ଭୁବନେଶ୍ବର ୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫୦ବର୍ଷର ନିରବଚ୍ଛିନ୍ନ ସେବା-ତପସ୍ୟା ଏବଂ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ଭାବେ ୨୫ବର୍ଷର ଅଦମ୍ୟ ନେତୃତ୍ବ ଆଜି ସମଗ୍ର ଭାରତବର୍ଷକୁ ଏକ ଶକ୍ତିଶାଳୀ, ସମୃଦ୍ଧ ଓ ଆତ୍ମନିର୍ଭର ରାଷ୍ଟ୍ର ଭାବେ ଗଢ଼ିତୋଳିଛି ।

ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ତାଙ୍କର ୭୬ତମ ଜନ୍ମଦିନ ଅବସରରେ ମାସେବ୍ୟାପୀ 'ସେବା ସଂକଳ୍ପ ଅଭିଯାନ' ଆରମ୍ଭ ହେଉଛି । ଯେଉଁଥିରେ 'ସେବା ଜ୍ୟୋତି ଯାତ୍ରା', 'ନମୋ ସେବା ଗାଥା', 'ସ୍ବପ୍ନର ଭାରତ', 'ପରିବର୍ତ୍ତନର କାହାଣୀ', 'ବିକଶିତ ଭାରତ ସଂକଳ୍ପ ଯାତ୍ରା', ବୃକ୍ଷରୋପଣ ଓ ରକ୍ତଦାନ ଶିବିର ପରି ଅନେକ ମହତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Also Read:- ବହୁଚର୍ଚ୍ଚିତ ଜମି ଠକେଇ ମାମଲାରେ ପୋଲିସର ବଡ଼ ଆକ୍ସନ, ୩ ଦଲାଲ ଗିରଫ

ଏହି ସେବା ସଂକଳ୍ପ ଅଭିଯାନ ଅବସରରେ ୧୭ ତାରିଖ ଦିନ ସାରା ଓଡ଼ିଶାରେ 'ଆଶୀର୍ବାଦର ଦୀପ' କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ମୋର ଅନୁରୋଧ, ଆପଣମାନେ ସେଦିନ ସକାଳେ କିମ୍ବା ସନ୍ଧ୍ୟାରେ ନିଜ ଘର, ମନ୍ଦିର କିମ୍ବା କୌଣସି ପ୍ରମୁଖ ସ୍ଥାନରେ ଗୋଟିଏ 'ଆଶୀର୍ବାଦର ଦୀପ' ପ୍ରଜ୍ଜ୍ବଳିତ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ । ଆପଣମାନଙ୍କର ଏହି ଆଶୀର୍ବାଦ ଓ ସହଯୋଗ ମୋଦୀଜୀଙ୍କ ସଂକଳ୍ପକୁ ଆହୁରି ଶକ୍ତିଶାଳୀ କରିବ ଏବଂ ଦେଶର ବିକାଶ ଯାତ୍ରାକୁ ତ୍ବରାନ୍ବିତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Watch Video: