କଟକ : ପ୍ରେମରେ ଫସାଇଲା, ଚିକିତ୍ସା କରାଇବାର ବାହାନା କରି କଟକ ଆଣିଲା, ଆଉ ଶେଷରେ ଜୀବନ ନେଇଗଲା ! କଟକ କାଠଯୋଡ଼ି ନଦୀପଠାରେ ମହିଳା ଗୌରୀ ଭୋଇଙ୍କୁ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତ ଜଳନ୍ଧର ବାଗ୍କୁ ଧରିବା ପରେ ଏବେ ଆରମ୍ଭ କରିଛି ତଦନ୍ତର ପରବର୍ତ୍ତୀ ପ୍ରକ୍ରିୟା । ଘଟଣାସ୍ଥଳକୁ ଅଭିଯୁକ୍ତକୁ ନେଇ ପୋଲିସ କରିଛି ସିନ୍ ରିକ୍ରିଏସନ୍ । କେମିତି ଘଟିଥିଲା ହତ୍ୟାକାଣ୍ଡ ? କେଉଁ ପରିସ୍ଥିତିରେ ଗୌରୀଙ୍କୁ ନଦୀପଠାକୁ ନେଇଥିଲା ଅଭିଯୁକ୍ତ ? ଏସବୁ ଦିଗକୁ ନେଇ ଚାଲିଛି ତଦନ୍ତ ।

ସୂଚନାନୁସାରେ, ଜଗତସିଂହପୁରରୁ ଗୌରୀ ଭୋଇ ନାମକ ମହିଳାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇଵା ନାଁରେ ଆଣିଥିଲେ । ହେଲେ ଯୋଜନା କରି ତାଙ୍କୁ କାଠଯୋଡି ନଦୀ ପଠାକୁ ନେଇ ହତ୍ୟା କରିଥିଲେ । ଗତ ଅକ୍ଟୋବର ୭ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଗୌରୀଙ୍କର ଘର କଳାହାଣ୍ଡି ହୋଇଥିବା ବେଳେ, ତାଙ୍କ ସ୍ୱାମୀ ଅବିନାଶ ଜେଲରେ ଅଛନ୍ତି । ସ୍ୱାମୀ ଜେଲରେ ଥିବା ବେଳେ ଅଭିଯୁକ୍ତ ଜଳନ୍ଧରଙ୍କ ପ୍ରେମ ଜାଲରେ ଫଶିଥିଲେ ଗୌରୀ । ପ୍ରେମ ଜାଲରେ ଫସାଇ ଗୌରୀଙ୍କୁ କଟକ ଆଣି ଜଳନ୍ଧର ହତ୍ୟା କରିଥିଲା । ଅଭିଯୁକ୍ତ ଜଳନ୍ଧରଙ୍କୁ ଆଣି ଆଜି ପୋଲିସ ସିନ୍ ରିକ୍ରିଏସନ କରିଛି ।

Also Read- କୋଟିଆରେ ପୁଣି ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ, ବ୍ୟାରିକେଡ୍ ଭାଙ୍ଗିଲା ଆନ୍ଧ୍ର ପୋଲିସ!

ପ୍ରେମ ଓ ବିଶ୍ୱାସର ଆଢ଼ୁଆଳରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଏବେ ଅନେକ ପ୍ରଶ୍ନ ଛିଡ଼ା କରିଛି। ଅଭିଯୁକ୍ତର ସିନ୍ ରିକ୍ରିଏସନ୍ ପରେ ପୋଲିସ ତଦନ୍ତ କେଉଁ ଦିଗକୁ ଯାଉଛି ଏବଂ ଏହି ହତ୍ୟା ପଛର ପ୍ରକୃତ କାରଣ କ'ଣ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏବେ ସମସ୍ତଙ୍କ ନଜର ପୋଲିସର ପରବର୍ତ୍ତୀ ତଦନ୍ତ ଉପରେ।