CAPF personnel are deployed in Bengalପଶ୍ଚିମବଙ୍ଗ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି। ଇଲେକ୍ସନ କମିଶନଙ୍କ କଡ଼ା କଟକଣା ସାଙ୍ଗକୁ ଲାକ୍ଷାଧିକ ସେଣ୍ଟ୍ରାଲ ଫୋର୍ସ ଏକତ୍ରିତ ହୋଇଛନ୍ତି। କାରଣ ପଶ୍ଚିମବଙ୍ଗ ନିର୍ବାଚନ ସବୁବେଳେ ହିଂସାତ୍ମକ ରହି ଆସିଛି। ଆଉ ସବୁଠାରୁ ବଡ଼ କଥା ଏଥର ନିର୍ବାଚନ ଟିକେ ଅଧିକ ଉତ୍ତେଜନାପୂର୍ଣ୍ଣ ମନେ ହେଉଛି। ତେଣୁ ହିଂସା ଉଗ୍ର ରୂପ ନେବାର ଆଶଙ୍କା ରହିଛି।

ଏହିସବୁ ଦୃଷ୍ଟିରୁ ରାଜ୍ୟରେ ସିଆରପିଏଫ, ବିଏସଏଫ, ସିଆଇଏସଏଫ, ଆଇଟିବିପି ଏବଂ ଏସଏସବି ଯବାନ ମୁତୟନ କରାଯାଇଛି। ଲକ୍ଷାଧିକ ଯବାନ ମୁତୟନ ହୋଇଥିବାରୁ ଟିଏମସି ଏହାକୁ ସମାଲୋଚନା କରିଛି। ରାଜ୍ୟକୁ ମିଲିଟାରି ଷ୍ଟାଇଲରେ ଟେକ୍ ଓଭର କରାଯାଇଛି ବୋଲି ଟିଏମସି କହିଛି। ଗତ ସପ୍ତାହରେ, କୋଲକାତା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ର ସମସ୍ତ ୟୁନିଟ୍ ମାନଙ୍କର ଏକ ବଡ଼ ବୈଠକ ହୋଇଥିଲା। ଏଥିରେ ଶତାଧିକ ଯବାନଙ୍କ ସମେତ ଗୋଟିଏ ଛାତ ତଳେ CRPF, BSF, CISF, ITBP ଏବଂ SSB ର ମୁଖ୍ୟମାନେ ସାମିଲ୍ ହୋଇଥିଲେ।

Bengal elections​​​​​​​

Also Read- West Bengal Election 2026: ରାତିରେ ବାଇକ ବ୍ୟାନ୍, ଦିନରେ କାହାକୁ ବସାଇବା ମନା, ଜାରି ହେଲା କଡ଼ କଟକଣା

ଯବାନଙ୍କ ଏହି ବଡ଼ ବୈଠକକୁ ନେଇ ବର୍ତ୍ତମାନ କେନ୍ଦ୍ର ସରକାର ଟିଏମସି ସରକାର ମଧ୍ୟରେ ବିବାଦକୁ ଆହୁରି ତୀବ୍ର ହୋଇଛି। ଏହା ଏକ ନିୟମିତ ବୈଠକ ପରିବର୍ତ୍ତେ "ସାମରିକ ଶୈଳୀରେ ରାଜ୍ୟ ଦଖଲ କରିବାର ଯୋଜନା ସହିତ ସମାନ ବୋଲି ଶାସକ ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି। ବାସ୍ତବରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ କରୁଥିବା CAPFର ସମସ୍ତ ୟୁନିଟର ମୁଖ୍ୟମାନଙ୍କର ଏପରି ମିଳିତ ବୈଠକ ପୂର୍ବରୁ କୌଣସି ବିଧାନସଭା ନିର୍ବାଚନ ସମୟରେ କେବେ ହୋଇ ନଥିଲା ଏହା ପ୍ରଥମ ବୋଲି ପିଟିଆଇ ରିପୋର୍ଟ କରିଛି। ଏମିତିକି ଜଣେ ବରିଷ୍ଠ ସିଏପିଏଫ ଅଧିକାରୀ ଏହା ସ୍ୱୀକାର ମଧ୍ୟ କରିଛନ୍ତି।

କାଶ୍ମୀରରେ ସିଏପିଏଫ୍‌ ସଂଖ୍ୟା ହ୍ରାସ କଲା କେନ୍ଦ୍ର

ରାଜ୍ୟରେ ଏତେମାତ୍ରାରେ ଯବାନ ମୁତୟନ ନେଇ ଟିଏମ୍‌ସି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାନା ଅଭିଯୋଗ ଆଣିଛି। ଟିଏମ୍‌ସି ସାଂସଦ ମହୁଆ ମୋଇତ୍ର ସିଧା କେନ୍ଦ୍ର ଗୃହମନ୍ତ୍ରଣାଳୟ ବିରୁଦ୍ଧରେ ବର୍ଷିଛନ୍ତି। ଗୃହମନ୍ତ୍ରଣାଳୟ ବେଙ୍ଗଲରେ ସେନା ମୁତୟନ କରିବା ପାଇଁ କାଶ୍ମୀର ଓ ମଣିପୁର ଭଳି ସମ୍ବେଦନଶୀଳ ରାଜ୍ୟରୁ ଯବାନ ମୁତୟନ ସଂଖ୍ୟା ହ୍ରାସ କରିଛି ବୋଲି ମହୁଆ ଅଭିଯୋଗ ଆଣିଛନ୍ତି।

ଏନେଇ ମହୁଆ ଟ୍ୱିଟ୍ କରି ଲେଖିଛନ୍ତି “ଦୟକାରି ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀରେ ଜାତୀୟ ସୁରକ୍ଷାର ପରିହାସ କରନ୍ତୁ ନାହିଁ... ବିଜେପି ଏବଂ ଜ୍ଞାନେଶ କୁମାର (ମୁଖ୍ୟ ନିର୍ବାଚନ କମିଶନର) ସମ୍ପୂର୍ଣ୍ଣ ସାମରିକ ଶୈଳୀରେ ଦଖଲ ଯୋଜନା କରିବା ପାଇଁ CAPFର ଶୀର୍ଷ ଅଧିକାରୀଙ୍କୁ ବେଙ୍ଗଲକୁ ପଠାଇଛନ୍ତି!”

ଗତ ସପ୍ତାହରେ କୋଲକାତାରେ ହୋଇଥିବା ଏତେ ବଡ଼ ସୈନ୍ୟ ବୈଠକ ପୂର୍ବରୁ କେବେ କେଉଁ ରାଜ୍ୟରେ ହୋଇଥିବା ଉଦାହରଣ ନାହିଁ। କୌଣସି ବରିଷ୍ଠ ସାମ୍ବାଦିକ କିମ୍ବା ବିଶେଷଜ୍ଞ ଏଭଳି ହୋଇଥିବା କଥା କହିପାରୁ ନାହାନ୍ତି। ​​​​​​​

Also Read- ​​​​​​​Sharad Pawar Health Update: ହସ୍ପିଟାଲରେ ଭର୍ତ୍ତି ହେଲେ ଏନସିପି ମୁଖ୍ୟ ଶରଦ ପାୱାର, ଜାଣନ୍ତୁ କେମିତି ଅଛି ସ୍ୱାସ୍ଥ୍ୟାବସ୍ଥା

ବେଙ୍ଗଲ ଜଗିଛନ୍ତି ୨.୪ ଲକ୍ଷ ସେଣ୍ଟ୍ରାଲ ଫୋର୍ସ

ପୂର୍ବରୁ, ବେଙ୍ଗଲରେ ରେକର୍ଡ ସଂଖ୍ୟକ ୨.୪ ଲକ୍ଷ CAPF କର୍ମଚାରୀ (୨,୪୦୦ କମ୍ପାନୀ) ନିୟୋଜନ ହେବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ନିର୍ବାଚନ ସମୟରେ ଏହା କୌଣସି ରାଜ୍ୟରେ ସର୍ବାଧିକ ସୈନ୍ୟ ମୁତୟନ ବୋଲି କୁହାଯାଉଛି। ଯଦି ପ୍ରଥମ ପର୍ଯ୍ୟାୟରେ ମୋଟ ଭୋଟର (୩.୪ କୋଟି)କୁ ହିସାବ କରିବା, ତେବେ ଏହାର ଅର୍ଥ ହେଉଛି ପ୍ରତି ୧୪୦ ଭୋଟର ପାଇଁ ଜଣେ CAPF କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଜମ୍ମୁ ଏବଂ କାଶ୍ମୀରରୁ ବୁଲେଟପ୍ରୁଫ୍ ଦଙ୍ଗା ବିରୋଧୀ ଯାନ ମଧ୍ୟ ନିୟୋଜିତ କରାଯାଇଛି। ଫଳରେ ସେନା ସହଜରେ ସଂଘର୍ଷପୂର୍ଣ୍ଣ ଅଞ୍ଚଳରେ ପ୍ରବେଶ କରିପାରିବ। ପୂର୍ବତନ ତୃଣମୂଳ ରାଜ୍ୟସଭା ସାଂସଦ ସାକେତ ଗୋଖଲେ ଏହାକୁ ଭୋଟରମାନଙ୍କୁ ଭୟଭୀତ କରିବା ପାଇଁ ଏକ ପ୍ରୟାସ ବୋଲି କହିଛନ୍ତି।