ବୌଦ୍ଧ ୯।୪: ରାଜ୍ୟକୁ ଫେରିବ ଗରମ ଗୁଳୁଗୁଳି । ବୌଦ୍ଧ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରଶାସନ ପକ୍ଷରୁ ସର୍କୁଲାର ଜାରି କରାଯାଇଛି । ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସର୍କୁଲାର ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବିନା ଭୋଜନ ବିରତିରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଚାଲୁ ରହିବ । ଏପ୍ରିଲ ୧୦ରୁ ଜୁନ୍ ୧୫ ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟରେ ଚାଲିବ କାର୍ଯ୍ୟାଳୟ । ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ସର୍କୁଲାର ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଏହି ସର୍କୁଲାର ଜାରି କରିଛନ୍ତି ।

Also Read:- River Restoration: ଯେଉଁ ନଦୀ ଗୁଡ଼ିକର ଜଳସ୍ରୋତ ପୁରା ବନ୍ଦ ହୋଇଯାଉଛି, ସେଗୁଡ଼ିକର ପୁନରୁଦ୍ଧାର ହେବ

ରାଜ୍ୟରେ କମିବ କାଳବୈଶାଖୀ ପ୍ରଭାବ । ୧୨ରୁ ବଢ଼ିବ ଗରମ ଗୁଳୁଗୁଳି । ୧୪ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ । କେତେକ ସ୍ଥାନରେ ତାପମାତ୍ରା ୪୦ ଛୁଇଁବ । କିଛି ଦିନ ଧରି କାଳବୈଶାଖୀ ପାଇଁ ତାତିରୁ ବଡ଼ ଆଶ୍ଵସ୍ତି ମିଳିଥିଲା । ହେଲେ ଏବେ ପୁଣି ଉପରମୁହାଁ ହେବ ପାରଦ । ଶନିବାରଠୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଡେଇଁବ । ୧୨ରୁ ଉପକୂଳ ଓଡ଼ିଶା ଗରମ, ଗୁଳୁଗୁଳିରେ ଘାଣ୍ଟି ହେବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି ।

​​​​​​​