ନୂଆଦିଲ୍ଲୀ: ଅର୍ଥଶାସ୍ତ୍ରୀ ଏବଂ କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଜେଫ୍ରି ସାକ୍ସ (Jeffrey Sachs) ଭାରତୀୟ ଅର୍ଥବ୍ୟବସ୍ଥାକୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତ ଆମେରିକାକୁ ପଛରେ ପକାଇ ବିଶ୍ୱର  ଦ୍ବିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ପାଲଟିବ ।  ଶତାବ୍ଦୀର ଶେଷ ସୁଦ୍ଧା ବିଶ୍ୱର ନମ୍ବର-୧ ଅର୍ଥବ୍ୟବସ୍ଥା ହୋଇପାରିବ ଭାରତ । 

ଜେଫ୍ରି ସାକ୍ସଙ୍କ ଅନୁଯାୟୀ, ଗତ ୨୦୦୦ ବର୍ଷର ଇତିହାସକୁ ଦେଖିଲେ ବିଶ୍ୱ ଅର୍ଥନୀତିର କେନ୍ଦ୍ରବିନ୍ଦୁ ଏସିଆରେ ହିଁ ଥିଲା। ୧୮୦୦ ମସିହା ପରେ ଏହା ପଶ୍ଚିମାଞ୍ଚଳକୁ ଚାଲିଯାଇଥିଲା, କିନ୍ତୁ ଏବେ ଏହା ପୁଣି ଥରେ ଦ୍ରୁତ ଗତିରେ ଏସିଆକୁ ଫେରୁଛି । ୨୫ ବର୍ଷରୁ କମ୍ ସମୟ ମଧ୍ୟରେ ଭାରତ ଏବଂ ଚୀନ୍ ବିଶ୍ୱର ଦୁଇଟି ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥା ହେବେ। ଏହି ସମୟରେ ଆମେରିକା ତୃତୀୟ ସ୍ଥାନକୁ ଖସିଯିବ। 

Also Read: BRICS Summit: ମୋଦୀ, ପୁଟିନ, ସି’ଙ୍କ ବନ୍ଧୁତା ଦେଖିଲା ବିଶ୍ବ, କ୍ୟାମେରାରେ କଏଦ ହେଲା ବିରଳ ଦୃଶ୍ୟ

ଚୀନର ଜନସଂଖ୍ୟା ହ୍ରାସ ପାଉଥିବା ବେଳେ ଭାରତର କାର୍ଯ୍ୟକ୍ଷମ ଯୁବପିଢ଼ି ଏବଂ ବୃଦ୍ଧି ପାଉଥିବା ଜନସଂଖ୍ୟା ଭାରତକୁ ଏକ ବଡ଼ ବାଣିଜ୍ୟିକ ଶକ୍ତିରେ ପରିଣତ କରିବ। ସାକ୍ସଙ୍କ ମତରେ, ଭାରତ ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ନିବେଶ ବୃଦ୍ଧି ପାଇଲେ ଭାରତର ଆର୍ଥିକ ପ୍ରଗତି ଆହୁରି ଦ୍ରୁତ ହେବ। ସାକ୍ସ ସ୍ପଷ୍ଟ କରିଛନ୍ତି ଯେ, ବିଶ୍ୱରେ ଏବେ ୪ଟି ମୁଖ୍ୟ ମହାଶକ୍ତି ରହିଛନ୍ତି— ଆମେରିକା, ରୁଷ, ଭାରତ ଏବଂ ଚୀନ୍। BRICS ୨୦୨୬ ଶିଖର ସମ୍ମିଳନୀ ଅବସରରେ ସେ କହିଛନ୍ତି ଯେ, BRICS କୌଣସି ପାଶ୍ଚାତ୍ୟ ଦେଶ ବିରୋଧୀ ମେଣ୍ଟ ନୁହେଁ, ବରଂ ଏହା ବିଶ୍ୱ ଅର୍ଥନୀତିକୁ ସନ୍ତୁଳିତ ରଖିବା ପାଇଁ ଏକ ବହୁପାକ୍ଷିକ ମଞ୍ଚ ।