କଟକ ୨୭।୦୪ : କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋଶ । ସେ କଂଗ୍ରେସ ଟିକେଟ୍ରେ ନିର୍ବାଚନ ଜିତିଛନ୍ତି । ତେଣୁ ୨୦୨୯ ପର୍ଯ୍ୟନ୍ତ ସେ କଂଗ୍ରେସ ବିଧାୟିକା ହୋଇ କାମ କରିବେ । ଯଦି ୨୦୨୯ ପରେ ଯଦି ସୋଫିଆ ଫିର୍ଦ୍ଦୋଶ ଦଳ ଛାଡ଼ିବାକୁ କିମ୍ବା କୁଆଡେ ଯିବାକୁ ଇଚ୍ଛା କରିବେ । ତେବେ ଓଡ଼ିଶା ଜନତା କଂଗ୍ରେସ ତାଙ୍କୁ ସ୍ୱାଗତ କରିବ । ସେ ଯଦି ଓଡ଼ିଶା ଜନତା କଂଗ୍ରେସକୁ ଆସିବେ, ତେବେ ଦଳ ତାଙ୍କୁ ସ୍ୱାଗତ କରିବା ସହ ବଡ଼ ଦାୟିତ୍ୱ ମଧ୍ୟ ଦେବ ବୋଲି କହିଛନ୍ତି ମହମ୍ମଦ ମୋକିମ୍ ।

କଂଗ୍ରେସ ଠାରୁ ଅଲଗା ହୋଇ ମହମ୍ମଦ ମୋକିମ ଏକ ନୂଆ ଦଳ ଗଢିଥିଲେ । ଯାହାର ନାଁ ଓଡ଼ିଶା ଜନତା କଂଗ୍ରେସ ରଖିଛନ୍ତି । ଭୁବନେଶ୍ୱରରେ ଏକ ବିରାଟ ସଭାର ଆୟୋଜନ କରିଥିଲେ ମହମ୍ମଦ ମୋକିମ । ଯେଉଁଥିରେ ସୋଫିଆ ଫିର୍ଦ୍ଦୋଶ ସାମିଲ ହୋଇଥିଲେ । ଏହାପର ଠାରୁ ବାପାଙ୍କ ନୂଆ ଦଳରେ ଝିଅ ସାମିଲ ହେବା ନେଇ ଚର୍ଚ୍ଚା ଏବଂ ଆଲୋଚନା ଜୋର ଧରିଥିଲା । ପୂର୍ବରୁ ମଧ୍ୟ ସୋଫିଆଙ୍କ ଦଳରେ ସାମିଲ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ମୋକିମ । ଆଉ ଏବେ ଦିଲ୍ଲୀପ ରାୟଙ୍କ ସହ ସାକ୍ଷାତ ପରେ ସୋଫିଆଙ୍କ ଭବିଷ୍ୟତ ନେଇ ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି । ଏହି ପ୍ରଶ୍ନର ଉତ୍ତର ଦେଇ ମୋକିମ କହିଛନ୍ତି ଯେ, ସୋଫିଆ କଂଗ୍ରେସ ଟିକେଟରେ ଜିତିଛନ୍ତି। ତେଣୁ ୨୦୨୯ ପର୍ଯ୍ୟନ୍ତ ସେ କଂଗ୍ରେସ ବିଧାୟିକା ହୋଇ କାମ କରିବେ। ଯଦି ୨୦୨୯ ପରେ ସୋଫିଆ ଯଦି କୁଆଡେ ଯିବେ, ତେବେ ଓଡ଼ିଶା ଜନତା କଂଗ୍ରେସକୁ ହିଁ ଯିବେ।

Watch Video:-