ସୋର ୧୬।୦୫ : ମୋରମ ମାଫିଆଙ୍କ ଆତଙ୍କରାଜ। ସରକାରୀ ବାବୁଙ୍କ ଗାଡ଼ି କାଚ ଭାଙ୍ଗିଦେଲେ ମୋରମ ମାଫିଆ। ବାଲେଶ୍ୱର ଜିଲ୍ଲା ଖଇରା କନିଷ୍ଠ ଖଣି ଅଧିକାରୀଙ୍କ ଗାଡ଼ି କାଚ ଭାଙ୍ଗିଦେଲେ ମୋରମ ମାଫିଆ ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ କୁପାରି ଅଞ୍ଚଳରେ ଚଢାଉ କରିବାକୁ ଯାଇଥିଲେ ଖଇରା କନିଷ୍ଠ ଖଣି ଅଧିକାରୀ । ଏହି ସମୟରେ ମୋରମ ମାଫିଆମାନେ ଆକ୍ରମଣ କରିଥିଲେ । ଗୋଟିଏ କାର ଓ ୨ଟି ବାଇକ୍ରେ ଆସି ମୋରମ ମାଫିଆ ଆକ୍ରମଣ କରିଥିଲେ । ସୁନ୍ଦରପୁର ଛକରେ ଗାଡ଼ିକୁ ଅଟକାଇ କାଚ ଭାଙ୍ଗିବା ସହ ଆକ୍ରମଣ କରିଥିଲେ । ଏପରିକି ମାଫିଆମାନେ ପଛେ ପଛେ ଆସି ଥାନା ସମ୍ମୁଖରେ ହତ୍ୟା ଧମକ ବି ଦେଇଥିଲେ । ବିଶେଷ ସୁତ୍ରରୁ ଖବର ପାଇ କନିଷ୍ଠ ଖଣି ଅଧିକାରୀ ଅଭିଷେକ ବେହେରା ଚଢାଉ କରିବାକୁ ଯାଇଥିଲେ ।

Also Read:-Southwest Monsoon: ଜୁନ୍ ୧୦ ପରେ ଓଡ଼ିଶା ପହଞ୍ଚିବ ମୌସୁମୀ, ୨୪ ଘଣ୍ଟାରେ ଛୁଇଁବ ଆଣ୍ଡାମାନ

ସେପଟ ଏହି ଆକ୍ରମଣରେ ୧୦ରୁ ଅଧିକ ମାଫିଆ ଥିବା ସୂଚନା ମିଳିଛି । ଆକ୍ରମଣ ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି ।ପ୍ରତିଦିନ ଉକ୍ତ ଅଞ୍ଚଳରେ ଖୁଲମ୍ଖୁଲା ମୋରମ ଚୋରା ଚାଲାଣ ହେଉଥିବାର ଅଭିଯୋଗ ଆସିଥିଲା ।