ଭୁବନେଶ୍ବର ୧୪।୧୧: ଶିଶୁ ଦିବସ ଅବସରରେ ରାଜ୍ୟରେ ‘କୋଟିଏ ହସ’ ପରିକଳ୍ପନା ମାଧ୍ୟମରେ ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ଓ ଖୁସି ପାଇଁ ଏକ ସ୍ୱତନ୍ତ୍ର ପ୍ରୟାସ କରାଯାଇଛି । ରାଜ୍ୟର ପ୍ରାୟ ୭୪ ହଜାର ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଉତ୍ସବ ପାଳନ କରାଯାଉଛି । ଏହାଦ୍ୱାରା ପ୍ରାୟ ୧୫ ଲକ୍ଷ ଅଙ୍ଗନବାଡ଼ି ଶିଶୁ ଉପକୃତ ହେବେ । ଏହି ଅବସରରେ ଉପ ମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡା ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇବା ସହ ରାଜ୍ୟ ଓ ଦେଶର ସମସ୍ତ ଶିଶୁଙ୍କୁ ଶିଶୁ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ଶିଶୁଙ୍କ ଲାଳନପାଳନ ଓ ବିକାଶରେ କେବଳ ମା’ ନୁହେଁ, ବାପାଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏଥିସହ ପରିବାରର ବୟସ୍କ ସଦସ୍ୟଙ୍କ ଭାଗୀଦାରୀ ମଧ୍ୟ ଆବଶ୍ୟକ । ଶିଶୁଙ୍କ ଲାଳନପାଳନରେ ବାପା ମାନଙ୍କୁ ସକ୍ରିୟ ଭୂମିକା ନେବାକୁ ବିଭାଗ ପକ୍ଷରୁ ନିରନ୍ତର ପ୍ରୋତ୍ସାହିତ କରାଯାଉଛି । ନୂଆ ପିଢ଼ିର ପିତାମାତା ଶିଶୁଙ୍କ ଉତ୍ତମ ଅଭିବୃଦ୍ଧି ଓ ସମୃଦ୍ଧି ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଛି ।

Also Read:- ରାକ୍ଷୀ ପୂର୍ଣ୍ଣିମାରୁ ନିଖୋଜ ଥିଲେ ରାଜେଶ, ମାଟି ତଳୁ ମିଳିଲା କଙ୍କାଳ

ଆଜିର ଶିଶୁ ଆଗାମୀ ଦିନରେ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ନେତୃତ୍ୱ ନେବେ । ତେଣୁ ସେମାନଙ୍କ ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ଉଦ୍ୟମ ସହ ସମାଜର ସମସ୍ତଙ୍କ ସହଯୋଗ ଓ ଭାଗୀଦାରୀ ଜରୁରୀ । ‘କୋଟିଏ ହସ’ ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଶିଶୁଙ୍କ ମୁହଁରେ ହସ ବଜାୟ ରଖିବା ସହ ଏହାକୁ ଆହୁରି ବଢ଼ାଇବା ଲକ୍ଷ୍ୟ ରହିଛି ।