କୁଚିଣ୍ଡା: ଘରୋଇ କୋଚିଂ ସେଣ୍ଟରରେ ଅଭାବନୀୟ ଘଟଣା। କୌଣସି କାରଣକୁ ନେଇ ଦୁଇ ଛାତ୍ରଙ୍କ ମଧ୍ୟରେ ବଚସା ଓ ପରେ ଛୁରାମାଡ଼ । ଏଭଳି ଏକ ସଙ୍ଗୀନ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ। ସାମ୍ନାକୁ ଆସିଛି। ଛୁରାମାଡ଼ରେ ଗୁରୁତର ଆହତ ଛାତ୍ର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ, ପୋଲିସ ଦୁଇ ଛାତ୍ରକୁ ରଖି ଅଧିକ ପଚରାଉଚରା କରୁଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସହରର ଏକ ଘରୋଇ କୋଚିଂ ସେଣ୍ଟରର ହଷ୍ଟେଲରେ ରହୁଥିବା ଛାତ୍ର କିଛି ଅଣ ଛାତ୍ରଙ୍କ ସହ ମିଶି ଏହି କାଣ୍ଡ ଘଟାଇଛନ୍ତି । ସେମାନେ ଦେବଗଡ଼ ଜିଲ୍ଲା ରେଙ୍ଗାଲବେଡ଼ା ଅଞ୍ଚଳରୁ ଆସି ପାଠ ପଢ଼ୁଥିବା ନାବାଳକ ପ୍ରଭାସରାଜ ସାହୁଙ୍କୁ ହଷ୍ଟେଲରୁ ଡାକି ପ୍ରଥମେ ମାଡ଼ ମାରିବା ସହ ଆକ୍ରମଣ କରିଥିଲେ। ପରେ ତାକୁ ଏକ ଛୁରୀରେ ଆକ୍ରମଣ କରିଥିଲେ। ଏନେଇ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିବା ବେଳେ, ଗୁରୁତର ଛାତ୍ରକୁ ଡାକ୍ତରଖାନାରେ ଭର୍ତି କରିଯାଇଛି । ଅନ୍ୟପଟେ ଆହତ ଛାତ୍ରଙ୍କ ପରିବାର ଲୋକ ପୁଅ ପ୍ରତି ହୋଇଥିବା ଅତ୍ୟାଚାରର ନ୍ୟାୟ ମାଗିଛନ୍ତି।