ଭୁବନେଶ୍ୱର ୧୪।୦୯ :  ୨୦୨୯ ସୁଦ୍ଧା NDA ନେତୃତ୍ବାଧୀନ ସରକାର ୨୧ ରାଜ୍ୟରେ UCC ଲାଗୁ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଘୋଷଣା କରିଛନ୍ତି । ଏହି ପ୍ରସଙ୍ଗରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ କହିଛନ୍ତି କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ଅଛି । ଉଭୟ ସରକାରଙ୍କ ସମନ୍ବୟରେ ବିକାଶ ହେଉଛି । ତେବେ UCC ନେଇ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ନଷ୍ପତ୍ତି ନେବେ | ଆଗାମୀ ଦିନରେ  ଦେଶ ଓ ରାଜ୍ୟର ମଙ୍ଗଳ ପାଇଁ ରାଜ୍ୟ ସରକାରଙ୍କର ଯାହା କରିବା କଥା ତାହା କରିବେ ।

ସେପଟେ UCC ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ପ୍ରଶାନ୍ତ ମୁଦୁଲି । ସେ କହିଛନ୍ତି ଯେ, ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି UCC ଲାଗୁ କରିବାକୁ ଚେଷ୍ଟା କରାଯାଉଛି । ଗୋଟେ ଦଳୀୟ ଏଜେଣ୍ଡା ଭିତରେ କାର୍ଯ୍ୟକ୍ରମ ଆରମ୍ଭ କରିଛି ବିଜେପି । ଓଡ଼ିଶାରେ ଲାଗୁ ହେଲେ ସମୟକୁ ଚାହିଁ ବିଜେଡି ତା’ର ଷ୍ଟାଣ୍ଡ ନେବ। ଆମ ନେତା ଏ ବିଷୟରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଜେଡି ନେତା।

Also Read:-MMDR ପ୍ରସଙ୍ଗରେ ବିଜେଡିର ବଡ଼ ଘୋଷଣା, ଆଇନ ପ୍ରତ୍ୟାହାର ନକଲେ ଅର୍ଥନୈତିକ ଅବରୋଧ ହେବ...

ଅନ୍ୟପଟେ ରାଜ୍ୟ ବିଜେପି ସଭାପତି କହିଛନ୍ତି ଯେ, ଗୃହମନ୍ତ୍ରୀ ଅମିତ ଶାହ କହିବା ପରେ ସେ ବିଷୟରେ ଆଉ ମନ୍ତବ୍ୟ ଦେବାର ଆବଶ୍ୟକ ନାହିଁ l ରାଜ୍ୟ ପାଇଁ ଆବଶ୍ୟକ ବୋଲି କହିଛନ୍ତି l ନିଷ୍ପତ୍ତି ଯେତେବେଳେ ହୋଇଛି, ଡିଟେଲସ ଆସିଲେ ଜଣାପଡିବ l ଆବଶ୍ୟକତା ବିଷୟରେ ଚର୍ଚ୍ଚା ଆଲୋଚନା ବ୍ୟାପକ ଭବରେ ହୋଇଛି । ଆଉ ଆଲୋଚନା କରିବା ଯଦି ଆବଶ୍ୟକ ଅଛି ଚର୍ଚ୍ଚା କରାଯାଇପାରିବ ।