ନୂଆଦିଲ୍ଲୀ: ଭାରତ ସମେତ ସାରା ବିଶ୍ୱରେ ଆଇଫୋନ ୧୮ ପ୍ରୋ ଓ ଆଇଫୋନ ୧୮ ପ୍ରୋ ମାକ୍ସର ବୁକିଂ ଆରମ୍ଭ ହୋଇଯାଇଛି। ଭାରତରେ ଆଇଫୋନ ୧୮ ପ୍ରୋର ଆରମ୍ଭ ମୂଲ୍ୟ ୧ ଲକ୍ଷ ୬୫ ହଜାର ରଖାଯାଇଥିବା ବେଳେ ପ୍ରୋ ମାକ୍ସର ମୂଲ୍ୟ ରହିଛି ୧ ଲକ୍ଷ ୮୦ ହଜାର ଟଙ୍କା।

କମ୍ପାନୀ ଏଥର ଏହାର ପ୍ରୋ ମଡେଲ ଲାଇନଅପରେ ନୂଆ ଏୃ-୨୦ ପ୍ରୋ ଚିପସେଟ୍, ଏକ ଉନ୍ନତ କୁଲିଂ ସିଷ୍ଟମ ଏବଂ ପ୍ରଥମ ଥର ପାଇଁ ମୁଖ୍ୟ କ୍ୟାମେରାରେ ଡିଏସ୍ଏଲ୍ଆର୍ ପରି ପରିବର୍ତ୍ତନଶୀଳ ଆପର୍ଚର ଟେକ୍ନୋଲୋଜୀ ଦେଇଛି। ଏଥର ଆପଲ କେବଳ କେମାରାରେ ନୁହେଁ ବରଂ ଏଆଇରେ ଆଉ ଟିକେ ଡେଭଲପ କରିଛି। ସିରି ଆଉଟିକେ ସ୍ମାର୍ଟ ହୋଇଛି। ଫଳରେ ଏହା ଆପଣଙ୍କ ଅଫିସ କାମ ସହଜରେ କରିଦେବ।

Apple Siri AI ପାଇଁ ୬ଟି ପ୍ରମୁଖ ଅପଡେଟ୍

ସ୍କ୍ରିନ୍-ଲୁକିଂ: ସ୍କ୍ରିନ୍‌ରେ କ’ଣ ଦେଖାଯାଛି ସିରି ଏହାକୁ ବୁଝିବା ସହ ସିଧାସଳଖ ସେହି ଟାସ୍କ ପୂରା କରିଦିଏ।
ବ୍ୟକ୍ତିଗତ ତଥ୍ୟରୁ ସଠିକ୍ ଉତ୍ତର: ଇମେଲ୍, ମେସେଜ୍ କିମ୍ବା କ୍ୟାଲେଣ୍ଡରରୁ ସୂଚନା ବାହାର କରି ଆପଣଙ୍କର ଫ୍ଲାଇଟ୍, ମିଟିଂ କିମ୍ବା ଯୋଜନା ବିଷୟରେ ଆପଣଙ୍କୁ ଜଣାଇ ଦେବ।
ଆପ୍ସ ଭିତରେ କାମ କରିବା: କେବଳ ଆପ୍ସ ଖୋଲି କାମ କରିବା ନୁହେଁ, ବରଂ ଫଟୋ ଏଡିଟ୍ କରିବା ଏବଂ କାହାକୁ ପଠାଇବା ଭଳି ଆଭ୍ୟନ୍ତରୀଣ କାମ ମଧ୍ୟ କରିଥାଏ।
ମଣିଷ ପରି କଥା: ଆପଣ ଖନେଇ ଖନେଇ କଥା କହିଲେ ବି ସୁଦ୍ଧା ସିରି ସହଜରେ ବୁଝିପାରି ଏହାର ଜବାବ ଦେଇପାରେ।
କହିବା ବିନା ଟାଇପିଂ: ଆପଣ ଏବେ ସ୍କ୍ରିନ୍ର ତଳ ଭାଗରେ ଡବଲ୍-ଟ୍ୟାପ୍ କରି ଟାଇପ୍ କରି ସିରି ନିର୍ଦ୍ଦେଶ ଦେଇପାରିବେ। ଆପଣ ଯାହା କହିବେ ସେ ଟାଇପ୍ କରିଦେବ।
ChatGPT ସପୋର୍ଟ: କୌଣସି କଷ୍ଟକର ପ୍ରଶ୍ନ, ଟେକ୍ସଟ, କିମ୍ବା କୌଣସି ରେସିପିର ଉତ୍ତର ପାଇଁ ChatGPT ରୁ ସିଧାସଳଖ ସାହାଯ୍ୟ ନେଇ ସିରି ଉତ୍ତର ଦେବ।

Also Read- ଆସନ୍ତା ଦଶନ୍ଧି ମଧ୍ୟରେ AI ରଚିପାରେ ପ୍ରଳୟ ! ଗବେଷକଙ୍କ ଇସ୍ତଫା ପରେ ଟେକ୍ ଦୁନିଆରେ କମ୍ପନ

ଏତେବସବୁ ଟେକ୍ନୋଲୋଜି ଭିତରେ ଭାରତ ପାଇଁ କିନ୍ତୁ ଦୁଃଖର କଥା ହେଲା ଉଭୟ ମଡେଲର ମୂଲ୍ୟ ବିଶ୍ୱ ବଜାର ତୁଳନାରେ ଏଠି ଯଥେଷ୍ଟ ଅଧିକ ରହିଛି। ତେଣୁ ମୋଡେଲ୍‌ର ଦାମ କେତେ ରହିଛି ଆଉ କାହିଁକି ରହିଛି ଆସନ୍ତୁ ଜାଣିବା।

ଆସନ୍ତୁ ଜାଣିବା କେଉଁ ଦେଶରେ ଆଇଫୋନ ୧୮ ପ୍ରୋ ଓ ଆଇଫୋନ ୧୮ ପ୍ରୋ ମାକ୍ସର ମୂଲ୍ୟ କେତେ ?

ଆଇଫୋନ୍ 18 ପ୍ରୋ (iPhone 18 Pro) ର ଆରମ୍ଭ ମୂଲ୍ୟ

ଭାରତ: ₹୧,୬୪,୯୦୦
ଆମେରିକା: ₹୧,୨୩,୩୪୬ (-₹୪୧,୫୫୪)
ଜାପାନ: ₹୧,୨୪,୦୯୦ (-₹୪୦,୮୧୦)
ସାଉଦି ଆରବ: ₹୧,୨୫,୮୭୪ (-₹୩୮,୦୦୦)
ୟୁଏଇ: ₹୧,୨୬,୯୦୦ (-₹୩୮,୦୦୦)
ସିଙ୍ଗାପୁର: ₹୧,୩୧,୨୯୫ (-₹୩୩,୬୦୫)
କାନାଡା: ₹୧,୨୦,୫୦୦ (-₹୪୪,୪୦୦)

ଏଥିରୁ ଜଣାପଡ଼ୁଛି ଯେ ଆମେରିକା ଠାରୁ ଭାରତରେ ଆଇଫୋନ ୧୮ ପ୍ରୋ ୪୧,୫୫୪ ଟଙ୍କା ମହଙ୍ଗା ଅଛି। ସେହିପରି ଜାପନ ତୁଳନାରେ ୪୦,୮୧୦ ଟଙ୍କା, ସାଉଦି ଆରବ ତୁଳନାରେ ୩୮,୦୦୦ ଟଙ୍କା, ୟୁଏଇ ତୁଳନାରେ ୩୮,୦୦୦ ଟଙ୍କା, ସିଙ୍ଗାପୁର ତୁଳନାରେ ୩୩,୬୦୫ ଟଙ୍କା, କାନାଡ଼ା ତୁଳନାରେ ଭାରତରେ ଆଇଫୋନ ୧୮ ପ୍ରୋ ୪୪,୪୦୦ ଟଙ୍କା ମହଙ୍ଗା ରହିଛି। ଏବେ ଆସନ୍ତୁ ଜାଣିବା ପ୍ରୋ ମାକ୍ସ କେତେ ମହଙ୍ଗା ?

ଆଇଫୋନ୍ ୧୮ ପ୍ରୋ ମ୍ୟାକ୍ସ (iPhone 18 Pro Max) ର ଆରମ୍ଭ ମୂଲ୍ୟ

ଭାରତ: ₹୧,୭୯,୯୦୦ (-)
ଆମେରିକା: ₹୧,୩୩,୬୩୪ (-₹୪୬,୨୬୬)
ଜାପାନ: ₹୧,୩୫,୦୦୦ (-₹୪୪,୯୦୦)
ସାଉଦି ଆରବ: ₹୧,୩୪,୭୦୮ (-₹୪୫,୧୯୨)
ୟୁଏଇ: ₹୧,୩୬,୮୫୫ (-₹୪୩,୦୪୫)
ସିଙ୍ଗାପୁର: ₹୧,୪୫,୧୨୩ (-₹୩୪,୭୭୭)
କାନାଡା: ₹୧,୪୮,୦୪୪ (-₹୩୧,୮୫୬)

ଆଇଫୋନ୍ ୧୮ ପ୍ରୋ ମ୍ୟାକ୍ସ ମୂଲ୍ୟ ଆମେରିକା ଠାରୁ ୪୬,୨୬୬ ଟଙ୍କା ମହଙ୍ଗା ରହିଥିବା ବେଳେ ଜାପନ ଠାରୁ ୪୪,୯୦୦ ଟଙ୍କା, ସାଉଦି ଆରବ ଠାରୁ ୪୫,୧୯୨ ଟଙ୍କା, ୟୁଏଇ ଠାରୁ ୪୩,୦୪୫ ଟଙ୍କା,ସିଙ୍ଗାପୁର ଠାରୁ ୩୪,୭୭୭ ଟଙ୍କା ଓ କାନାଡ଼ା ଠାରୁ ୩୧,୮୫୬ ଟଙ୍କା ମହଙ୍ଗା ରହିଛି।

କାହିଁକି ଭାରତରେ ମହଙ୍ଗା ଆପଲ?

· ଚ୍ଚ ମାନର କଞ୍ଚାମାଲ୍ ଏବଂ ପାର୍ଟ୍ସ ଆମଦାନୀ: ଆଇଫୋନରେ ବ୍ୟବହୃତ ହେଉଥିବା ମୁଖ୍ୟ ପାର୍ଟ୍ସ ଯେପରିକି ପ୍ରୋସେସର୍, କ୍ୟାମେରା ଲେନ୍ସ ଏବଂ ଅନ୍ୟାନ୍ୟ ସୂକ୍ଷ୍ମ ଯନ୍ତ୍ରାଂଶଗୁଡ଼ିକ ମୁଖ୍ୟତଃ ବିଦେଶରୁ ଆମଦାନୀ କରାଯାଏ, ଯେଉଁଥିପାଇଁ ଅଧିକ ଶୁକ୍ଳ ଲାଗିଥାଏ।

· ପ୍ରୋ ମଡେଲ୍ଗୁଡ଼ିକର ସ୍ଥାନାନ୍ତରଣ (Local Manufacturing): ଭାରତରେ ସବୁ ମଡେଲ୍ ସମାନ ପରିମାଣରେ ପ୍ରସ୍ତୁତ ହୁଅନ୍ତି ନାହିଁ। ବିଶେଷ କରି 'ପ୍ରୋ' ଏବଂ 'ପ୍ରୋ ମ୍ୟାକ୍ସ' ଭଳି ଉନ୍ନତ ମଡେଲ୍ଗୁଡ଼ିକର ଉତ୍ପାଦନ ପ୍ରଥମେ ଚୀନ୍ କିମ୍ବା ଅନ୍ୟ ଦେଶରେ ହୋଇଥାଏ ଏବଂ ପରେ ଏହା ଭାରତକୁ ଆସିଥାଏ।

· ଜିଏସ୍‌ଟି ଏବଂ ଅନ୍ୟାନ୍ୟ କର: ଭାରତରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ୧୮% ଜିଏସ୍ଟି ଲାଗୁ ହେଉଥିବାରୁ ଏହା ମୂଳ ଦରକୁ ବଢ଼ାଇ ଦେଇଥାଏ।

· ଆନ୍ତର୍ଜାତୀୟ ମୂଳନୀତି (Global Pricing Strategy): ଆପ୍ଲିକେସନ୍ ଏବଂ ଆପଲ୍ କମ୍ପାନୀ ସମଗ୍ର ବିଶ୍ୱର ବିଭିନ୍ନ ବଜାରରେ ଟିକସ, ଲଜିଷ୍ଟିକ୍ସ ଏବଂ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କର ମୂଲ୍ୟ ନିର୍ଦ୍ଧାରଣ କରିଥାଏ।

ଆଉ ଏକ କାରଣ ହେଲା ଆପଲ ଫୋନ କିଣିବାକୁ ଭାରତୀୟଙ୍କ ମଧ୍ୟରେ ଦେଖାଯାଉଥିବା ଅହେତୁକ ଭଲପାଇବା। ସାରା ବିଶ୍ୱରେ ଆପଲ ନିଜକୁ ଏମିତି ବ୍ରାଣ୍ଡିଂ କରିଛି ଯେ ଏହାକୁ ଷ୍ଟାଟସର ସିମ୍ବଲ ବୋଲି ଧରାଯାଉଛି। ତେଣୁ ଭାରତରେ ମଧ୍ୟ ଏହି ଭାବନା ରହିଛି। ତା ଛଡ଼ା ଆଇଫୋନ ସିକ୍ୟୋର ବୋଲି ଏକ ଧାରଣା ରହିଛି। ଏହା ବାଦ୍ ଗତବର୍ଷ ନୂଆ ଆପଲ ଫୋନ କିଣିବାକୁ ଲୋକମାନଙ୍କ ଭିତରେ ଅହେତକୁ ଉତ୍କଣ୍ଠା ରହିଥିଲା। ଷ୍ଟୋର ରମ ବାହାରେ ଲମ୍ବା ଲାଇନ ଲାଗିଥିଲା। ତେଣୁ ଏହି ଆଗ୍ରହକୁ ଦେଖି ଭାରତ ଭଳି ଏକ ବିଶାଳ ମାର୍କେଟ୍ରୁ ଜବରଦସ୍ତ ଆୟ କରିବାକୁ ଆପଲ ଭାରତରେ ଜାଣିଶୁଣି ଫୋନ ମହଙ୍ଗା ରଖିଥାଇପାରେ ବୋଲି କୁହାଯାଉଛି।