ଭୁବନେଶ୍ୱର ୨୪।୦୯ : ଗୃହରେ MMDR ଝଡ଼ ମଧ୍ୟରେ ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ଉତ୍ତର । ଖଣିରୁ ଆଦାୟ ହୋଇଥିବା ରାଜସ୍ୱର ହିସାବ ଦେଲେ ମନ୍ତ୍ରୀ ବିଭୂତି ଜେନା । ଶାସକ ଦଳର ସଦସ୍ୟ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ମନ୍ତ୍ରୀ ।

ସେ କହିଛନ୍ତି ଯେ, '୨୦୨୩-୨୪ରେ ୪୬ ହଜାର ୩୯୬ କୋଟି ରାଜସ୍ୱ ଆଦାୟ ହୋଇଥିଲା' । '୨୦୨୬-୨୭ରେ ସେପ୍ଟେମ୍ବର ୧୫ ସୁଦ୍ଧା ୨୧ ହଜାର ୫୮୬ କୋଟି ରାଜସ୍ବ ଆଦାୟ' । ସଂଶୋଧିତ ବ୍ୟବସ୍ଥାର ଆର୍ଥିକ ପ୍ରଭାବ ସମ୍ପର୍କରେ ଏହି ପର୍ଯ୍ୟାୟରେ କୌଣସି ନିର୍ଦ୍ଦିଷ୍ଟ ପରିମାଣର ଲାଭ ବା କ୍ଷତିର ଆକଳନ କରାଯାଇନାହିଁ । ଏ ସମ୍ପର୍କିତ ଆବଶ୍ୟକ ନିୟମ ସମ୍ବନ୍ଧିତ ସର୍ଭାବଳୀ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୟନ ହେବା ପରେ ଏହାର ଆର୍ଥିକ ପ୍ରଭାବକୁ ରାଜ୍ୟ ସରକାର ନିରୀକ୍ଷଣ କରିବେ । ରାଜ୍ୟର ଖଣିଜ ସମ୍ପଦ ଓ ରାଜସ୍ଵ ସ୍ଵାର୍ଥ ସୁରକ୍ଷିତ ରହିବା ପାଇଁ ପ୍ରଚଳିତ ଆଇନ ଓ ବିଧବଦ୍ଧ ବ୍ୟବସ୍ଥା ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । 

ବିଧାନସଭାରେ ୧୦ ବର୍ଷର ତଥ୍ୟ ଦେଲେ ରାଜ୍ୟ ସରକାର

୧ - ୨୦୧୬-୧୭ ମସିହାରେ ୭ ହଜାର ୩୨୮ କୋଟି ଟଙ୍କା ରାଜସ୍ୱ ଆଦାୟ

୨ - ୨୦୧୭-୧୮ ମସିହାରେ ୭ ହଜାର ୮୯୮ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା 

୩ - ୨୦୧୮-୧୯ ମସିହାରେ ୧୩ ହଜାର ୧୧୩ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା 

୪ - ୨୦୧୯-୨୦ ମସିହାରେ ୧୪ ହଜାର ୧୧୫ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା 

୫ - ୨୦୨୦-୨୧ ମସିହାରେ ୧୬ ହଜାର ୪୪୭ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା 

୬ - ୨୦୨୧-୨୨ ମସିହାରେ ୫୫ ହଜାର ୨୨୧ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା 

୭ - ୨୦୨୨-୨୩ ମସିହାରେ ୪୨ ହଜାର ୧୮୮ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା 

୮ - ୨୦୨୩-୨୪ ମସିହାରେ ୫୦ ହଜାର ୯୮୦ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା 

୯ - ୨୦୨୪-୨୫ ମସିହାରେ ୪୬ ହଜାର ୭୮୬ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା 

୧୦ - ୨୦୨୫-୨୬ ମସିହାରେ ୫୧ ହଜାର ୧୨୭ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା 

୧୧ - ୨୦୧୬-୧୭ ମସିହାରେ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ୨୩ ହଜାର ୭୬୯ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି 

Also Read:-ଓଡ଼ିଶା ସୀମାରେ ତାଣ୍ଡବ ରଚୁଛି ଡିପ୍‌ ଡିପ୍ରେସନ, ୭୫ କିମି ବେଗରେ ପବନ, ଘରୁ ବାହାରିବା ମନା