ମୁମ୍ଵାଇ ୧୫।୦୭; ବଲିଉଡରୁ ଆସିଛି ଦୁଃଖଦ ଖବର। ଗତ କିଛି ଦିନ ଧରି ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଅଭିନେତ୍ରୀ ମୌନୀ ରୟ ନିଜ ସ୍ୱାମୀ ସୁରଜ ନାମ୍ବିଆରଙ୍କ ଠାରୁ ଅଲଗା ହେବା ନେଇ ସ୍ପଷ୍ଟ କରିଛନ୍ତି। ବିବାହର ମାତ୍ର ୪ ବର୍ଷ ପରେ ଏହି ପାୱାର କପଲଙ୍କୁ ମଧ୍ୟରେ ବିଚ୍ଛେଦ ଘଟିଛି।

 
 
 
 
 
 
 
 
 
 
 
 
 
 
 

A post shared by mon (@imouniroy)

ଗୁରୁବାର ମୌନୀ ରୟ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ନିଜର ବିବାହ ବିଚ୍ଛେଦ ଖବର ସେୟାର କରିଛନ୍ତି। ସେ କହିଛନ୍ତି ଯେ, "ଆମେ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଏହି କଠିନ ସମୟରେ ଆମର ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦେବାକୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ। ପ୍ରଥମେ ଉଭୟ ପରସ୍ପରକୁ ଇନଷ୍ଟାଗ୍ରାମରୁ ଅନଫଲୋ କରିବା ପରେ ଫ୍ୟାନ୍ସଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ମୌନୀ ନିଜ ପ୍ରୋଫାଇଲରୁ ବିବାହ ଏବଂ ସୁରଜଙ୍କ ସହ ଥିବା ସମସ୍ତ ଫଟୋ ଡିଲିଟ୍ କରିଦେଇଥିଲେ। ସୁରଜ ନାମ୍ବିଆର ମଧ୍ୟ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ବନ୍ଦ କରିଦେଇଥିଲେ, ଯାହା ବିଚ୍ଛେଦ ଖବରକୁ ଆହୁରି ଦୃଢ଼ କରିଥିଲା।

୨୦୨୨ ଜାନୁଆରୀ ୨୭ରେ ଗୋଆରେ ଅତି ଧୁମଧାମରେ ମାଲାୟାଲମ ଏବଂ ବେଙ୍ଗଲୀ ରୀତିନୀତିରେ ବିବାହ କରିଥିଲେ ମୌନୀ ଓ ସୁରଜ। ଦୁବାଇର ଏହି ବ୍ୟବସାୟୀଙ୍କ ସହ ମୌନୀଙ୍କ ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରୁଥିଲେ। କିନ୍ତୁ ହଠାତ୍ ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ଦେବୋଁ କେ ଦେବ ମହାଦେବ ଏବଂ ନାଗିନ୍ ଭଳି ସିରିଏଲରୁ ଘରେ ଘରେ ପରିଚିତ ମୌନୀ, ନିକଟରେ ବ୍ରହ୍ମାସ୍ତ୍ର ଫିଲ୍ମରେ ନିଜର ଦମଦାର ଅଭିନୟ ପାଇଁ ପ୍ରଶଂସିତ ହୋଇଥିଲେ। କିନ୍ତୁ ବୃତ୍ତିଗତ ସଫଳତା ମଧ୍ୟରେ ତାଙ୍କ ବୈବାହିକ ଜୀବନରେ ଏହି ଝଡ଼ ପ୍ରଶଂସକଙ୍କୁ ମର୍ମାହତ କରିଛି।

Also Read-Trisha Krishnan: ରାଜନୀତିରେ ବଡ ଟ୍ଵିଷ୍ଟ ? ତ୍ରିଶାଙ୍କୁ ୧୨ କୋଟିର ଅଫର ଦେଲେ ବିଜୟଙ୍କ ବିରୋଧୀ, ଇଣ୍ଡଷ୍ଟ୍ରିରେ ହଇଚଇ