ଭୁବନେଶ୍ବର ୨୮।୯: ମହାନଦୀରେ ଆସୁଛି ବନ୍ୟା । ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ । ପ୍ରେସମି ସୂଚନା ଦେଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ।

ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ସୋମବାର ୧୨ଟା ସୁଦ୍ଧା ମୁଣ୍ଡଳିରେ ୭ ଲକ୍ଷ ୮୩ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏହା ବୃଦ୍ଧି ପାଇ ୮ ଲକ୍ଷରେ ପହଞ୍ଚିବ । ସନ୍ଧ୍ୟା ସୁଦ୍ଧା ପିକ୍ ପାଣି ଆସିବ । ହୀରାକୁଦରେ ଜଳସ୍ତର ୬୨୯ ଫୁଟରେ ଅଛି । ପ୍ରବେଶ କରୁଛି ୬ ଲକ୍ଷ ୩୬ ହଜାର କ୍ୟୁସେକ୍ ପାଣି । ନିଷ୍କାସିତ ହେଉଛି ୫ ଲକ୍ଷ କ୍ୟୁସେକ୍ ପାଣି ।

ମହାନଦୀ ଯୋଗୁଁ ୪ ଜିଲ୍ଲା କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ପ୍ରଭାବିତ ହେବ । ପୁରୀର କଣାସ, ସତ୍ୟବାଦୀ, ନିମାପଡ଼ା, ଗୋପ ପ୍ରଭାବିତ ହେବ । ଆଠଗଡ ଅଞ୍ଚଳରେ ପାଣି ପଶିବା ଆରମ୍ଭ ହୋଇଛି । ଲୁଣା, କେରାଣ୍ଡିଆ, ରାଜୁଆ, ଦେବୀ, କନ୍ଦଳ, ଦୟା, ଭାର୍ଗବୀ, କାଠଯୋଡ଼ି, କୁଆଖାଇ ନଦୀରେ ପାଣି ପଶି ପ୍ରଭାବିତ ହେବ ।

Also Read:- MMDRକୁ ନେଇ ନବୀନଙ୍କ ରଣହୁଙ୍କାର, କହିଲେ- GenZଙ୍କ ଭବିଷ୍ୟତ ପାଇଁ ଆମେ ଏ ଲଢେଇ ଲଢୁଛେ

ସେପଟେ ସୁବର୍ଣ୍ଣରେଖା ରାଜଘାଟରେ ସ୍ଥିତି ସୁଧୁରିଛି । ବୁଢ଼ାବଳଙ୍ଗ, ମଥାନୀ ସବୁଠି କମିଛି ପାଣି । ବୈତରଣୀରେ ପାମି କମିଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।