ନୂଆଦିଲ୍ଲୀ: ଅନେକ ସମୟରେ ତାରିଖ ଗଣିତ ଏବଂ ଗ୍ରହମାନଙ୍କର ଚଳନ ଏଭଳି ‘ମନି ମ୍ୟାଗ୍ନେଟ’ ବା ଟଙ୍କା ଆକର୍ଷିତ କଲା ଭଳି ସଂଯୋଗ ତିଆରି କରିଥାନ୍ତି, ଯାହା ଆପଣଙ୍କ ପରିଶ୍ରମକୁ ଅନେକ ଗୁଣା ବଢ଼ାଇଥାଏ। ଏପ୍ରିଲ ୨୭ ସୋମବାର ଦିନ ବି କିଛି ଏଭଳି। ଏହି ଦିନ କେବଳ ମୋହିନୀ ଏକାଦଶୀର ପବିତ୍ର ପର୍ବ ହିଁ ନୁହେଁ ବରଂ ଅଙ୍କ ଶାସ୍ତ୍ର ବା ନ୍ୟୁମରୋଲୋଜି ଅନୁସାରେ ମୂଳାଙ୍କ ୯ ଏବଂ ଭାଗ୍ୟାଙ୍କ ୫ର ଏଭଳି ମେଳକ ହେବାକୁ ଯାଉଛି ଯାହା ଖୁବ୍ ଶୁଭ। ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ‘ବୌଦ୍ଦିକ ସାହସ’ର ଉଦୟ ବୋଲି ବିଶ୍ବାସ କରାଯାଏ।

ଗୋଟିଏ ପଟେ ଭଗବାନ ବିଷ୍ଣୁଙ୍କ ମୋହିନୀ ରୂପ ଏବଂ ଦ୍ବିତୀୟ ପଟେ ମେଷ ରାଶିରେ ବସିଥିବା ସୂର୍ଯ୍ୟ, ଏହି ସଂଯୋଗ ସଙ୍କେତ ଦେଉଛି ଯେ, ମୋହିନୀ ଏକାଦଶୀ ଦିନ ଆପଣଙ୍କ ଜନ୍ମ ତାରିଖ ଆପଣଙ୍କ ପାଇଁ ସଫଳତା ଆଣିପାରେ। କାରଣ ଯଦି ଆପଣଙ୍କ ଜନ୍ମ, ମାସର କିଛି ବିଶେଷ ତାରିଖରେ ହୋଇଛି, ତେବେ ମୋହିନୀ ଏକାଦଶୀ ଦିନ ମହାଜାଗତିକ ଆଶୀର୍ବାଦ ସିଧା ଆପଣଙ୍କୁ ମିଳିବ। ତେବେ ଆସନ୍ତୁ ଏହି ବିଶେଷ ଅଙ୍କ ଜ୍ୟୋତିଷ ବିଶ୍ଲେଷଣରେ ଜାଣିବା ଯେ, କିଭଳି ଏହି ଦୁର୍ଲଭ ସଂଯୋଗ ଆପଣଙ୍କ କ୍ୟାରିୟର, ଧନ ଏବଂ ଜୀବନକୁ ପ୍ରଭାବିତ କରିବାକୁ ଯାଉଛି।

Also Read: ଆପଣଙ୍କ ଘରର ମୁଖ୍ୟଦ୍ୱାରରେ ଏହି ଜିନିଷ ରଖିଛନ୍ତି କି ? ଜାଣି ରଖନ୍ତୁ ଯେ ଆପଣ ଦାରିଦ୍ର୍ୟକୁ ନିମନ୍ତ୍ରଣ କରୁଛନ୍ତି...

କ’ଣ ରହିଛି ଏହି ଦିନର ବିଶେଷତ୍ବ ?

୨୦୨୬ ଏପ୍ରିଲ ୨୭ ଦିନ କୌଣସି ସାଧାରଣ ସୋମବାର ନୁହେଁ। ଏହି ଦିନ ହିନ୍ଦୁ କ୍ୟାଲେଣ୍ଡରର ସବୁଠୁ ସୁନ୍ଦର ଏକାଦଶୀ ମଧ୍ୟରୁ ଗୋଟିଏ ‘ମୋହିନୀ ଏକାଦଶୀ’। କିନ୍ତୁ ଏଥର କେବଳ ଏହି ଦିନର ବିଶେଷତ୍ବ ପୂଜା ପାଠରେ ସୀମିତ ରହିନାହିଁ। ଏହା ପଛରେ ଅଙ୍କର ଏଭଳି ଏକ ଖେଳ ରହିଛି ଯାହା ଆପଣଙ୍କ ଆର୍ଥିକ ସ୍ଥିତି ଏବଂ ଉନ୍ନତି ସହ ଜଡ଼ିତ।

ଅଙ୍କ ଜ୍ୟୋତିଷ ହିସାବରେ ଦେଖିଲେ ୨୭ ତାରିଖର ମୂଳାଙ୍କ ୯ (୨+୭), ଯାହାର ମାଲିକ ହେଉଛନ୍ତି ‘ମଙ୍ଗଳ’। ମଙ୍ଗଳ ହେଉଛନ୍ତି ଉର୍ଜା ଏବଂ ସାହସର ଅଧିପତି। ସେହିଭଳି ସଂପୂର୍ଣ୍ଣ ତାରିଖକୁ ଯୋଡ଼ିଲେ ନମ୍ବର ଆସୁଛି ୫। ଯାହାର ମାଲିକ ବୁଧ। ଅର୍ଥାତ ମୋହିନୀ ଏକାଦଶୀ ଦିନ ସେମାନଙ୍କ ପାଇଁ ଯେଉଁମାନେ ‘ସାହସ ଏବଂ ମସ୍ତିଷ୍କ’ ଉଭୟକୁ ଏକାଠି ବ୍ୟବହାର କରିଥାନ୍ତି।

ମୋହିନୀ ଏକାଦଶୀ ଏବଂ ଗ୍ରହମାନଙ୍କରଚଳନ ?

ପୁରାଣ ଅନୁସାରେ, ମୋହିନୀ ଏକାଦଶୀରେ ଭଗବାନ ବିଷ୍ଣୁ ଜଗତରେ ସନ୍ତୁଳନ ବଜାୟ ରଖିବା ପାଇଁ ଏକ ସୁନ୍ଦର ରୂପ ଧାରଣ କରିଥିଲେ। ମୋହିନୀ ଏକାଦଶୀରେ ଆକାଶରେ ଗ୍ରହମାନଙ୍କ ମଧ୍ୟରେ ସମାନ ସନ୍ତୁଳନ ଦୃଶ୍ୟମାନ ହୁଏ। ଏହି ସମୟରେ ସୂର୍ଯ୍ୟ ସବୁଠାରୁ ଶକ୍ତିଶାଳୀ ସ୍ଥିତିରେ ଥାଆନ୍ତି। ସୂର୍ଯ୍ୟ ଶକ୍ତିଶାଳୀ ସ୍ଥିତିରେ ରହିବାର ଅର୍ଥ ଆତ୍ମବିଶ୍ୱାସ ବୃଦ୍ଧି ପାଇବା। ସେହିଭଳି ମୋହିନୀ ଏକାଦଶୀ ସମୟରେ ଚନ୍ଦ୍ର, ସିଂହ ରାଶିରେ ଥାଆନ୍ତି। ଯାହା ଆପଣଙ୍କୁ ରାଜା ପରି ଅନୁଭବ କରାଏ। ଏମିତିରେ ଅଟକି ରହିଥିବା କାମ ପୁଣି ଆରମ୍ଭ ହୋଇଥାଏ।

Also Read: ଅଫିସ୍ ଡେସ୍କରେ କେଉଁ ଦିଗରେ ରଖୁଛନ୍ତି ମନିପ୍ଲାଣ୍ଟ ? ସାବଧାନ୍ ଗୋଟିଏ ଭୁଲ୍ କ୍ୟାରିଅର ଉପରେ ପଡ଼ିପାରେ ପ୍ରଭାବ...

ଏହି ୪ ପ୍ରକାରର ଲୋକଙ୍କ ଉପରେ ପଡ଼ିବ ଭଲ ପ୍ରଭାବ

ଅଙ୍କ ଶାସ୍ତ୍ର ଏବଂ ଆପଣଙ୍କ ରାଶି ଅନୁସାରେ ୨୭ ଏପ୍ରିଲ ଚାରି ପ୍ରକାରର ଲୋକଙ୍କ ପାଇଁ ଏକ ବଡ଼ ଦିନ।

, ୧୮ ଏବଂ ୨୭ ତାରିଖରେ ଜନ୍ମିତ ବ୍ୟକ୍ତି (ମୂଳାଙ୍କ ୯)

ଯଦି ଆପଣ ଯେକୌଣସି ମାସର ଏହି ତାରିଖରେ ଜନ୍ମଗ୍ରହଣ କରିଛନ୍ତି। ତେବେ ଆପଣ ମୋହିନୀ ଏକାଦଶୀରେ ଅଧିକ ଉର୍ଜାବାନ ହେବେ। ବାକି ଥିବା ସରକାରୀ କାମ ସମାପ୍ତ ହେବ। ଯଦି ଆପଣ କୌଣସି ସମ୍ପତ୍ତି ବିବାଦର ସମ୍ମୁଖୀନ ହେଉଛନ୍ତି। ତେବେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଆସିପାରେ।

ପରାମର୍ଶ: ମୋହିନୀ ଏକାଦଶୀ ଦିନ କ୍ରୋଧ କମ କରନ୍ତୁ ଏବଂ ପାଖରେ କୌଣସି ଛୋଟ ଲାଲ ସୂତା କିମ୍ବା ରୁମାଲ ରଖନ୍ତୁ।

, ୧୦, ୧୯ ଏବଂ ୨୮ ତାରିଖରେ ଜନ୍ମିତ ବ୍ୟକ୍ତିମାନେ (ମୂଳାଙ୍କ ସଂଖ୍ୟା ୧)

ଏହି ତାରିଖରେ ସୂର୍ଯ୍ୟଙ୍କ ଦୃଢ଼ ସ୍ଥିତି ହେତୁ ପ୍ରସିଦ୍ଧି ଏବଂ ସମ୍ମାନ ପାଇବେ। କାର୍ଯ୍ୟକ୍ଷେତ୍ରରେ ସମ୍ମାନ ମିଳିବ। ଲୋକମାନେ ପରାମର୍ଶ ପାଇଁ ଆପଣଙ୍କ ପାଖକୁ ଆସିବେ। ଯଦି ଆପଣ ଚାକିରି ଖୋଜୁଛନ୍ତି, ତେବେ ମୋହିନୀ ଏକାଦଶୀରେ ଆପଣଙ୍କୁ କିଛି ଭଲ ଖବର ମିଳିପାରେ।

ପରାମର୍ଶ: ସକାଳେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ଘରୁ ବାହାରିବା ପୂର୍ବରୁ ଗୁଡ଼ ଖାଆନ୍ତୁ।

Also Read: ରୋଷେଇ ଘରେ କେବେବି ଖାଲି କରନ୍ତୁନି ଏହି ୫ଟି ଜିନିଷ; ଦେବୀ ଅନ୍ନପୂର୍ଣ୍ଣା ହେବେ ଅସନ୍ତୁଷ୍ଟ, ପରିବାରରେ ବୃଦ୍ଧି ପାଇବ ଆର୍ଥିକ କଷ୍ଟ

, ୧୫ ଏବଂ ୨୪ ତାରିଖରେ ଜନ୍ମିତ ବ୍ୟକ୍ତିମାନେ (ମୂଳାଙ୍କ ସଂଖ୍ୟା ୬)

ଏହି ତାରିଖର ଅଧିପତି ହେଉଛନ୍ତି ଶୁକ୍ର। ଏମିତିରେ ମୋହିନୀ ଏକାଦଶୀରେ ସୂର୍ଯ୍ୟଙ୍କ ସହ ମିଶି ଏହିତାରିଖରେ ଜନ୍ମିତ ବ୍ୟକ୍ତିଙ୍କ ପାଇଁ ଶୁଭ ଫଳ ଆଣିବ। ଆର୍ଥିକ ଅସୁବିଧା ଦୂର ହେବ। ଯଦି ଆପଣ କିଛି ନୂତନ ଏବଂ ମହଙ୍ଗା ଜିନିଷ କିଣିବା ପାଇଁ ଚିନ୍ତା କରୁଛନ୍ତି। ତେବେ ମୋହିନୀ ଏକାଦଶୀ ଏକ ଭଲ ଦିନ। ପ୍ରେମ ପ୍ରସଙ୍ଗ ମଧ୍ୟ ଭଲ ରହିବ।

ପରାମର୍ଶ: ମୋହିନୀ ଏକାଦଶୀରେ ଧଳା କିମ୍ବା କ୍ରିମ୍ ରଙ୍ଗର ପୋଷାକ ପିନ୍ଧନ୍ତୁ, ଏହା ଆପଣଙ୍କର ସକାରାତ୍ମକତା ବୃଦ୍ଧି କରିବ।

, ୧୨, ୨୧ ଏବଂ ୩୦ ତାରିଖ (ମୂଳାଙ୍କ ୩)

ଯେଉଁମାନେ ଏହି ତାରିଖରେ ଜନ୍ମଗ୍ରହଣ କରିଛନ୍ତି, ସେମାନେ ମହାନ ବୁଦ୍ଧିମତ୍ତା ପ୍ରାପ୍ତ ହୋଇଥାନ୍ତି ଏବଂ ଏହି ଜ୍ଞାନ ଆପଣଙ୍କୁ ମୋହିନୀ ଏକାଦଶୀରେ ବହୁତ ଲାଭ ଆଣିବ। ବ୍ୟବସାୟ ଲାଭଦାୟକ ହେବ। ଯଦି ଆପଣ ପାଠ ପଢ଼ୁଛନ୍ତି କିମ୍ବା ଏକ ନୂତନ ପାଠ୍ୟକ୍ରମ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ମୋହିନୀ ଏକାଦଶୀ ଠାରୁ ଭଲ ଦିନ ଆଉ କିଛି ନାହିଁ।

ପରାମର୍ଶ: କପାଳରେ କେସର୍ କିମ୍ବା ହଳଦୀର ତିଳକ ଲଗାନ୍ତୁ ଏବଂ ବଡ଼ ଲୋକଙ୍କଠାରୁ ଆଶୀର୍ବାଦ ନିଅନ୍ତୁ।

ବି.ଦ୍ର: ଏହି ଖବରରେ ଥିବା ସୂଚନା ଧାର୍ମିକ ବିଶ୍ୱାସ ଏବଂ ସାଧାରଣ ସୂଚନା ଉପରେ ଆଧାରିତ । ପ୍ରମେୟନ୍ୟୁଜ୭ ଏହାକୁ ସମର୍ଥନ କରେ ନାହିଁ ।