ବ୍ରହ୍ମପୁର: ନିଖୋଜ ଏମକେସିଜି ମେଡିକାଲ ଛାତ୍ର ସାଗର ସାହୁ ମୟୁରଭଞ୍ଜ ତିରିଂ ଥାନା ପୋଲିସ ଦ୍ବାରା। ଯାଜପୁର ଜିଲ୍ଲା କୁଆଖିଆ କପାଳୀ ଗାଁର ଡାକ୍ତରୀ ଛାତ୍ର ସାଗର ସାହୁଙ୍କୁ ମୟୂରଭଞ୍ଜ ତିରିଂ ବସ୍ ଷ୍ଟାଣ୍ଡରୁ ଉଦ୍ଧାର କରିଛି ପୋଲିସ । ଗତ ମାସ ୩୧ ତାରିଖରୁ ସେ ନିଖୋଜ ଥିଲେ।

ମିଳିଥିବା ସୂଚନା ଅନୁସାରେ, ସାଗର ଡାକ୍ତରୀ ପଢ଼ୁଥିଲେ। କିନ୍ତୁ ଗତ ମାସରେ ପରୀକ୍ଷା ଦେବା ପୂର୍ବରୁ କୌଣସି କାରଣରୁ ପରୀକ୍ଷା ହଲ୍କୁ ନଯାଇ କେଉଁଆଡ଼େ ଚାଲିଯାଇଥିଲେ। ହେଲେ ମଙ୍ଗଳବାର ସାଗର ଏକ ଘରୋଇ ବସରେ ସାଗର ଯାତ୍ରା କରୁଥିବା ବେଳେ କଣ୍ଡକ୍ଟର ଟିକେଟ ପାଇଁ ମାଗିଥିଲେ । ସାଗର ଟଙ୍କା ଦେଇ ପାରିନଥିଲେ। ପରେ ବାପାଙ୍କୁ ଫୋନ କରିବାକୁ କହିବାରୁ କଣ୍ଡକ୍ଟର ମୋବାଇଲ ଫୋନରେ ଫୋନ କରିଥିଲେ । ଆଉ ପ୍ରାୟ ଦିନ ୧.୩୦ମିନିଟ୍ ସମୟରେ ସାଗର ତାଙ୍କ ବାପାଙ୍କ ମୋବାଇଲକୁ ବସ୍ କଣ୍ଡକ୍ଟର ମୋବାଇଲ ଫୋନ ଦ୍ୱାରା ଫୋନ୍ କରିଥିଲେ ।

Also Read: ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ମଦ ଡିପୋ, ପାଇଖାନାରୁ ୧୫ ବସ୍ତା ଦେଶୀ ମଦ ଜବତ

ତେବେ ସାଗରଙ୍କ ବାପା ରବିନ୍ଦ୍ର ସାହୁ ସଙ୍ଗେ ସଙ୍ଗେ କୁଆଖିଆ ଆଇଆଇସିଙ୍କୁ ଫୋନ୍ ଯୋଗେ ଜଣାଇଥିଲେ। କୁଆଖିଆ ଥାନା ସେହି କଣ୍ଡକ୍ଟରଙ୍କ ମୋବାଇଲ ନମ୍ବରକୁ ଯାଞ୍ଚ୍ କରି ଲୋକେସନ ଜାଣି ତୁରନ୍ତ ଓଡ଼ିଶା ସୀମା ନିକଟସ୍ଥ ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଆଇଆଇସିଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଘଟଣା ବିଷୟରେ ଜଣାଇଥିଲେ। ତିରିଂ ଥାନା ପୋଲିସ ସାଗର ସାହୁ ବସିଥିବା ବସକୁ ଅଟକାଇ ସାଗରଙ୍କୁ ଥାନାକୁ ଆଣିଛନ୍ତି । କୁଆଖିଆ ପୁଲିସ ତିରିଂ ଥାନାରେ ପହଂଚିବା ପରେ ସାଗରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା। ଆଠ ଦିନ ଧରି କୁଆଡ଼େ ଯାଇଥିଲେ କୋଉଠି ରହିଥିଲେ ଘଟଣା ବିଷୟରେ ପଚରାଉଚରା କରୁଛି ତିରିଂ ପୋଲିସ।