ଆଠମଲ୍ଲିକ ୧୩।୧୦ : ବିଜେଡିକୁ ଶକ୍ତ ଝଟ୍କା । ଆଠମଲ୍ଲିକରେ ବିଜେଡିରୁ ଇସ୍ତଫା ଦେଲେ NAC ଅଧକ୍ଷା, ଉପାଧ୍ୟକ୍ଷ, ୯ କାଉନସିଲରଙ୍କ ସହ ବହୁ କର୍ମୀ । ବିଜେଡି ସୁପ୍ରିମୋଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି ।

ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଜେଡି ଯୁବ ସଂଗଠକ ମହେନ୍ଦ୍ର ସାହୁଙ୍କୁ ଦଳରେ ବିଶୃଙ୍ଖଳା ସୃଷ୍ଟି କରିବା ଭଳି ଅଭିଯୋଗ ଆଣି ବହିଷ୍କୃତ କରାଯାଇଛି। ଏହାକୁ ବିରୋଧ କରି ଆଠମଲ୍ଲିକ NAC ଅଧ୍ୟକ୍ଷା ଆଶା କୁମାରୀ ସାହୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି। ତାଙ୍କ ସହ NAC ଉପାଧ୍ୟକ୍ଷ, ୯ କାଉନସିଲର ମଧ୍ୟ ଇସ୍ତଫା ଦେଇଥିବା କହିଛନ୍ତି। ତେବେ ଏତେ ସଂଖ୍ୟାରେ କର୍ମୀ ଓ ନେତା ଦଳ ଛାଡ଼ିବ ଏକ ଚିନ୍ତାର ବିଷୟ ।

Also Read:-ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍ ବୈଠକ, ସରକାରଙ୍କ ନିଷ୍ପତ୍ତି ଉପରେ ରହିଛି ନଜର

ଅନ୍ୟପଟେ ଏହି ପ୍ରସଙ୍ଗ ନେଇ ବରିଷ୍ଠ ବିଜେଡି ନେତା କିମ୍ବା ବିଜେଡି ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳୁନାହିଁ । ଗୋଟିଏ ପଟେ ବିଜେପି ବିରୋଧରେ ଲଢିବା ପାଇଁ ବିଜେଡି ବଳ ଗୋଟାଇବା ଚେଷ୍ଟା କରୁଥିବା ବେଳେ ଅସନ୍ତୋଷ ହୋଇ କର୍ମୀ ଓ ନେତାମାନେ ଦଳ ଛାଡୁଛନ୍ତି । ଦେଖାଯାଉ ଆଗକୁ କଣ ହେଉଛି ।

Watch Video :-

​​​​​​​