ଭୁବନେଶ୍ୱର: ସରିଲା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ନେଇ ଗୃହରେ ହେଲା ମାରାଥନ ଆଲୋଚନା। ଆଲୋଚନାରେ ପ୍ରାୟ ୪୦ ଜଣ ସଦସ୍ୟ ଭାଗ ନେଇଥିଲେ। ଦିନ ୧୧ଟାରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ରାତି୧୨.୪୫ ପର୍ଯ୍ୟନ୍ତ ଚାଲିଲା ଗୃହକାର୍ଯ୍ୟ। ପ୍ରାୟ ୧୦ ଘଣ୍ଟା ଧରି ଆଲୋଚନା ଚାଲିଥିଲା। ମହିଳା ସଂରକ୍ଷଣକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଥିଲା।

ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଇନ ୨୦୨୩କୁ କାର୍ଯ୍ୟକାରୀ କରିବା ପାଇଁ ସଂକଳ୍ପ ପାରିତ ହେଲା। ଗୋଟିଏ ଦିନରେ ୧୩ ଘଣ୍ଟା ୪୫ ମିନିଟ ଧରି ବିଧାନସଭା ଚାଲିଥିଲା। ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଅଧିବେଶନ ରାତି ୧୨.୪୫ ପର୍ଯ୍ୟନ୍ତ ଚାଲିଲା। ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ନେଇ ଦିନ ତମାମ ଗୃହରେ ସରଗରମ ଆଲୋଚନା ହୋଇଥିଲା।

ସମସ୍ତ ଦଳର ପ୍ରାୟ ୪୦ରୁ ଅଧିକ ବିଧାୟକ ଓ ବିଧାୟିକା ଆଲୋଚନାରେ ଭାଗ ନେଇଥିଲେ। ଅଧିବେଶନ ଶେଷରେ ବାଚସ୍ପତିଙ୍କ ସହ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ଉପନେତା ଓ କଂଗ୍ରେସ ବିଧାୟକ ଦଳ ନେତା ଗୃହ ଆଲୋଚନାରେ ଭାଗ ନେଇଥିଲେ।