ନୁଆଦିଲ୍ଲୀ,୦୧|୦୭:ଭାରତର ଟି୨୦ ଇତିହାସରେ କଳା ଫର୍ଦ୍ଦ । ଆୟରଲ୍ୟାଣ୍ଡଠୁ ଟି୨୦ ସିରିଜ୍ ହାରିଛି ଟିମ୍ ଇଣ୍ଡିଆ । କୋଚ୍ ଗୌତମ ଗମ୍ଭୀର ଏବଂ ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କୁ ସମସ୍ତେ ଟାର୍ଗେଟ୍ କରୁଛନ୍ତି । କାରଣ ଆୟରଲ୍ୟାଣ୍ଡଠୁ ଭାରତର ପରାଜୟକୁ ଫ୍ୟାନ୍ସ ଗ୍ରହଣ କରିପାରୁ ନାହାଁନ୍ତି ।

୧୦୫୦ ଦିନ ପରେ ଟି୨୦ ସିରିଜ୍ ହାରିଛି ଭାରତ । ଯାହାକୁ ନେଇ ଫ୍ୟାନ୍ସ ଏବଂ ବିଶେଷଜ୍ଞ ନାଖୁସ । ସମାଲୋଚନା କରୁଛନ୍ତି । ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ଜାଗା ମିଳିଲାନି ବୋଲି ପ୍ରଶ୍ନ ଉଠାଉଛନ୍ତି । ଆୟରଲ୍ୟାଣ୍ଡ ବିପକ୍ଷରେ ବୈଭବ ଖେଳିବେ ବୋଲି ସମସ୍ତେ ଭାବୁଥିଲେ । ବିସିସିଆଇ ମଧ୍ୟ ତାଙ୍କ ଫଟୋରେ ପ୍ରୋମୋ କରୁଥିଲା । ଟିକେଟ୍ ବିକ୍ରି କରୁଥିଲା । ହେଲେ ନା ଜାଗା ମିଳିଲା ନା ଦଳ ଜିତିଲା । ଏହାରି ଭିତରେ ଫ୍ୟାନ୍ସ ଆଉ ଏକ କଥା କହିଲେଣି । ସୂର୍ଯ୍ୟ କୁମାର ଥିଲେ ସିରିଜର ପରିଣତି କିଛି ଭିନ୍ନ ହୋଇଥାନ୍ତା ବୋଲି ସେମାନେ ମତ ଦେଉଛନ୍ତି ।

ଆୟରଲ୍ୟାଣ୍ଡ ପ୍ରଥମ ମୁକାବିଲାରେ ଭାରତ ଆଗରେ ୧୮୨ ରନ୍ ଛିଡା କରିଥିଲା । ଯାହାକୁ ଚେଜ୍ କରିବାକୁ ଯାଇ ସଞ୍ଜୁ ସାମସନ, ଇଶାନ କିଷାନ, ଶ୍ରେୟସ ଆୟରଙ୍କ ଭଳି ଖେଳାଳି ନିରାଶ କରିଥିଲେ । ଦଳ ୩୪ ରନରେ ପରାସ୍ତ ହୋଇଥିଲା । ଦ୍ୱିତୀୟ ମୁକାବିଲାରେ ବି ଭାରତ ୧୫୪ ରନ୍ ପିଛା କରିପାରିନଥିଲା । ଏହାସହ ସିରିଜରେ କ୍ଲିନ୍ ସ୍ୱିପ୍ ହୋଇଥିଲା ।

ତେବେ ଏହାକୁ ନେଇ ଫ୍ୟାନ୍ସମାନେ ପ୍ରଶ୍ନ ଉଠାଇଛନ୍ତି । କାରଣ ବିନା କାରଣରେ ସୂର୍ଯ୍ୟଙ୍କୁ କପ୍ତାନୀ ସହ ଦଳରୁ ବିଦା କରାଯାଇଛି । ତାଙ୍କ ନେତୃତ୍ୱରେ ଦଳ ଟି୨୦ ସିରିଜ୍ ହାରିନି । ଏସିଆ କପ୍ ଏବଂ ବିଶ୍ୱକପ୍ ଜିତିଛି । ସୂର୍ଯ୍ୟ ଆଉଟ୍ ଅଫ୍ ଫର୍ମ୍ ଥିଲେ ବି ଆୟରଲ୍ୟାଣ୍ଡଠୁ କେବେ ହାରିନଥାନ୍ତେ ବୋଲି ଫ୍ୟାନ୍ସ୍ କହୁଛନ୍ତି । ଆଉ କେହି କେହି ସୂର୍ଯ୍ୟ ପୁଣି ଫେରିବା ଦରକାର ବୋଲି ମତ ଦେଉଛନ୍ତି । ସେହିପରି ନେଟିଜେନ୍ସ ସୂର୍ଯ୍ୟଙ୍କୁ ପୁନଃ ଅଧିନାୟକ କରିବାକୁ ମଧ୍ୟ ଦାବି କରୁଛନ୍ତି ।

Also Read :- ହ୍ରାସ ପାଇଲା ପେଟ୍ରୋଲ-ଡିଜେଲ୍ ରେଟ୍ : ଗ୍ରାହକଙ୍କୁ ଉପହାର ଦେଲା ଏହି ବଡ଼ କମ୍ପାନୀ

ଅଧିନାୟକ ଏବଂ ବ୍ୟାଟର ଭାବେ ଫେଲ୍ ଶ୍ରେୟସ

ଆୟରଲ୍ୟାଣ୍ଡ୍ ଗସ୍ତ ପୂର୍ବରୁ ସୂର୍ଯ୍ଯଙ୍କୁ ଦଳରୁ ବିଦା କରାଯାଇଥିଲା । ତାଙ୍କୁ ଦଳରେ ସ୍ଥାନ ମିଳିନଥିଲା । ତାଙ୍କଠାରୁ ନେତୃତ୍ୱ ଭାର ଛଡାଇ ନେଇ ଶ୍ରେୟସ ଆୟରଙ୍କୁ ଦିଆଯାଇଥିଲା । ଉଭୟ ମ୍ୟାଚରେ ଶ୍ରେୟସ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ପ୍ରଥମ ମୁକାବିଲାରେ ସେ ୭ ବଲରୁ ୩ ରନ୍ କରିଥିଲେ । ଦ୍ୱିତୀୟ ମୁକାବିଲାରେ ସେ ୭ ବଲରୁ ୧୦ ରନ୍ ସ୍କୋର କରିଥିଲେ ।