ନୂଆଦିଲ୍ଲୀ: ମହାକୁମ୍ଭରୁ ଭାଇରାଲ୍ ହୋଇଥିବା ମୋନାଲିସା ଭୋସଲେ ପୁଣି ଚର୍ଚ୍ଚାରେ । କେରଳର ଏକ ମନ୍ଦିରରେ ନିଜ ମୁସଲିମ ପ୍ରେମିକ ପରମାନଙ୍କୁ ବିବାହ କରିଥିଲେ ମୋନାଲିସା । କିନ୍ତୁ ତାଙ୍କ ବାପାଙ୍କ ଅଭିଯୋଗ ପରେ ମୋନାଲିସା ନାବାଳିକା ଥିବା ଜଣାପଡ଼ିଥିଲା । ଏହା ପରେ ଫରାମାନଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ପୋଲିସ ମାମଲା ରୁଜୁ କରିଛି । ଏହାରି ମଧ୍ୟରେ ମୋନାଲିସାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଫରାମାନ ଦାବି କରିଛନ୍ତି ଯେ, ମୋନାଲିସା ତାଙ୍କୁ ଛାଡ଼ି କେଉଁଆଡ଼େ ଚାଲିଯାଇଛନ୍ତି । ରାଜସ୍ଥାନର ଆଜମେରରେ ମୋନାଲିସାଙ୍କୁ ଫରମାନ ଖୋଜୁଛନ୍ତି । ମୋନାଲିସା ଫେରାର ହୋଇଯାଇଥିବା ନେଇ ସୋସିଆଲ ମିଡିଆରେ ଭିଡିଓ ମାଧ୍ୟମରେ ଦାବି କରିଛନ୍ତି ଫରମାନ ।

ସାହାଯ୍ୟ ପାଇଁ କଲେ ଅପିଲ୍

ଭିଡିଓରେ ଫରମାନ ଖାନ କହିଛନ୍ତି, ସେ ରାଜସ୍ଥାନର ଆଜମେର ଏବଂ ପୁଷ୍କରରେ ଥିବା ନେଇ ଦାବି କରିଛନ୍ତି । ସେ ଦାବି କହିଛନ୍ତି ଯେ, ମୋନାଲିସା ପଳାଇ ଯାଇଛନ୍ତି ଏବଂ ସେ ତାଙ୍କୁ ଖୋଜିବା ପାଇଁ ଆଜମେର ଏବଂ ପୁଷ୍କରକୁ ଆସିଛନ୍ତି। ଭିଡିଓରେ ଫରମାନ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ଫରମାନଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ମୋନାଲିସାଙ୍କ ମାମଲା ଭିନ୍ନ ମୋଡ଼ ନେଇଛି । ରିପୋର୍ଟ ଅନୁଯାୟୀ, ମୋନାଲିସା ବିବାହ ପରେ ତାଙ୍କ ସ୍ୱାମୀଙ୍କୁ ଛାଡି ଏକ ଅଜଣା ସ୍ଥାନକୁ ଚାଲିଯାଇଛନ୍ତି । ଫଳରେ ଫରମାନ ତାଙ୍କୁ ଖୋଜୁଛନ୍ତି।

Also Read: Asha Bhosle biography: ପୁଅର ଅକାଳ ମୃତ୍ୟୁ, ଝିଅର ଆତ୍ମହତ୍ୟା… ଜୀବନରେ ଅନେକ ଦୁଃଖ ଓ ସଂଘର୍ଷ ସହ ଲଢି ବନିଗଲେ ସ୍ୱରର ରାଣୀ

କେରଳରେ ବିବାହ କରିଥିଲେ ମୋନାଲିସା

ମୋନାଲିସା ଭୋସଲେ ନିକଟରେ କେରଳର ଜଣେ ବାସିନ୍ଦା ଫରମାନ ଖାନଙ୍କୁ ବିବାହ କରିଥିଲେ। ଏହି ବିବାହ ସୋସିଆଲ ମିଡିଆରେ ବ୍ୟାପକ ଆଲୋଚନା ସୃଷ୍ଟି କରିଥିଲା । ଏହା ସେମାନଙ୍କ ସମ୍ପର୍କକୁ ନେଇ ବିଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଏହି ସମୟରେ, ଜାତୀୟ ଅନୁସୂଚିତ ଜନଜାତି କମିଶନ (NCST) ତଦନ୍ତରୁ ଜଣାପଡିଛି ଯେ, ମୋନାଲିସା ଜଣେ ନାବାଳିକା ଥିଲେ । ଫଳରେ ଭାଇରାଲ ଗାର୍ଲ ମୋନାଲିସଙ୍କ ବୟସକୁ ନେଇ ବିବାଦକୁ ଆହୁରି ବଢ଼ାଇଥିଲା ।

‘ଲଭ୍ ଜିହାଦ’ ଅଭିଯୋଗ

ମାର୍ଚ୍ଚ ମାସରେ କେରଳର ତିରୁଅନନ୍ତପୁରମରେ ମୋନାଲିସା ଏବଂ ଫରମାନ ଖାନ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିବା ପରେ, ମୋନାଲିସାଙ୍କ ପରିବାର ଏହି ବିବାହକୁ ‘ଲଭ୍ ଜିହାଦ’ ବୋଲି କହିଥିଲେ ଏବଂ ସେ ଜଣେ ନାବାଳିକା ବୋଲି ଦାବି କରିଥିଲେ। କମିଶନ ଦ୍ୱାରା ଗଠିତ ଏକ ତଦନ୍ତ କମିଟିର ନିଷ୍କର୍ଷକୁ ଉଦ୍ଧୃତ କରି, ସ୍ଥାନୀୟ ବିଜେପି ନେତାମାନେ ଅଭିଯୋଗ କରିଥିଲେ ଯେ, ଗତ ମାସରେ କେରଳରେ ମୋନାଲିସାଙ୍କ ବିବାହ ଏକ ‘ଲଭ୍ ଜିହାଦ’ ମାମଲା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

ଫରମାନଙ୍କ ବିରୋଧରେ FIR

ଉତ୍ତର ପ୍ରଦେଶର ଜଣେ ବାସିନ୍ଦାଙ୍କ ଅଭିଯୋଗ ପାଇବା ପରେ କମିଶନ ମାର୍ଚ୍ଚ ୧୭ରେ ଏକ ତଦନ୍ତ କମିଟି ଗଠନ କରିଥିଲେ। ପୋଲିସ କହିଛି ଯେ, ମହେଶ୍ୱରରେ ମୋନାଲିସାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଅପହରଣ ଏବଂ ଯୌନ ଅପରାଧ ଏବଂ POCSO ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗତ ଶୁକ୍ରବାର, ମହେଶ୍ୱରର ବିଜେପି ବିଧାୟକ ରାଜକୁମାର ମେଓ ଏବଂ ବିଜେପି ମଣ୍ଡଳ ସଭାପତି ବିକ୍ରମ ପଟେଲ କହିଥିଲେ ଯେ, ମୋନାଲିସାଙ୍କ ବିବାହ ‘ଲଭ୍ ଜିହାଦ’ ମାମଲା ଏବଂ ମୋନାଲିସାଙ୍କୁ ଘରକୁ ଫେରାଇ ଆଣିବା ଉଚିତ।