ଭଦ୍ରକ ୮।୯: ଭଦ୍ରକ ଅବକାରୀ ବିଭାଗ ର ଚଢ଼ାଉ । ଅଙ୍ଗନବାଡ଼ି କେନ୍ଦ୍ର ନିକଟ ପାଇଖାନା ଘରେ ମଦ ଡିପୋ ଠାବ । ୧୫ ବସ୍ତା ଦେଶୀ ମଦ ଜବତ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନ କଟସାହି ପଞ୍ଚାୟତର ମୁଦୁଲିସାହି ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଥିବା ପାଇଖାନାରୁ ୧୫ ବସ୍ତାରୁ ଅଧିକ ଦେଶୀ ମଦ ଜବତ କରିଛି ଭଦ୍ରକ ଅବକାରୀ ବିଭାଗ । ଅବକାରୀ ବିଭାଗ ଅଚାନକ ଚଢ଼ାଉ କରି ଏହି ବେଆଇନ ମଦ ଜବତ କରିଛି ।

ମୁଦୁଲି ସାହି ଅଙ୍ଗନବାଡ଼ି କେନ୍ଦ୍ରର ଏକ ପରିତ୍ୟକ୍ତ ପାଇଖାନା ଘରକୁ ଦେଶୀ ମଦ ମହଜୁଦ ରଖିବା ପାଇଁ ଡିପୋ ଭାବେ ବ୍ୟବହାର କରାଯାଉଥିଲା । ଘଟଣାକୁ ନେଇ ଅଙ୍ଗନବାଡି କର୍ମୀ କହିଛନ୍ତି ଯେ ଏ ବିଷୟରେ ସେ କିଛି ଜାଣି ନାହାନ୍ତି । କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା କଥାରେ ଏହି ସ୍ଥାନରେ ରାତି ହେଲେ ଅସାମାଜିକ ଲୋକଙ୍କ ଭିଡ଼ ଜମେ ।

Also Read:- ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର : ସେପ୍ଟେମ୍ବର ୧୧ରୁ ବଢ଼ିବ କ୍ରୟ ମୂଲ୍ୟ, ଖୋଲିବ ୫୦୦ ଓମ୍‌ଫେଡ୍ ପାର୍ଲର