ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜରୁ ପିଜି ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ଖଣ୍ଡନ କଲେ କଲେଜ ଡିନ୍। ପରୀକ୍ଷା ହଲ ଭିତରୁ କେହି ପ୍ରଶ୍ନ ପଠାଇଥିବେ ବୋଲି ପ୍ରତିକ୍ରିୟା ରଖି କହିଛନ୍ତି ଡିନ ହରେକୃଷ୍ଣ ଦଳେଇ। ଏହା ସହ ଏହି ଘଟଣାରେ ଓୟୁଏଚଏସ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ଡିନ୍।

ସୂଚନାଥାଉକି, ରାଜ୍ୟ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ଗୁରୁତର ଅନିୟମିତତା ଦେଖିବାକୁ ମିଳିଛି। ଲକ୍ଷାଧିକ ଟଙ୍କା ବଦଳରେ ବିଦ୍ୟାର୍ଥୀଙ୍କୁ ବିଭିନ୍ନ ହ୍ବାଟ୍ସଆପ୍ ଗ୍ରୁପରେ ପ୍ରଶ୍ନ ପତ୍ରର କପି ପଠାଯାଉଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଏହି ପ୍ରଶ୍ନପତ୍ର ପଠାଯାଇଥିବା କୁହାଯାଉଛି।

Also Read: ଭାଙ୍ଗିଲା କପର୍ ଡ୍ୟାମ୍: ଖୋଲିଲା ୮ଟି ଗେଟ୍, ବୈତରଣୀ ତଳମୁଣ୍ଡରେ ଆସିବ ବନ୍ୟା

ତେବେ ଘଟଣା ପ୍ରଘଟ ହେବା ପରେ ବିଶ୍ୱବିଦ୍ୟାଳୟରେ ହୋଇଥିବା ଅଭିଯୋଗ ଭିତ୍ତିରେ ତଦନ୍ତ ଆରମ୍ଭ ହୋଇଛି। ଗତ ୨୭ ତାରିଖରେ ଅନୁଷ୍ଠିତ ହୋଇଥିବା ପରୀକ୍ଷାରେ ଏଭଳି ବିଭ୍ରାଟ ହୋଇଥିବା ଜଣାପଡ଼ିଛି। ଏହାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଗାମୀ ପରୀକ୍ଷାରେ ଯେଭଳି କୌଣସି ବିଭ୍ରାଟ ନହେବ ସେଥିପ୍ରତି ଧ୍ୟାନ ଦେବୁ ବୋଲି କହିଛନ୍ତି ଡିନ୍। ପରୀକ୍ଷା ବେଳେ ପରୀକ୍ଷା ହଲ ଭିତରକୁ ମୋବାଇଲ ବାରଣ କରାଯାଇ ଥିବାବେଳେ ହାତ ଘଣ୍ଟାକୁ କୋହଳ କରାଯାଇଛି। ସ୍ମାର୍ଟଓ୍ବାଚ୍ ତନଖି କରିବା ସମ୍ଭବପର ନୁହଁ ବୋଲି ଡିନ କହିଛନ୍ତି।