ଆନନ୍ଦପୁର ୨।୮: ଅଟୋ ସହ ଧକ୍କା ହେଲା ବାଇକ୍ । ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ରାସ୍ତା ଉପରେ ପଡିଥିଲେ । ସେହି ସମୟରେ ତାଙ୍କ ଉପରେ ମାଡିଗଲା ଟ୍ରକ୍ । ଘଟଣାସ୍ଥଳରେ ଉଭୟଙ୍କର ହେଲା ମୃତ୍ଯୁ । ଆଜି ବନ୍ଧୁତ୍ବ ଦିବସରେ ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ରାସୋଳ ଛକ ଠାରେ ।

ଆଜି ଫ୍ରେଣ୍ଡସିପ୍ ଡେ’ ଥିବାରୁ ମୃତକ ଦୁଇ ସାଙ୍ଗ ଆକାଶ ଜେନା ଓ ଉତ୍ତମ ଦେହୁରୀ ରାସୋଳ ଗାଁରୁ ବାଇକ୍ ଯୋଗେ ବାହାରିଥିଲେ । ଗାଁ ଛକ ନିକଟରେ ପହଞ୍ଚିବା ସମୟରେ ପ୍ରଥମେ ଏକ ଅଟୋ ସହ ବାଇକ୍ ଧକ୍କା ହୋଇଥିଲା । ଫଳରେ ତଳେ ପଡିଯାଇଥିଲେ ଉଭୟ ଯୁବକ । ସେହି ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଉଭୟଙ୍କ ଉପରେ ମାଡିଯାଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ଉଭୟ ଆଖି ବୁଜିଥିଲେ ।

Also Read:- ଡିଏମ୍ ସ୍କୁଲ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ବଡ଼ ଆକ୍ସନ, ସୁରକ୍ଷା କର୍ମୀଙ୍କୁ ଗିରଫ କଲା ପୋଲିସ

ଖବର ପାଇ ଦୈତାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ଯବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନା ପଠାଇବା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।