ଚଣ୍ଡିଖୋଲ ୧୪।୦୯ : ଆଜି ହେଉଛି ପବିତ୍ର ଗଣେଶ ପୂଜା । ଗଣେଶ ପୂଜାରେ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ମହାବିନାୟକ ପୀଠରେ ଧୁମଧାମରେ ପାଳିତ ହେଉଛି ଗଜାନନଙ୍କ ପୂଜା। ବିଶେଷ କରି ଗଣେଶ ପୂଜାରେ ମହାବିନାୟକ ପୀଠରେ ରହିଛି ସ୍ୱତନ୍ତ୍ରତା। ପଞ୍ଚଦେବତାଙ୍କ ପୀଠରେ ପ୍ରଭୁ ଗଜାନନ ହେଉଛନ୍ତି ଅନ୍ୟତମ। ସେଥିପାଇଁ ଏଠାରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ ହେଉଛି। ରୀତିନୀତିରେ ପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଉଛି। ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମାନେ ଆସି ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ବିଶ୍ବାସ ରହିଛି ଆଜି ଦିନରେ ପ୍ରଭୁଙ୍କୁ ଦର୍ଶନ କଲେ ସମସ୍ତ ମନସ୍କମାନା ପୂର୍ଣ୍ଣ ହୋଇଥାଏ ।