ଧାନବାଦ୨୫ /୦୩:ଓଡ଼ିଶା ଖଣି ନିଗମ ଲିମିଟେଡ୍ ବା ଓଏମସି ଭାରତ ସରକାରଙ୍କ TEXMiN - IIT (ISM)ଧାନବାଦ ସହିତ ଏମଓୟୁ ସ୍ୱାକ୍ଷର କରିଛି । ଏହାଦ୍ୱାରା ଦୁଇ ଅନୁଷ୍ଠାନ ସହଭାଗୀତା,ଗବେଷଣା ଏବଂ ସୁରକ୍ଷିତ ତଥା ସ୍ଥାୟୀ ଏବଂ ଡିଜିଟାଲ୍ ଭାବରେ ଖଣି ଉତ୍ତୋଳନ ଦିଗରେ କାର୍ଯ୍ୟ କରିବେ ।

ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି । ଆଲୋକ କୁମାର ପାଲ,ନିର୍ଦ୍ଦେଶକ (HR), OMCଏବଂIIT (ISM)ଧାନବାଦର ଉପ-ନିର୍ଦ୍ଦେଶକ ପ୍ରଫେସର ଧୀରଜ କୁମାର ଏବଂ TEXMiNଫାଉଣ୍ଡେସନର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ଉଭୟ ସଂସ୍ଥାର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଏହି ସହଭାଗୀତା ସଂସ୍ଥାଗତ କ୍ଷମତାକୁ ସୁଦୃଢ଼ କରିବା,ପରିଚାଳନାଗତ ଏବଂ ବୈଷୟିକ ଦକ୍ଷତା ବୃଦ୍ଧି କରିବା ଏବଂOMCର ଖଣି କାର୍ଯ୍ୟରେ ପ୍ରଯୁକ୍ତିବିଦ୍ୟାରେ ନେତୃତ୍ୱଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ସହଯୋଗ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ,ନୀତି-କେନ୍ଦ୍ରିକ ଶିକ୍ଷାକୁ ସମର୍ଥନ କରିବ । ଯାହାର ଲକ୍ଷ୍ୟ ଭବିଷ୍ୟତ ପାଇଁ ଅଧିକ ଦକ୍ଷ ଏବଂ ସ୍ଥାୟୀ ଖଣି ଇକୋସିଷ୍ଟମ ଗଠନ କରିବା।

ଏହି ବୁଝାମଣାପତ୍ର ଶିକ୍ଷାଗତ ସହଭାଗୀତା ଏବଂ ସୂଚନାର ଆଦାନପ୍ରଦାନ ମାଧ୍ୟମରେ କର୍ମଚାରୀଙ୍କ କ୍ଷମତା ବିକାଶ ଉପରେ କେନ୍ଦ୍ରିତ । ପ୍ରମୁଖ କ୍ଷେତ୍ରଗୁଡ଼ିକ ମଧ୍ୟରେ ପରିଚାଳନାଗତ କ୍ଷମତା ବୃଦ୍ଧି,ଏକ ନିରନ୍ତର ଇକୋସିଷ୍ଟମର ବିକାଶ,ଗବେଷଣା, ତାଲିମ,ଏବଂ ସହଯୋଗୀ ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି। ଏହି ସହଭାଗୀତାରେ ପରିଚାଳନା ବିକାଶ କାର୍ଯ୍ୟକ୍ରମ (MDP),ସ୍ୱଳ୍ପକାଳୀନ ବିଶେଷଜ୍ଞ ପାଠ୍ୟକ୍ରମ ଏବଂ ଡିଜିଟାଲ୍ ପରିବର୍ତ୍ତନ,ଉତ୍ପାଦନରେ ଉନ୍ନତି, ନିରାପଦ ଏବଂ ସ୍ଥାୟୀ ଖଣି କାର୍ଯ୍ୟ ପାଇଁ ବୈଷୟିକ ମାର୍ଗଦର୍ଶନ ମଧ୍ୟ ଅନ୍ତର୍ଭୁକ୍ତ ହେବ।

ଓଡ଼ିଶା ଖଣି ନିଗମ ଲିମିଟେଡ୍ 

ଓଡ଼ିଶା ଖଣି ନିଗମ ଲିମିଟେଡ୍ (OMC)ହେଉଛି ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ଉଦ୍ୟୋଗ । ଯାହା ଲୁହା ଖଣି,କ୍ରୋମ୍ ଖଣି,ବକ୍ସାଇଟ୍ ଏବଂ ଅନ୍ୟାନ୍ୟ ଖଣିଜ ଖନନ ସହ ଏହାର ବାଣିଜ୍ୟରେ ନିୟୋଜିତ ରହିଛି। ବର୍ତ୍ତମାନ ସମଗ୍ର ଓଡ଼ିଶାରେ ନିଗମର ୧୯ଟି କାର୍ଯ୍ୟକ୍ଷମ ଖଣି ଅଛି ଏବଂ ଏହା ରାଜ୍ୟର ଶିଳ୍ପ ଅଭିବୃଦ୍ଧିକୁ ସମର୍ଥନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ। ସ୍ଥାୟୀତ୍ୱ ଏବଂ ସର୍ବାଙ୍ଗୀନ ବିକାଶ ଉପରେ ଦୃଢ଼ ଧ୍ୟାନ ଦେଇOMCନିରାପଦ,ସ୍ମାର୍ଟ ଏବଂ ପରିବେଶଗତ ଭାବରେ ଦାୟିତ୍ୱପୂର୍ଣ୍ଣ ଖଣି କାର୍ଯ୍ୟପଦ୍ଧତି ପ୍ରତି ପ୍ରତିବଦ୍ଧ ରହିଥାଏ।