କନ୍ଧମାଳ ୧୦।୮: କେବେ କାଉଡିଆ ବେଶରେ ତ କେବେ କାଜୁ ବୋଝେଇ ଟ୍ରକରେ ଭିନ୍ନ ଭିନ୍ନ ଅଭିନବ ଉପାୟରେ ବେଧଡ଼କ ଭାବେ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଚାଲାଣ କରିବାକୁ ପଛାଉ ନାହାନ୍ତି ମାଫିଆ । କାଉଡିଆ ବେଶରେ ଦୁଇ ଜଣ ଗିରଫ ହେବା ପରେ ଏବେ କାଜୁ ବୋଝେଇ ଟ୍ରକରୁ ମିଳିଛି ବିପୁଳ ପରିମାଣର ଗଞ୍ଜେଇ । କନ୍ଧମାଳରୁ ମହାରାଷ୍ଟ୍ରକୁ କାଜୁ ଚୋପା ବୋଝେଇ ଟକ୍ରେ ଗଞ୍ଜେଇ ଚାଲାଣ ବେଳେ ଫିରିଙ୍ଗିଆ ପୋଲିସ ଚଢ଼ଉ କରି ୧୦ କ୍ବିଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ କରିଛି ।

ଏହି ଘଟଣାରେ ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ସମେତ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ଵୟ ହେଲେ ବିହାର ସମସ୍ତପୁର ଜିଲ୍ଲା ମୋହନପୁର ଥାନା ଅଞ୍ଚଳର ଲାଲମୋହନ ରାଏ ଏବଂ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ରୁଣ୍ଡିମହୁଲ ଗ୍ରାମର ସାନନ୍ଦ ସାହୁ । ଲାଲମୋହନ ଟ୍ରକ ଚାଳକ ବୋଲି ପୋଲିସ ସୂଚନା ଦେଇଛି ।