ଭୁବନେଶ୍ବର: ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗର ନିଷ୍ପତ୍ତି। ଏପ୍ରିଲ ୨ ତାରିଖରୁ ରାଜ୍ୟରେ ସକାଳୁଆ ହେବ ସ୍କୁଲ। ଏନେଇ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଗଣଶିକ୍ଷା ସଚିବ। ନିଷ୍ପତ୍ତି ଅନୁସାରେ, ଏପ୍ରିଲ ୨ ତାରିଖଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଯଥା ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲ ସକାଳ ସାଢ଼େ ୬ ଟାରୁ ଆରମ୍ଭ ହୋଇ ସକାଳ ସାଢ଼େ ୧୦ଟା ଯାଏ ଚାଲିବ। ଏହି ନିର୍ଦ୍ଦେଶ ଗ୍ରୀଷ୍ମ ଛୁଟି ହେବା ପର୍ଯ୍ୟନ୍ତ ଜାରି ରହିବ।

ତେବେ ଗ୍ରୀଷ୍ମ ଛୁଟି ପରେ, ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ସ୍କୁଲ ସମୟ ସ୍ୱାଭାବିକ ଭାବରେ ଜାରି ରହିବ। ସେପଟେ ସକାଳୁଆ ସ୍କୁଲ ହେଲେବି ଏହି ସମୟରେ ସ୍କୁଲ ପରିଚାଳନା ପାଇଁ ବିଭାଗ ପକ୍ଷରୁ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି।

Also Read: ମାଟ୍ରିକ ରେଜଲ୍ଟକୁ ନେଇ ବଡ ଅପଡେଟ୍, କଣ କହିଲେ ବୋର୍ଡ ସଭାପତି ?

କ’ଣ ରହିଛି ଗାଇଡଲାଇନ ?

  • ପାନୀୟ ଜଳର ଉପଲବ୍ଧତା ରଖିବା ସୁନିଶ୍ଚିତ କରିବା
  • ଆବଶ୍ୟକ ସ୍ଥଳେ, ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସ୍କୁଲ କ୍ୟାମ୍ପସ ଭିତରେ ଥିବା ନଳକୂପଗୁଡ଼ିକୁ ମରାମତି କରାଯିବ
  • ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ପାଣି ଘଣ୍ଟି ସହିତ ପାନୀୟ ଜଳ ବିରତି ରହିବ
  • ବିଦ୍ୟାଳୟଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଓଆରଏସ ପ୍ୟାକେଟ ରଖିବା ଆବଶ୍ୟକ ଏବଂ ଆବଶ୍ୟକ କରୁଥିବା ଛାତ୍ର/କର୍ମଚାରୀଙ୍କୁ ଯୋଗାଇ ଦିଆଯିବା ଆବଶ୍ୟକ
  • ଛାତ୍ରମାନେ ଯେପରି ଗରମ ପ୍ରବାହର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ବାହ୍ୟ କାର୍ଯ୍ୟକଳାପକୁ ସୀମିତ କରାଯିବ
  • ଅଭିଭାବକମାନେ ପିଲାମାନଙ୍କୁ ସ୍କୁଲ ଯିବା ସମୟରେ ପାଣି ବୋତଲସହ ପଠାଇବେ