ଣ ଫ୍ୟାକ୍ଟର ହେବ। ଧୋନି ୨୦୨୪ ସିଜିନ୍ ପୂର୍ବରୁ ଚେନ୍ନାଇର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ତାଙ୍କର ବ୍ୟାଟିଂରେ ଭୂମିକା ପୂର୍ବାପେକ୍ଷା ବହୁତ ସୀମିତ ରହିଛି।

Also Read: ଦଳରେ ଜାଗା ମିଳିଲାନି, ଇନଷ୍ଟାଗ୍ରାମରେ ପୋଷ୍ଟ୍ କରିଦେଲେ କୃଣାଳ ପାଣ୍ଡ୍ୟା ! କହିଦେଲେ ବହୁତ କିଛି...

ତଥାପି ତାଙ୍କର ଅନୁଭବ ଏବଂ ଚାପ ସମୟରେ ମ୍ୟାଚକୁ ସଂପୂର୍ଣ୍ଣ କରିବାର କ୍ଷମତା ଏବେ ବି ଦଳ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ। ଧୋନିଙ୍କ ନେତୃତ୍ଵରେ ସିଏସକେ ପାଞ୍ଚଟି ଆଇପିଏଲ୍ ଟ୍ରଫି ଜିତିଛି। ଧୋନି ସ୍ପଷ୍ଟ କରି ଦେଲେ ସେ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିବାକୁ ଚାହାନ୍ତି ନାହିଁ। ଏଠି ପ୍ରଶ୍ନ ଉଠୁଛି କଣ ତାଙ୍କର ଶରୀର ପୂରା ସିଜିନରେ ଓ୍ଵିକେଟ୍ କିପିଂ ପାଇଁ ସମର୍ଥ ତ ? ତାଙ୍କର ଫିଟନେସ୍ ରହିବ ତ ?